Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାହିଁକି ବ୍ୟାପୁଛି ଝାଡ଼ାବାନ୍ତି ? କାହାକୁ କରିବା ଦାୟୀ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାହିଁକି ବ୍ୟାପୁଛି ଝାଡ଼ାବାନ୍ତି ? କାହାକୁ କରିବା ଦାୟୀ ?

Key Points

ଅସ୍ୱାସ୍ଥ୍ୟକର ପରିବେଶରେ ହୋଟେଲରେ ତିଆରି ହେଉଛି ଖାଦ୍ୟ ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ଚଢ଼ାଉ ।

ଯେଉଁଠି ଅପମିଶ୍ରିତ ଖାଦ୍ୟ ମିଳୁଛି ତାହାକୁ ସିଲ କରାଯାଉଛି ।

ଯାଜପୁର, ଭଦ୍ରକ, କେନ୍ଦୁଝରରେ ବ୍ୟାପୁଛି ଝାଡ଼ାବାନ୍ତି । କିନ୍ତୁ କାହିଁକି ବ୍ୟାପୁଛି । ସ୍ବାସ୍ଥ୍ୟ ବିଭାଗ କହୁଛି ପିଇବା ପାଣି ହୋଇଥାଇପାରେ କାରଣ । ହେଲେ ପ୍ରଶ୍ନ, ସପ୍ଲାଏ ପାଣି ନା ପ୍ୟାକେଜ ପାଣି ? କାହାକୁ ବ୍ୟବହାର କରିବା ଦ୍ବାରା ହେଉଛି ସଂକ୍ରମଣ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଅର୍ଗସ....

ଯାଜପୁରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଉଥିବାର ଦେଖିବାକୁ ମିଳିଛି । ମୁଖ୍ୟତଃ ବାହାରେ ବିକ୍ରି କରାଯାଉଥିବା ଖାଦ୍ୟ, ପାଣି ପାଉଚ ଓ ବୋତଲ ପାଣି ପାଇଁ ଲୋକେ ଝାଡ଼ାବାନ୍ତି ଆକ୍ରାନ୍ତର ଶିକାର ହୋଇଥିବା ସନ୍ଦେହ କରାଯାଉଛି। ଏଥିପାଇଁ ହୋଟେଲ ଓ ରେଷ୍ଟୁରଣ୍ଟ ମାନଙ୍କରେ ସଠିକ୍ ଖାଦ୍ୟ ପ୍ରସ୍ତୁତ ହେଉଛି କି ନାହିଁ ତାର ଯାଞ୍ଚ କରାଯାଇଛି। ସାମ୍ପୂଲ୍ ସଂଗ୍ରହ କରାଯାଉଛି। ଫୁଡ୍ ସେଫଟି ଅଫିସରଙ୍କ ସହ ଅନ୍ୟ ଅଧିକାରୀ ମାନେ ଖାଦ୍ୟ ଯାଞ୍ଚ କରୁଛନ୍ତି। ଯେଉଁଠି ଖାଦ୍ୟ ନିମ୍ନ ମାନର ଦେଖିବାକୁ ମିଳୁଛି ସେହି ଖାଦ୍ୟକୁ ନଷ୍ଟ କରାଯାଉଛି । ହୋଟେଲକୁ ଜୋରିମାନା କରାଯାଉଛି ।

ବ୍ୟାସନଗର ଓ କୋରେଇ ଅଂଚଳରେ ବି ସମାନ ଘଟଣା ଦେଖିବାକୁ ମିଳିଛି । ଅସ୍ୱାସ୍ଥ୍ୟକର ପରିବେଶରେ ହୋଟେଲରେ ତିଆରି ହେଉଛି ଖାଦ୍ୟ । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦ୍ୱାରା ବଡ଼ବଡ଼ ହୋଟେଲ, ରେଷ୍ଟୁରାଣ୍ଟ ଓ ଜଳଖିଆ ଦୋକାନରେ ଚଢ଼ାଉ କରାଯାଉଛି । ଯେଉଁଠି ଅପମିଶ୍ରିତ ଖାଦ୍ୟ ମିଳୁଛି ତାହାକୁ ସିଲ କରାଯାଉଛି । ସେହିଭଳି ବିଭିନ୍ନ ପାନୀୟ ଜଳ ପ୍ରସ୍ତୁତକାରୀ କମ୍ପାନୀ ଗୁଡିକ ଉପରେ ମଧ୍ୟ ଚଢ଼ାଉ କରାଯାଉଛି ।

କେନ୍ଦୁଝର ଆନନ୍ଦପୁର ଉପଖଣ୍ଡରେ ଅନେକ ଘରୋଇ ସଂସ୍ଥା ବିଭିନ୍ନ ସ୍ଥାନରେ କୃତ୍ରିମ ଉପାୟରେ ଜଳ ବିଶୋଧନ କରି ପାଣି ଯୋଗାଇଥାନ୍ତି । ବୋରୱଲେରୁ ପାଣି ସଂଗ୍ରହ କରିଥାନ୍ତି । ବିଶୋଧନ କରି ଛୋଟ ଛୋଟ ଡ୍ରମରେ ବିଭିନ୍ନ ସ୍ଥାନକୁ ପଠାଯାଏ । ଆନନ୍ଦପୁର ଉପଖଣ୍ଡ ରେ ଏହିପରି ୬-୮ ରୁ ଟି ଘରୋଇ ସଂସ୍ଥା ପାନୀୟ ଜଳ ଯୋଗାଉଛନ୍ତି। ଏହି ପାଣିର ମାନ ଠିକ ଅଛି କି ନାହିଁ ତାର ଯାଞ୍ଚ ହେବା ଜରୁରୀ ହୋଇପଡିଛି । ବଡ଼ ପ୍ରଶ୍ନ ଏହି ପାଣିରୁ ବ୍ୟାପୁନାହିଁ ତ ଝାଡାବାନ୍ତି ।

ଭଦ୍ରକ ଭଣ୍ଡାରୀପୋଖରୀରେ ଝାଡାବାନ୍ତି ସଂକ୍ରମିତଙ୍କ କହିବା ହେଲା ଭୋଜି ଖାଇବା କାରଣରୁ ଝାଡାବାନ୍ତି ହୋଇଛି । କେବଳ ଭଣ୍ଡାରୀ ପୋଖରୀରେ ୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଭଦ୍ରକ ଜିଲ୍ଲାପାଳ କହିଛନ୍ତି ଭଣ୍ଡାରିପୋଖରୀ ସ୍ଥିତି ଉପରେ ନଜର ରହିଛି । ଭୟ କରିବାର ନାହିଁ ।

ଗତ ୫ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ପୌରାଞ୍ଚଳ ସମେତ ଧର୍ମଶାଳା, ରସୁଲପୁର, କୋରାଇ, ଦାନଗଦି ଓ ସୁକିନ୍ଦା ଆଦି ୬ ଟି ବ୍ଲକରେ ଝାଡାବାନ୍ତିରେ ୭୦୦ରୁ ଉର୍ଦ୍ଧ୍ବ ରୋଗୀ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୫ ଜଣଙ୍କର ମୃତ୍ୟୁ ଘଟିଛି । ବରଗଡ଼ ପାଇକମାଳ କୁଆପାଳିରେ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ଆଠଗଡ ତିଗିରିଆରେ କିଛି ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why is diarrhea spreading? Who is responsible for it? | Argus News