Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CSection Delivery / ଆଜିକାଲି ସିଜରିଆନ କାହିଁକି ଅଧିକ ହେଉଛି? ଚାଲନ୍ତୁ ଜାଣିବା ସୁଜାତା କରଙ୍କ ମୁହଁରୁ

Ritu Das
Browse all articles by Ritu Das
·9 months ago·2 min read
 ଆଜିକାଲି ସିଜରିଆନ କାହିଁକି ଅଧିକ ହେଉଛି? ଚାଲନ୍ତୁ ଜାଣିବା ସୁଜାତା କରଙ୍କ ମୁହଁରୁ
Dr. Sujata kar

Key Points

ବର୍ତ୍ତମାନ କାହିଁକି ଅଧିକ ହେଉଛି ସିଜରିଆନ। ଏନେଇ ପଡକାଷ୍ଟରେ ଅଧିକ ଆଲୋଚନା କରିଛନ୍ତି ଅର୍ଗସ ନ୍ୟୁଜର ଡିଜିଟାଲ Editor ସଂଗ୍ରାମ ଷଡ଼ଙ୍ଗୀ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର।

ଆଜିକାଲି କାହିଁକି ଅଧିକ ହେଉଛି ସିଜରିଆନ। ଏନେଇ ପଡକାଷ୍ଟରେ ଅଧିକ ଆଲୋଚନା କରିଛନ୍ତି ଅର୍ଗସ ନ୍ୟୁଜର ଡିଜିଟାଲ Editor ସଂଗ୍ରାମ ଷଡ଼ଙ୍ଗୀ ଏବଂ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁଜାତା କର। ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନରେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେମିତି ସେହିସବୁ ସମସ୍ୟାରୁ ମୁକ୍ତି ମିଳିବ। ଚାଲନ୍ତୁ ଆଜି ପ୍ରଶ୍ନ ଉତ୍ତର ମାଧ୍ୟମରେ ସୁଜାତା ମ୍ୟାଡାମଙ୍କ ମୁହଁରୁ ଜାଣିବା।

ପ୍ରଶ୍ନ- ଗର୍ଭଧାରଣ କରିବା ପାଇଁ ଉପଯୁକ୍ତ ସମୟସୀମା କେତେ?
ଉତ୍ତର- ୨୦ରୁ ୩୦ ବର୍ଷ ମଧ୍ୟରେ ମହିଳା ଗର୍ଭଧାରଣ କରିବାର ଉପଯୁକ୍ତ ସମୟ ଅଟେ। କାରଣ ଏହି ସମୟରେ ମହିଳାମାନଙ୍କ ଗର୍ଭଧାରଣର କ୍ଷମତା ଅଧିକ ଥାଏ।

ପ୍ରଶ୍ନ- କାହିଁକି ଅଧିକ ହେଉଛି ସିଜରିଆନ ?
ଉତ୍ତର- ବର୍ତ୍ତମାନ ନର୍ମାଲ ଡେଲିଭରୀ କମ ହେଉଛି। ସିଜରିଆନ ହାର ଅଧିକ ଅଛି। ତେବେ ଏହାର ବହୁସାରା କାରଣ ଅଛି। ଆଗକାଳରେ ଝିଅମାନେ ଶୀଘ୍ର ବିବାହ କରୁଥିଲେ। କିନ୍ତୁ ଏବେ ମୋଟାପଣ ଅଧିକ ବଢ଼ିଗଲାଣି। ବିଳମ୍ବରେ ଛୁଆ କରିବା ହେଉଛି ଆଉ ଏକ ମୁଖ୍ୟ ସମସ୍ୟା। ଆଉ ଏବେ ଝିଅମାନେ ମଧ୍ୟ ଡରିଯାଉଛନ୍ତି ନର୍ମାଲ ଡେଲିଭରି କରିବାକୁ କାରଣ ପ୍ରସବ ଯନ୍ତ୍ରଣା ସହିବାକୁ ଚାହୁଁ ନାହାନ୍ତି। ଏହା ଗୋଟେ ପ୍ରୋସେସ ଯଦି ଆପଣ ଆରମ୍ଭରୁ ହିଁ mind set କରିବେ ତେବେ ଆପଣ ନିହାତି ନର୍ମାଲ ଡେଲିଭରି କରିପାରିବେ। 

ପ୍ରଶ୍ନ- ସିଜରିଆନରେ ୨ଟି ସନ୍ତାନ ହୋଇପାରେ ନା ଅଧିକ ହୋଇପାରେ?
ଉତ୍ତର- ସିଜରିଆନରେ ଅଧିକ ଛୁଆ ହେବାର ସମ୍ଭାବନା ମଧ୍ୟ ଅଛି। ୬/୭ଟା ଛୁଆ ହେବାର ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶାରେ ଏଭଳି ସନ୍ତାନ ଜନ୍ମର ହାର କମ। ବିଦେଶରେ କିନ୍ତୁ ୬/୭ଟା ଛୁଆ ମଧ୍ୟ ଜନ୍ମ କରାଯାଏ। ମୁଁ ବି କରିପାରିବି।

ପ୍ରଶ୍ନ- ମେନୋପୋଜ କେତେ ବୟସରୁ କେତେ ବୟସ ମଧ୍ୟରେ ହୋଇଥାଏ?
ଉତ୍ତର- ପ୍ରାୟତଃ ୪୫ବର୍ଷରୁ ୫୫ବର୍ଷ ମଧ୍ୟରେ ମେନୋପୋଜ ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶ୍ନ-ମେନୋପୋଜ ହେଲେ ମହିଳାମାନେ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।
ଉତ୍ତର- ଏହା ଏକ ବ୍ରଡ ଟାଇମ। ଏହାକୁ ପେରି ମେନୋପୋଜ କୁହାଯାଏ। ମେନଷ୍ଟ୍ରୁଏସନରେ ବହୁତ ଅନିୟମିତତା ଦେଖାଯାଏ। କିଛି ଜଣଙ୍କୁ ଡାଇବେଟିସ ଭଳି ସମସ୍ୟା ହୋଇଥାଏ। ବ୍ଲଡପ୍ରେସର ଏବଂ ସ୍କିନ ସମସ୍ୟା ମଧ୍ୟ ଦେଖାଦେଇଥାଏ।

ପ୍ରଶ୍ନ- ପିରିୟଡର କେତେ ଦିନରୁ କେତେ ଦିନ ମଧ୍ୟରେ ଜଣେ ମହିଳା ଗର୍ଭଧାରଣ କରିପାରିବେ?
ଉତ୍ତର- ଯଦି ଜଣେ ମହିଳାଙ୍କର ପିରିୟଡ ସାଇକେଲ ଠିକ୍‌ ୨୮ ଦିନରେ ହୋଇଥାଏ ତେବେ ୧୨ରୁ ୧୬ ଦିନ ମଧ୍ୟରେ ଯଦି ଆପଣ ସ୍ବାମୀଙ୍କ ସହବାସ ରଖୁଛନ୍ତି ତେବେ ଜଣେ ମହିଳା ଗର୍ଭଧାରଣ କରିପାରିବେ।

ପ୍ରଶ୍ନ- ମହିଳାମାନେ ଧୂମ୍ରପାନ କଲେ ଗର୍ଭଧାରଣରେ ସମସ୍ୟା ହୋଇଥାଏ କି?
ଉତ୍ତର- ହଁ ଧୂମ୍ରପାନ କଲେ ଗର୍ଭଧାରଣରେ ବହୁ ସମସ୍ୟା ଦେଖାଦେଇଥାଏ।

ପ୍ରଶ୍ନ- ମହିଳା ଗର୍ଭବତୀ ଥିବାବେଳେ ପୁରୁଷ କଣ ଶାରିରୀକ ଭାବେ ମିଳାମିଶା କରିପାରିବେ କି?
ଉତ୍ତର- ଯଦି କୌଣସି କମ୍ପ୍ଲିକେସନ ଅଛି ତେବେ ଇଣ୍ଟରକୋର୍ସ କରିପାରିବେନି। ଯଦି ଜଣେ ମହିଳାର କୌଣସି ଆପତ୍ତି ନାହିଁ ତେବେ ତାଙ୍କ ସ୍ବାମୀ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିପାରିବେ।

Sponsored
Why Are C-Section Deliveries Increasing Today? | Expert Insights by Dr. Sujata Kar | Argus News