Foot Overbridge / ମରଣକୁ ବରଣ କରୁଛନ୍ତି ପଥଚାରୀ, କାହିଁକି ବ୍ୟବହାର କରୁନାହାନ୍ତି ଫୁଟ୍ ଓଭରବ୍ରିଜ୍ ?
·8 months ago·2 min read

Key Points
କାର୍ଯ୍ୟରେ ଲାଗିପାରୁନି ଫୁଟ ଓଭରବ୍ରିଜ
ମରଣକୁ ବରଣ କରୁଛନ୍ତି ପଥଚାରୀ
ମନ ଇଚ୍ଛା ହେଉଛନ୍ତି ରାସ୍ତା ପାର୍
ମରଣକୁ ବରଣ କରୁଛନ୍ତି ପଥଚାରୀ
ମନ ଇଚ୍ଛା ହେଉଛନ୍ତି ରାସ୍ତା ପାର୍
ରାଜଧାନୀରେ ରାସ୍ତା ପାର ହେବା ସମୟରେ ହିଁ ଘଟୁଛି ବେଶୀ ଦୁର୍ଘଟଣା I ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ନିର୍ମାଣ ହୋଇଛି ଫୁଟ ଓଭରବ୍ରିଜ । ହେଲେ ତାକୁ ବ୍ୟବହାର କରିବା ବଦଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ହେଉଛନ୍ତି ରାସ୍ତା ପାର୍ I ପୁଣି ରାସ୍ତା ମଝିରେ ଲାଗିଥିବା ବ୍ୟାରିକେଡକୁ ଭାଙ୍ଗି ଦେଇଛନ୍ତି ତ ପୁଣି କେଉଁଠି ସୁବିଧାରେ ଯିବା ଆସିବା ପାଇଁ ଗଳା ବାଟ ବି ସୃଷ୍ଟି କରି ଦେଇଛନ୍ତି । ନୟାପଲ୍ଲୀ ଦୁର୍ଗାମଣ୍ଡପ ଫୁଟ ଓଭରବ୍ରିଜ ତଳେ ଦ୍ରୁତ ଗତିରେ ଆସୁଛି ଶହ ଶହ ଗାଡି, ହେଲେ କେତେ ବିପଦପୂର୍ଣ୍ଣ ଅବସ୍ଥାରେ ଦୁର୍ଘଟଣା ହେଉ ହେଉ ବର୍ତ୍ତିଗଲେ ଏହି ବ୍ୟକ୍ତି ଜଣଙ୍କ ଯାହା ଦେଖିଲେ ସତରେ ଭୟ ଲାଗୁଛି I ଦୃତ ଗତିରେ ଆସୁଥିବା କାର ଟକ୍କର ଦେଇଥାନ୍ତା ହେଲେ ବ୍ୟକ୍ତି ଜଣକ ଅଳ୍ପକେ ବଞ୍ଚିଗଲେ I
ଜଣେ ବୟସ୍କ ବ୍ୟକ୍ତି ସାଇକେଲ ସହିତ ନିଜେ ହେଉଛନ୍ତି ରାସ୍ତା ପାର । କେଉଁ ସମୟରେ ବି ହୋଇପାରେ ଦୁର୍ଘଟଣା । ଜଣେ ବ୍ୟକ୍ତି ଦୁଇ ହାତରେ ପନିପରିବା ବ୍ୟାଗ ଧରି ପଳାଶୁଣୀ ଓଭରବ୍ରିଜ ତଳେ କିଭଳି ହେଉଛନ୍ତି ରାସ୍ତା ପାର୍ I ରାସ୍ତାରେ ଗଡୁଛି ଶତାଧିକ ଗାଡି ହେଲେ ଟିକେ ବି ଭୟ ନାହିଁ ସେମାନଙ୍କୁ । କେବଳ ଯେ ଏମିତି ଦୁଇ ତିନିଟି ଘଟଣା ନୁହେଁ, ରାଜଧାନୀରେ ଏଭଳି ଅନେକ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ଦେଖିବା ପରେ ଅନୁଭବ ହେଉଛି ମରିବୁ ପଛେ ଫୁଟ ଓଭରବ୍ରିଜକୁ ବ୍ୟବହାର କରିବୁ ନାହିଁ ବୋଲି ଯେମିତି ସେମାନେ ନେଇଛନ୍ତି ସଂକଳ୍ପ I
ଏଥିସହ ପଢ଼ନ୍ତୁ: ଇରାନ ଉପରେ ଆମେରିକାର ଦାଦାଗିରି, ଟ୍ରମ୍ପ କହିଲେ ମାଟିରେ ମିଶାଇଦେବୁ
ସେପଟେ ଲୋକଙ୍କ ସୁବିଧା ପାଇଁ NHAI ତରଫରୁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ସିନା ପ୍ରସ୍ତୁତ ହେଲା ଫୁଟ ଓଭରବ୍ରିଜ I ହେଲେ ଲୋକେ କିନ୍ତୁ ବ୍ୟବହାର କରିବାକୁ ନାରାଜ । ଗାଡ଼ି ରହଣିର ଆଳ ଦେଖାଇ ମନଇଚ୍ଛା ରାସ୍ତା ପାର୍ ହେଉଛନ୍ତି । ହେଲେ କିଛି ଗାଡି ଚାଳକ ପ୍ରଶ୍ନ ଉଠାଇଛନ୍ତି ଏଭଳି ରାସ୍ତା ପାର ହେଉଥିବା ଲୋକଙ୍କ ପାଇଁ ସବୁଦିନ ଦୁର୍ଘଟଣା ହେଉଛି ଆଉ ବେଶୀ ପ୍ରଭାବିତ ହେଉଛନ୍ତି ବାଇକ ଆରୋହୀ I ସଚେତନ ବଦଳରେ ଆକ୍ସନ ହେଲେ ଲୋକେ ସୁଧୁରିବେ ବୋଲି ଦେଇଛନ୍ତି ମତ I ବଡ଼ କଥା ହେଉଛି ଯେ, ପଥଚାରୀଙ୍କ ପାଇଁ ତିଆରି ହେଲା ଫୁଟ୍ ଓଭରବ୍ରିଜ ହେଲେ ଏହା କାମରେ ଆସୁନି। ଯେଉଁଥିପାଇଁ ରାଜଧାନୀରୁ ପ୍ରତ୍ୟେକ ଦିନ ଅନେକ ଲୋକଙ୍କର ଦୁର୍ଘଟଣା ହେଉଥିବା ଖବର ସାମ୍ନାକୁ ଆସୁଛି। ଅନେକଙ୍କ ଜୀବନ ମଧ୍ୟ ଯାଉଛି ହେଲେ ବୁଝିବାକୁ ସବୁ ନାରାଜ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories