Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ଗାଁକୁ ସଂଯୋଗ ହୋଇପାରିନି ରାସ୍ତା ?

Banajyotshna Ray
Browse all articles by Banajyotshna Ray
·10 months ago·1 min read
କାହିଁକି ଗାଁକୁ ସଂଯୋଗ ହୋଇପାରିନି ରାସ୍ତା ?

Key Points

କପେଲପଦର ଯିବା ପାଇଁ ବିକାଶ ପାଉନି ବାଟ
ଗାଁକୁ ସଂଯୋଗ ହୋଇପାରିନି ରାସ୍ତା
ବସୁଧା ଟାଙ୍କି ଥାଇବି ମିଳୁନି ପାଣି
ପାଣି ପାଇଁ ଆଜିବି ନାଳ ଭରସା

ଭଗବାନ ଭରସାରେ ଜଙ୍ଗଲି ଗାଁ । ପାହାଡ ଜଙ୍ଗଲ ଭିତରେ ଥିବା ଗାଁକୁ ଯିବାପାଇଁ ବିକାଶ ପାଉନି ବାଟ କାରଣ ଗାଁକୁ ସଂଯୋଗ ହୋଇନି ରାସ୍ତା। ଗମନାଗମନ ପାଇଁ ବ୍ୟବହାର ହେଉଥିବା ରାସ୍ତାରେ ଖାଲି ଚାଲିକି କରିହେଉଛି ଆତଯାତ। ଆଉ ଏହି ରାସ୍ତା ଭରସାରେ ବର୍ଷ ତମାମ ଯିବା ଆସିବା କରୁଛନ୍ତି ୨୦ ଆଦିବାସୀ ପରିବାର। କପେଲପଦରରେ ବର୍ଷ ତମାମ ଦେଖିବାକୁ ମିଳେ ଉତ୍କଟ ଜଳ ସମସ୍ୟାର ବିକଳ ଚିତ୍ର । ଆଜିବି ପିଇବା ପାଣି ପାଇଁ ଏଠି ନାଳ ଭରସା। ତାହା ବି ଆଣିବା ପାଇଁ ବିପଦ ପୁର୍ଣ୍ଣ ରାସ୍ତା ଦେଇ ଯିବାକୁ ପଡେ l ରାସ୍ତା ଏମିତି ପ୍ରତି ପାଦେ ପାଦେ ରହିଛି ବିପଦ। ଏଥିପାଇଁ ମେଳି ହୋଇ ପାଣି ସଂଗ୍ରହ ପାଇଁ ଯାଆନ୍ତି ମହିଳା।

ପୂର୍ବ ବିଜେଡ଼ି ସରକାର ସମୟରେ ବସୁଧା ଯୋଜନା ମାଧ୍ୟମରେ ଟାଙ୍କି ନିର୍ମାଣ କରଯାଇଥିଲା । ମାତ୍ର ତାହା ଏବେ ଅଚଳ l ଗତବର୍ଷ ଟାଙ୍କି ନିର୍ମାଣ କାମ ସମ୍ପୂର୍ଣ ହୋଇଥିବା ବେଳେ କିଛି ଦିନ ପାଣି ଆସିବା ପରେ ଅଚଳ ହୋଇ ପଡିଲା ଟାଙ୍କି। ସେଭଳି ଗାଁରେ ଗୋଟେ ଦୁଇଟି ନାଳକୂପ ଅଛି । ମାତ୍ର ଉଭୟ ନଳକୂଅରୁ ଲୌହ ମିଶ୍ରିତ ପାଣି ବାହାରୁଛି। ଏହି ପାଣି ବ୍ୟବହାର ଫଳରେ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ ହୋଇଛି । କପେଲପଦରର ସମସ୍ୟା ଏହି ଚିତ୍ର ସ୍ପଷ୍ଟ କରୁଛି। ଏଠି ବସୁଧା ପହଞ୍ଚିଥିଲେବି ନାଳ ପାଣି ଭରସାରେ ଅଞ୍ଚଳବାସୀ। ଭଲ ରାସ୍ତା ନଥିବାରୁ ଲୋକେ ଅନେକ ଯୋଜନାରୁ ବଞ୍ଚିତ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why can't the road connect to the village? || Argus News | Argus News