Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଏ ଧରିବ ମଙ୍ଗ ? ଖୁବ୍‌ଶୀଘ୍ର ରାଜ୍ୟ ବିଜେପି ପାଇବ ନୂଆ ସଭାପତି...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
 କିଏ ଧରିବ ମଙ୍ଗ ? ଖୁବ୍‌ଶୀଘ୍ର ରାଜ୍ୟ ବିଜେପି ପାଇବ ନୂଆ ସଭାପତି...

Key Points

ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।

ଜୁଲାଇ ୧ରେ ହେବ ରାଜ୍ୟର ନୂଆ ବିଜେପି ସଭାପତିଙ୍କ ନାଁ ଘୋଷଣା । ଆଜିଠୁ ଆରମ୍ଭ ହେବ ବିଜେପି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା । ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା, ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି ।

ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ ।


ବିଗତ ନିର୍ବାଚନ ପରି ଚଳିତ “ସାଙ୍ଗଠନିକ ନିର୍ବାଚନ ୨୦୨୪” ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ । ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ପ୍ରଶ୍ନ ଉଠୁଛି ରିପିଟ୍ ହେବେ ମନମୋହନ ନା ମଙ୍ଗ ଧରିବେ ନୂଆ ଚେହେରା । କୁହାଯାଉଛି ୨୪ ନିର୍ବାଚନରେ ବିଜେପିକୁ ସରକାରକୁ ଆଣିବାରେ ପ୍ରମୁଖ ଭୂମିକା ଥିବା ମନମୋହନ ସାମଲଙ୍କୁ ଦଳ ରିପିଟ୍ କରିପାରେ। କେନ୍ଦ୍ରୀୟ ନେତୃତ୍ବ ନିକଟରେ ବିଜେଡି ସହ ମେଣ୍ଟ ନକରିବା ପାଇଁ ଦୃଢ଼ ଯୁକ୍ତି ରଖିବା ହେଉ କି ପ୍ରାର୍ଥୀ ଚୟନ ଏବଂ ପ୍ରଚାର ପରିଚାଳନାରେ ବି ମୁଖ୍ୟ ଭୂମିକା ନେଇଥିଲେ ମନମୋହନ। ତେଣୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡ୍ ବୁକ୍‌ରେ ମନମୋହନ ଥିବା ବେଳେ ତାଙ୍କୁ ଦଳ ପୁରସ୍କୃତ କରିପାରେ ।

Sponsored
Who will be Next State BJP President | Argus News