Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି କିଟ୍ ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ହେଉଛି ?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
କାହିଁକି କିଟ୍ ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ହେଉଛି ?

ଛାତ୍ରଛାତ୍ରୀଙ୍କ ପାଇଁ ଆଉ ସୁରକ୍ଷିତ ସ୍ଥାନ ହୋଇ ନାହିଁ କିଟ୍ କ୍ୟାମ୍ପସ!ଜମି ଜବରଦଖଲ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା କିଟ୍ ନେପାଳ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଷପ୍ତ ପାଲଟିଛି । ଗତ ଫେବୃଆରୀ ମାସରେ ଜଣେ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୁରୁବାର ପୁଣି ଜଣେ ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି। ସେ ଜୀବନ ହାରିଥିବା କିଟ୍ ପକ୍ଷରୁ କୁହାଯାଉଥିବା ବେଳେ ମୃତ୍ୟୁର କାରଣ ଖୋଜୁଛି ଓଡ଼ିଶା ପୋଲିସ।


ଗତଥର ଘଟଣାକୁ ନେଇ ସାରା ବିଶ୍ବ ଆଗରେ ଓଡ଼ିଶା ନିନ୍ଦିତ ହୋଇଥିବା ବେଳେ, ଏବେ ପୁଣି କିଟ୍‌ରେ ଜଣେ ନେପାଳ ଛାତୀଙ୍କ ମୃତ୍ୟୁ ବିଦେଶରେ ବଦନାମ କରିଛି ଓଡ଼ିଶାକୁ। ସେପଟେ ଆଉ ଏକ ଭିନ୍ନ ଦିଗକୁ ନେଇ ସାଧାରଣରେ ଜୋର ଧରିଛି ଚର୍ଚ୍ଚା। ପୂର୍ବ ଘଟଣା ସହ ଏ ଘଟଣାର ସାମଞ୍ଜସ୍ୟ ଥିବା ନେଇ ହେଉଛି ଆଲୋଚନା। ଫେବ୍ରୁଆରି ୧୬ ତାରିଖ ରାତିରେ ବିଟେକ୍ ତୃତୀୟ ବର୍ଷର ନେପାଳ ଛାତ୍ରୀ କିଟ୍‌ କ୍ୟାମ୍ପସରେ ଜୀବନ ହାରିଥିବା ନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିବାଦ କରୁଥିବା ଅନ୍ୟ ନେପାଳ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତୁରନ୍ତ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତିକି ଜୋର ଜବରଦସ୍ତ ରେଳ ଷ୍ଟେସନରେ ନେଇ ଛାଡି ଦିଆଯାଇଥିବା, ଯାହାକୁ ନେଇ ଘନେଇଥିଲା ବିବାଦ। ଘଟଣାକୁ ନେଇ ସାରା ବିଶ୍ବରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର।


ଏବେ ପୁଣି ଗୁରୁବାର ସନ୍ଧ୍ୟାରେ ବିଟେକ୍‌ ପ୍ରଥମ ବର୍ଷର ଛାତ୍ରୀ ସନ୍ନି ଶାହାଙ୍କର ମୃତଦେହ ଜବତ କରିଛି ଇନଫୋସିଟି ଥାନା ପୋଲିସ। ୪ନମ୍ୱର କ୍ୟାମ୍ପସ ରୁମ୍ ନମ୍ୱର ୧୧୧ରୁ ତାଙ୍କ ମୃତଦେହ ମିଳିଛି। ଏହି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା। ସେ ଟୁଇଟ୍‌ ଯୋଗେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାର ଯାଞ୍ଚ ପାଇଁ କହିଛନ୍ତି। ଘଟଣାକୁ ନେଇ ଓଡ଼ିଶା ଆଇନମନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ ଚାଲିଛି। ଯିଏ ଦୋଷୀ ତାକୁ ନିଶ୍ଚୟ ଦଣ୍ଡ ଦିଆଯିବ।

Sponsored
Why are Nepali students dying at Kiit College | Argus News