ଇଂଜିନିୟରିଂ ବିଭାଗରେ କାହିଁକି ହେଉଛି ଆଉଟ ସୋର୍ସିଂ ?

Key Points
ଇଂଜିନିୟରିଂ ବିଭାଗରେ କାହିଁକି ହେଉଛି ଆଉଟ ସୋର୍ସିଂ
ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପିପିଆର ପ୍ରସ୍ତୁତି ଆଉଟ ସୋର୍ସିଂ ମାଧ୍ୟମରେ କରାଯାଉଛି
ଇଂଜିନିୟରିଂ ବିଭାଗରେ କାହିଁକି ହେଉଛି ଆଉଟ ସୋର୍ସିଂ । ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରକଳ୍ପର ସର୍ଭେ, ଏଷ୍ଟିମେଟ, ଅନୁସନ୍ଧାନ, ଡିଜାଇନ, ପିପିଆର ପ୍ରସ୍ତୁତି ଆଉଟ ସୋର୍ସିଂ ମାଧ୍ୟମରେ କରାଯାଉଛି । ଏହା କରିବାକୁ ସ୍ବତନ୍ତ୍ର ଉପବିଭାଗ ରହିଛି । କିଛିବର୍ଷ ପୂର୍ବରୁ ସରକାରୀ ଯନ୍ତ୍ରୀମାନେ ମଧ୍ୟ ଏହି କାମ କରୁଥିଲେ । ଏବେ କାହିଁକି ଆଉଟ ସୋର୍ସିଂର ଅଭ୍ୟୁଦୟ ହେଲା ତାର ଅନୁସନ୍ଧାନ ଜରୁରୀ ବୋଲି ମୁଁ ଅନୁଭବ କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସରକାରୀ ସଂସ୍ଥାରେ ଦକ୍ଷ ଯନ୍ତ୍ରୀଗଣ କାର୍ଯ୍ୟରତଥିବା ବେଳେ ଆଉଟ ସୋର୍ସିଂ ଆବଶ୍ୟକ ପଡ଼ିଲା କାହିଁକି ।
ବିଗତ ୧୦ ବର୍ଷରେ କେଉଁ ବିଭାଗ କେଉଁ ବେସରକାରୀ ସଂସ୍ଥାକୁ ଆଉଟ ସୋର୍ସିଂ କାମ ଦେଇଛି ଏହାର ତଥ୍ୟ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉଟ ସୋର୍ସିଂ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କେତେ ମୂଲ୍ୟରେ କରାଇଛନ୍ତି । ସେହି ବିଭାଗ କିମ୍ବା ଅନ୍ୟ କୌଣସି ବିଭାଗ ସେହି କାର୍ଯ୍ୟ ପାଇଁ ଦକ୍ଷ ଥିଲେ କି ନାହିଁ ତାହାର ସମୀକ୍ଷା କରାଯାଉ । ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଲେ ନିଜସ୍ବ ବିଭାଗ ସେହି କାର୍ଯ୍ୟ କରିପାରିବେ କି, ସମ୍ପୃକ୍ତ ବିଭାଗକୁ ମତାମତ ମାଗିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।