ଚୁକ୍ତି ପୁରିବାର 11 ଦିନ ପୂର୍ବରୁ କାହିଁକି ପ୍ରଲୋଭନ ଦେଖାଇଥିଲା ବିଜେଡି ସରକାର?

Key Points
- ରାଜରାସ୍ତାରେ ମହିଳାଙ୍କ ଭିଡ଼
- ସିଆରଏପି, ଏମବିକେ, ବ୍ୟାଙ୍କ ମିତ୍ରଙ୍କୁ କାହିଁକି ମିଳୁନି ଟଙ୍କା
- 19ରୁ 24 ମାର୍ଚ୍ଚ ପର୍ଯ୍ୟନ୍ତ ବିଜେଡି ସରକାର ଦେଇଥିଲା କଣ୍ଟ
- ଆଗକୁ ସରକାର ଅର୍ଥ ଖର୍ଚ୍ଚ କରିବେନି ହୋଇଥିଲା ଚୁକ୍ତି
- ଏବେ ଶିଆଣିଆ ସାଜିଛି ବିଜେଡି
ଅର୍ଗସ ବ୍ୟୁରୋ: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାପ ଦରମା ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ । ନିଜ ଦୋଷ ଲୁଚାଇବା କୁ ବିଜେପି ସରକାର ବିରୁଦ୍ଧରେ ବିଧାନସଭା ଭିତରେ ଓ ବାହାରେ ରଣହୁଙ୍କାର ଦେଇଛି ବିଜେଡି । ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ଯେ ଦରମା ବନ୍ଦ ପାଇଁ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ବିଧାନସଭା ଭିତରେ ପ୍ରସଙ୍ଗ ଉଠାଇବା ପରେ ଗାନ୍ଧୀ ମାର୍ଗ ରେ ଯାଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ ବିଜେଡି ବିଧାୟକ ମାନେ । ସେହିପରି କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଭୟ ପୁର୍ବ ବିଜେଡି ସରକାର ଓ ବର୍ତ୍ତମାନର ବିଜେପି ସରକାର ଉପରେ ବର୍ଷିଥିଲା । କଂଗ୍ରେସର ବିଧାୟକ ମାନେ ମଧ୍ୟ ଆନ୍ଦୋଳନ ସ୍ଥଳକୁ ଯାଇ ସାମିଲ ହୋଇଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ମହିଳାଙ୍କୁ କେହି ବିଭ୍ରାନ୍ତ ନ କରନ୍ତୁ
ସେପଟେ ବିଜେଡିର ମହିଳା ପଲିଟିକ୍ସ କୁ ନେଇ ଗୃହ ଭିତରେ ବାହାରେ ବର୍ଷିଛନ୍ତି ବିଜେପି ବିଧାୟକ । ଟଙ୍କଧର ତ୍ରୀପାଠୀ କହିଛନ୍ତି ବିଜେଡ଼ି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ । ଅସତ୍ୟ କହିବାର ପରାକାଷ୍ଠା ହେଉଛନ୍ତି ନବୀନ । ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ କହିଲେ ନବୀନ । ହେଲେ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ, ସେମାନଙ୍କ ସହ ଥିଲେ କି ନାହିଁ ନବୀନ । ସରକାର ଯିବାର 3 ମାସ ପୂର୍ବରୁ କାହିଁକି ପଇସା ଦେଲେ ବୋଲି ପ୍ରଶ୍ନ କରିଛି ବିଜେପି
କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଚୁକ୍ତି ନବୀକରଣ କରିନାହାନ୍ତି ପୂର୍ବ ସରକାର । ଷଡଯନ୍ତ୍ରର ଶିକାର ହୋଇଛନ୍ତି ସିଆରପି, ଏମବିକେ, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ଓ କୃଷି ମିତ୍ର । ୧ଏପ୍ରିଲ ୨୦୨୪ ରୁ CSS ର ପ୍ରାୟ 34,441 ଜଣ 5 ବର୍ଷ ପୂରଣ କରିଛନ୍ତି । 2019 ନିର୍ଦ୍ଦେଶାବଳୀ ଅନୁସାରେ ସେମାନେ ଆଉ ସରକାରୀ ପାଣ୍ଠି ପାଇଁ ଯୋଗ୍ୟ ନୁହଁନ୍ତି । ପୂର୍ବ ସରକାର ଚଞ୍ଚକତା କରି ସେମାନଙ୍କ ଚୁକ୍ତି ନବୀକରଣ କରି ନଥିଲେ । ତେବେ ଚୁକ୍ତି ସରିବାର 19 ଦିନ ପୂର୍ବରୁ ସିଆରପିଙ୍କ ମାସିକ ଭତ୍ତା 3000ରୁ 5500 କରିଥିବା ବେଳେ ଏମବିକେଙ୍କ ଭତ୍ତା 6 ହଜାରରୁ 10 ହଜାର କରିଥିଲେ... ସେତେବେଳେ ଅଭିଯୋଗ ହେଲା ନିର୍ବାଚନ କାମରେ ବ୍ୟବାହର ପାଇଁ ସିଆରପି ଓ ଏମବିକେଙ୍କ ଦରମା ବଢାଇଥିଲେ ପୂର୍ବ ସରକାର... ସାଧାରଣ ନିର୍ବାଚନ ଘୋଷଣାର 5 ଦିନ ପୂର୍ବରୁ ଏମାନଙ୍କ ଭତ୍ତା ବୃଦ୍ଦି ଘୋଷଣା କରି ପରେ ଚୁକ୍ତି ନବୀକରଣ ନ କରିବା ପଛର ଅସଲ ଉଦ୍ଦେଶ୍ୟ ଏବେ ଆସିଛି ସାମନାକୁ