Banivihar Campus Clash / Why I Stand For ପୂର୍ବରୁ ଦୁଇଗୋଷ୍ଠୀ ମୁହାଁମୁହିଁ, ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା
·2 hours ago·2 min read

Key Points
- ମିଟିଂ ପୂର୍ବରୁ ବାଣୀବିହାର କ୍ୟାମ୍ପସରେ ଉତ୍ତେଜନା
- ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ
ଆଜି ବି କମ୍ପୁଛି କ୍ୟାମ୍ପସ । ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ସବୁଠି କ୍ୟାମ୍ପସ ସରଗରମ ଥିବାବେଳେ ବାଣୀବିହାର କ୍ୟାମ୍ପସରେ ଜାରି ରହିଛି ଉତ୍ତେଜନା। Why I Stand For ମିଟିଂ କିଛି ସମୟ ପରେ ଆରମ୍ଭ ହୋଇଥଆନ୍ତା କିନ୍ତୁ ହଠାତ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି ଗଣ୍ଡଗୋଳ ଦେଖି ଶେଷରେ ଭୁବନେଶ୍ବର DCPଙ୍କୁ ଉତ୍ତେଜନାସ୍ଥଳକୁ ଆସିବାକୁ ପଡ଼ିଥିଲା। ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରି ଡିସିପି ଶର୍ବଣା ବିବେକ ଏମ କହିଛନ୍ତି ଯେ, ଅଣଛାତ୍ର କଲେଜ ବାହାରକୁ ତୁରନ୍ତ ଯାଆନ୍ତୁ। ଅନ୍ୟପକ୍ଷେ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛନ୍ତି ପୋଲିସ କମିଶନର। ଛାତ୍ରଛାତ୍ରୀଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଅପିଲ୍ କରିଛନ୍ତି। ଶୃଙ୍ଖଳିତ ଭାବେ `ହ୍ୱାଏ ଆଇ ଷ୍ଟାଣ୍ଡ ଫର' ମିଟିଂ କରିବାକୁ CP ସୁରେଶ ଦେବଦତ୍ତ ସିଂ ଅନୁରୋଧ କରିଛନ୍ତି।
ଏହି ସମ୍ପୂର୍ଣ୍ଣ ଗଣ୍ଡଗୋଳର ମୁଖ୍ୟ ସୂତ୍ରଧର ଚିନ୍ମୟ ସାହୁ ଏବଂ ତନ୍ମୟ ସ୍ୱାଇଁଙ୍କ ନିର୍ଦ୍ଦେଶରେ ଶତାଧିକ ଅଣଛାତ୍ର ଓ ଗୁଣ୍ଡା ବିଶ୍ୱବିଦ୍ୟାଳୟ ପରିସରରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ ବୋଲି ଏବିଭିପି ପକ୍ଷରୁ ଦାବି କରାଯାଇଛି। ଶିକ୍ଷାନୁଷ୍ଠାନର ଶାନ୍ତି ବାତାବରଣକୁ ନଷ୍ଟ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ତିଆରି କରିବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି।
ଗୋଟିଏ ଛାତ୍ର ଗୋଷ୍ଠୀ ଦାବି କରିଛି ଯେ,
୧. ଘଟଣାର ମୁଖ୍ୟ ସୂତ୍ରଧର ଚିନ୍ମୟ ସାହୁ, ତନ୍ମୟ ସ୍ୱାଇଁ ଏବଂ ଆକ୍ରମଣରେ ସଂପୃକ୍ତ ସମସ୍ତ ଅଣଛାତ୍ର ଓ ଗୁଣ୍ଡାମାନଙ୍କୁ ପୋଲିସ ତୁରନ୍ତ ଗିରଫ କରୁ।
୨. ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସିସିଟିଭି (CCTV) ଫୁଟେଜ୍ ସଂଗ୍ରହ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ଓ ଶାସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
୩. କ୍ୟାମ୍ପସ ଭିତରକୁ ଅଣଛାତ୍ରମାନଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଯାଉ ଏବଂ ସାଧାରଣ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ।
ଯଦି ପୋଲିସ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ତୁରନ୍ତ ଦୋଷୀମାନଙ୍କୁ ଗିରଫ ନକରନ୍ତି, ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାରା ରାଜ୍ୟବ୍ୟାପୀ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବ।
ତେବେ WHY I STAND FORକୁ ନେଇ ସବୁ କଲେଜରେ କ୍ୟାମ୍ପସ ସରଗରମ ରହିଛି। ସମସ୍ତ ପ୍ରାର୍ଥୀ ମଞ୍ଚ ଉପରେ ଠିଆ ହୋଇ ନିଜ ନିଜର ଏଜେଣ୍ଡା ରଖୁଛନ୍ତି ଏବଂ କାହିଁକି ସେମାନେ ପ୍ରାର୍ଥୀ ହୋଇଛନ୍ତି, ସେ ନେଇ ସାଧାରଣ ଛାତ୍ରଛାତ୍ରୀଙ୍କୁ ବୁଝାଉଛନ୍ତି । ଶୋଭାଯାତ୍ରା କରି କଲେଜ ଓ ବିଶ୍ବବିଦ୍ୟାଳୟ ଆସୁଛନ୍ତି ପ୍ରାର୍ଥୀ। ଗତକାଲି ପ୍ରଚାର ଶେଷ ହୋଇଛି । ପ୍ରଚାର ବେଳେ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପ୍ରଚାର ଶେଷ ଦିନରେ ଛାତ୍ରଛାତ୍ରୀଙ୍କୁ ମନାଇବାକୁ ଶତ ଚେଷ୍ଟା କରିଛନ୍ତି ପ୍ରାର୍ଥୀ । ରାଜ୍ୟର ୧୩ ବିଶ୍ବବିଦ୍ୟାଳୟ ଓ ୩୪୬ କଲେଜରେ ହେଉଛି ନିର୍ବାଚନ । ବର୍ତ୍ତମାନ ମୈଦାନରେ ଅଛନ୍ତି ୬,୮୯୧ ପ୍ରାର୍ଥୀ । ସେଥିମଧ୍ୟରୁ ବିଶ୍ବବିଦ୍ୟାଳୟରେ ୩୫୮ ଓ କଲେଜରେ ୬,୫୩୩ ଜଣ ପ୍ରାର୍ଥୀ ଅଛନ୍ତି । ବିଶ୍ବବିଦ୍ୟାଳୟରେ ୪୨ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ମହାବିଦ୍ୟାଳୟରେ ୧୫୯୭ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
Related Topics
Explore more stories