କିଏ ହେବ ବିଜେଡିର ଜିଲ୍ଲା ସଭାପତି, କାହା ଦବଦଵାରେ ରହିବ କେଉଁ ଜିଲ୍ଲା ?

Key Points
ବିଜେଡିକୁ ଅଡୁଆ ଜିଲ୍ଲା ସଭାପତି ଚୟନ
୧୦ ରୁ ଅଧିକ ଜିଲ୍ଲାରେ ଛିଣ୍ଡୁନି ଅଙ୍କ
କିଏ ହେବ ବିଜେଡିର ଜିଲ୍ଲା ସଭାପତି, କାହା ଦବଦଵାରେ ରହିବ କେଉଁ ଜିଲ୍ଲା ?
କାହା ପସନ୍ଦର ନେତା ହେବେ ଜିଲ୍ଲା ସଭାପତି ?
ପାଣ୍ଡିଆନ ମାର୍କା ନେତାଙ୍କୁ ଥଇଥାନ ଯୋଜନା ସୃଷ୍ଟି ହେଉଛି ଅଡୁଆ ପରିସ୍ଥିତି
ପ୍ରାର୍ଥୀ ଚୟନକୁ ନେଇ ନେତା ଙ୍କ ଭିତରେ ସଂଘର୍ଷ
କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ପାଇଁ ଶଙ୍ଖ ଭବନରେ କେଁ, ମୁଁହା ମୁଁହି ଧ୍ରୁବ -ଦେବି
ରୋଚକ ସ୍ଥିତିରେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ।ନେତାଙ୍କ ରାସ୍ତା ରେ କଣ୍ଟା ସାଜିଛନ୍ତି ନେତା । ନିଜ ପସନ୍ଦର ନେତାକୁ ଜିଲ୍ଲା ସଭାପତି କରିବା ପାଇଁ ଚାଲିଛି ଜୋରସୋର ଲବି । ୨୪ ବର୍ଷ ପରେ ଶାସନରୁ ହଟିଛି ବିଜେଡି । ପ୍ରଥମ ଥର ପାଇଁ ବିରୋଧୀ ଦଳ ଭୂମିକାରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ରେ ବିଜେଡି । ଦଳ କ୍ଷମତାରୁ ହଟିଲା ପରେ ଖୋଲା ଖୋଲି ନେତୃତ୍ୱଙ୍କୁ ଚ୍ୟଲେଞ୍ଜ ଦେଉଛନ୍ତି ନେତା । ବିଜେଡିରେ ଆରମ୍ବ ହୋଇଛି ବିଦ୍ରୋହ । ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ଶଙ୍ଖ ଭବନରେ ପଶିଛି କେଁ ।
ସୂଚନା ଅନୁସାରେ ବିଜେଡି ବିଧାୟକ ଧ୍ରୁବ ସାହୁ ଓ ଦେବି ମିଶ୍ର ଙ୍କ ଭିତରେ ହୋଇଛି ତୁ ତୁ ମେଁ ମେଁ । ଜିଲ୍ଲା ସଭାପତି ଚୟନକୁ ନେଇ ଛିଡ଼ୁନି ଅଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନେଇ ଶଙ୍ଖ ଭବନରେ ଚାଲିଥିଲା ବୈଠକ । ସଭାପତି ନା କୁ ନେଇ କିଛି ବିଧାୟକ ରଖିଥିଲେ ପ୍ରସ୍ତାବ । ଯାହାକୁ ନେଇ ଉଚ୍ଚ ବାଚ ହୋଇଥିବା ସୂଚନା । କେନ୍ଦ୍ରାପଡ଼ାରେ ଅତନୁ,ପ୍ରତାପ, ଗଣେଶ୍ୱର,ଧ୍ରୁବ ଓ ଅଂଶୁମାନଙ୍କସହମତିକୁ ନେଇ ଜିଲ୍ଲା ସଭାପତି ଚୟନ ବିଜେଡି ପାଇଁ କାଠିକର ପାଠ ।
ଆସନ୍ତା ୧୯ ତାରିଖରେ ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ରାଜ୍ୟ ସଭାପତି କରିବା ପାଇଁ ଆପାତତଃ ନିଷ୍ପତ୍ତ ବିଜେଡି । ୧୦ରୁ ଅଧିକ ସାଂଗଠନିକ ଜିଲ୍ଲାରେ ଭୀଷଣ ଅଡୁଆ ରହିଛି ।
କଟକରେ କାହାକୁ ଜିଲ୍ଲା ସଭାପତି କରିବେ, ଦଳ ବୁଝିପାରୁନି। ଦେବାଶିଷ ସାମନ୍ତରାୟ, ପ୍ରଭାତ ତ୍ରିପାଠୀ, ପ୍ରଭାତ ବିଶ୍ଵାଳ, ଚନ୍ଦ୍ରସାରଥୀ ବେହେରାଙ୍କ ଆଣ୍ଟପଣ ଦଳର କ୍ଷମତାଶାଳୀ ଗୋଷ୍ଠୀର ନିଦ ହଜାଇ ଦେଲାଣି। ଖୋର୍ଦ୍ଧାରେ ସଭାପତି ହେବାକୁ ରାଜେନ୍ଦ୍ର ସାହୁ ପ୍ରମୁଖ ଦାବିଦାର ଥିବା ବେଳେ ଦଳର ନିର୍ଦ୍ଦିଷ୍ଟ କ୍ଷମତାଶାଳୀ ଗୋଷ୍ଠୀ ତାଙ୍କ ସପକ୍ଷରେ ନାହାନ୍ତି । ବଲାଙ୍ଗିରରେ ରାଜପରିବାର ଓ ଟୁକୁନି ସାହୁଙ୍କୁ ନେଇ ବିବାଦ ରହିଛି। କଳାହାଣ୍ଡିରେ ଦଳ ଦିବ୍ୟଶଙ୍କର ମିଶ୍ରଙ୍କୁ ଚାହୁଁଥିବା ବେଳେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସପକ୍ଷରେ ଅଧିକାଂଶ ନେତା ଥିବା କୁହାଯାଉଛି।
ନବରଙ୍ଗପୁରରେ ପ୍ରଦୀପ ମାଝୀ ବନାମ ରମେଶ ମାଝୀ ବିବାଦ ଛିଣ୍ଡୁନି। କୋରାପୁଟରେ ଈଶ୍ଵର ପାଣିଗ୍ରାହୀ ଓ ରବି ନନ୍ଦଙ୍କୁ ନେଇ ଦଳ କିଛି ସ୍ଥିର କରିପାରୁନି । ଗଞ୍ଜାମରେ ଶୋଚନୀୟ ପରାଜୟ ପରେ ଦାୟିତ୍ୱ ନେବାକୁ ଅମଙ୍ଗ ନେତା । ଏହି ସବୁ ଜିଲ୍ଲା ନେତାଙ୍କ ମଧ୍ୟରେ ଛକାପଞ୍ଝା ଜୋର୍ ରହିଥିବାରୁ ସଭାପତି ପଦବି ପାଇଁ ଏକପାଖିଆ ଚୟନ ସମ୍ଭବ ହେଉ ନାହିଁ। କୌଣସି ଗୋଟିଏ ନାମ ଉପରେ ସହମତି ଆଣିବା ଏତେ ସହଜ ହେଉନାହିଁ। ପୁଣି ଏହା ମଧ୍ୟରୁ କିଛି ଜିଲ୍ଲାରେ ପାଣ୍ଡିଆନ ମାର୍କା ନେତାଙ୍କୁ ଥଇଥାନ କରିବାକୁ ଯୋଜନା ଚାଲିଥିବାରୁ ଆହୁରି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ପ୍ରମିଳା କହିଛନ୍ତି ସବୁ ଠିକ ଚାଲିଛି ।
ଏଭଳି ରୋଚକ ସ୍ଥିତିରେ ବିଜେଡିର ଜିଲ୍ଲା ସଭାପତି ଚୟନରେ କୌଣସି ଗୋଟିଏ ନେତାଙ୍କ ଆଧିପତ୍ୟ ରହୁନାହିଁ | ନେତା ନେତାଙ୍କ ଭିତରେ ଟଣା ଓଟରା ସ୍ଥିତି ଭିତରେ କେତେ ସହଜ ହେବ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଦେଖିବାକୁ ବାକି ରହିଲା
