Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଏ ବୁଝିବ ଦୁଃଖ ? ପ୍ରବଳ ବର୍ଷା.. ବୁଡ଼ିଗଲାଣି ଗାଁ, ଯୋଗାଯୋଗ ବିଛିନ୍ନ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
କିଏ ବୁଝିବ ଦୁଃଖ ? ପ୍ରବଳ ବର୍ଷା.. ବୁଡ଼ିଗଲାଣି ଗାଁ, ଯୋଗାଯୋଗ ବିଛିନ୍ନ !

Key Points

ଆଗାମୀ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ କଲା ପାଣିପାଗ କେନ୍ଦ୍ର
ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ସହ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ କରାଇଲା ଜଳସମ୍ପଦ ବିଭାଗ

ପ୍ରବଳ ବର୍ଷାରେ ଉବୁଟୁବୁ ମାଲକାନଗିରି । ବାୟାପଡା ଘାଟିରେ ପାହାଡ ଧସିଥିବା ବେଳେ କୋରୁକୋଣ୍ଡା ନାକାମାମୁଡ଼ି ପଞ୍ଚାୟତର ୧୮ରୁ ଅଧିକ ଗାଁ ପାଣି ଘେରରେ । କନ୍ୟାଶ୍ରମ ପୋଲ ବୁଡ଼ି ପଡିଆ ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ୨ ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି ।


ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଗତକାଲିଠୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଛି I ଟୁନି ମୁଣ୍ଡା ମେହେରୁନି ବ୍ରିଜରେ ୩ ଫୁଟ ପାଣି ପ୍ରଭାବିତ ହୋଇଛି । ୨ଟି ପଞ୍ଚୟତ ଦପଳା ଓ ଲମ୍ବେସ୍ୱରୀରୁ ପଲସାଗୋରା ଯାତାୟାତ ଠପ୍ ହୋଇଯାଇଛି I


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଶିଶୁମନ୍ଦିର -ନୁଆଁପାଲି ରାସ୍ତାରେ ଉପୁଡିଲା ୪ଟି ବିଦ୍ୟୁତ ଖୁଣ୍ଟ l ଫଳରେ ନୁଆଁପାଲି, ଜବଦା, ଦାନୀପାଲି, ସହୁଳପୁର ସହ ବିନିକା ସହରର ଅନେକାଂଶରେ ବିଦ୍ୟୁତ ସରବରାହ ବନ୍ଦ ରହିଛି l 

ମୟୂରଭଞ୍ଜରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଆଜି ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯାଇଛି । ସହାୟତା ପାଇଁ ଅଗ୍ନିଶମ ଓ ଓଡ୍ରାଫ ଟିମ୍ ପ୍ରସ୍ତୁତ ଥିବା କହିଛନ୍ତି ଅତିରିକ୍ତ ଜିଲାପାଳ ନେତ୍ରାନନ୍ଦ ମଲ୍ଲିକ ।


ରାଜ୍ୟରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅବପାତରେ ପରିଣତ ହୋଇଛି ଲଘୁଚାପ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ଼ଘଡ଼ି ବର୍ଷା ପାଇଁ କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ବାକି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ୫ ଦିନ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ସେପଟେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କ କରାଇଛି ଜଳସମ୍ପଦ ବିଭାଗ ।


ହୀରାକୁଦ ଜଳଭଣ୍ଡାର ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଜଳଭଣ୍ଡାରର ଜଳସ୍ତର କ୍ଷମତା ୬୩୦ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୯.୩୯ ଫୁଟ୍ ରହିଛି । ଆଗକୁ ସ୍ଥିତି ଦେଖି ଆହୁରି ଗେଟ୍ ଖୋଲାଯାଇପାରେ ।

Sponsored
Who will understands the Pain ? Heavy rain.. the village is submerged, communication is cut off! | Argus News