Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - BJD କାର୍ଯ୍ୟାଳୟ ନାଁ ଶଙ୍ଖ ଭବନ କାହିଁକି ? ରହିଲାନି ବିଜୁଙ୍କ ନାଁ...

Odisha

BJD କାର୍ଯ୍ୟାଳୟ ନାଁ ଶଙ୍ଖ ଭବନ କାହିଁକି ? ରହିଲାନି ବିଜୁଙ୍କ ନାଁ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
BJD କାର୍ଯ୍ୟାଳୟ ନାଁ ଶଙ୍ଖ ଭବନ କାହିଁକି ? ରହିଲାନି ବିଜୁଙ୍କ ନାଁ...

ବିଜେଡି କାର୍ଯ୍ୟାଳୟ ନାଁ ଶଙ୍ଖ ଭବନ କାହିଁକି ? କାହିଁକି ରହିଲାନି ବିଜୁଙ୍କ ନାଁ ? କ'ଣ ଥିଲା ଏହା ପଛରେ ଷଡ଼ଯନ୍ତ୍ର ? ପ୍ରଥମେ ବିଜୁଙ୍କୁ ହଟାଇଲେ, ତାପରେ ନବୀନଙ୍କୁ ହଟାଇଥାନ୍ତେ । ଯେଉଁ ବିଜେଡିର ନେତା ଦିନେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚୂନ ଟକିଏ ମାରିଲେ ନାହିଁ, ସେହି ନେତା ହଠାତ୍‌ ଏତେ ବଡ଼ ଶଙ୍ଖ ଭବନ କରିବା ପଛର କାରଣ କ'ଣ ? ଏହା ପଛରେ ରହିଛି ଏକ ବଡ଼ ଷଡ଼ଯନ୍ତ୍ର ।

ବିଜେଡିରେ ଚାଲିଥିବା କନ୍ଦଳ ଭିତରେ ଏଭଳି ଏକ ବିସ୍ଫୋରକ ବୟାନ ଦେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ । ଶଙ୍ଖ ଭବନ କରିବା ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର । ବିଜୁ ଜନତା ଦଳ କାର୍ଯ୍ୟାଳୟ ନଲେଖି ଶଙ୍ଖ ଭବନ କାହିଁକି ଲେଖିଲେ ବୋଲି ପ୍ରଶ୍ନ କରିଛନ୍ତି । ବିଜୁ ବାବୁଙ୍କ ନାଁ ଓ ତାଙ୍କ ବିଚାରଧାରାରେ ଦଳ ତିଆରି ହୋଇଥିଲା, ହେଲେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ତାଙ୍କ ନାଁ କାହିଁକି ଲେଖିଲେ ନାହିଁ । ଆଗ ବିଜୁଙ୍କୁ ହଟାଇବେ, ତାପରେ ନବୀନଙ୍କୁ ହଟାଇବେ, ଆଉ ତାପରେ ଶଙ୍ଖକୁ ଦଖଲ କରି ନେତୃତ୍ବ ନେବାର ଷଡ଼ଯନ୍ତ୍ର ରଚା ଯାଇଥିଲା ବୋଲି କହିଛନ୍ତି ପ୍ରଶାନ୍ତ ଜଗଦେବ ।

ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ, ତାଙ୍କୁ ସାଇଡ୍‌ କରି ଅନ୍ୟ ଜଣେ ଦାୟିତ୍ଵ ନେଇ ଯାଇଥାନ୍ତେ । ନବୀନଙ୍କୁ ହଟାଇବା ପାଇଁ ହୋଇଥିଲା ବିରାଟ ବଡ଼ ଷଡ଼ଯନ୍ତ୍ର । ନବୀନ ବାବୁ ୨୫ ବର୍ଷ ଶାସନରେ ରହିବା ପରେ ବି ବିଜେଡି କାର୍ଯ୍ୟାଳୟକୁ ଦିନେ ଚୂନ ଟିକେ ବି ମାରିଲେ ନାହିଁ । ବିଜେଡି ତିଆରି କରିଥିବା ଲୋକ ହିଁ ବିଜୁ ବାବୁଙ୍କୁ ହଟାଇ ଦେଲେ । ପ୍ରଥମେ ବିଜୁ ବାବୁଙ୍କ ଫଟୋ ଛୋଟ କଲେ, ତାପରେ ପୁରା ହଟାଇ ଦେଲେ । ସେମାନେ ବିଜୁ ବାବୁଙ୍କୁ ଅବହେଳା କରିଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ ।

ଅନ୍ୟପଟେ ଶଙ୍ଖ ଭବନରେ ନେତାଙ୍କ ଭିତରେ ପୁଣି ଦେଖାଦେଇଛି ତିକ୍ତତା । ଏତେ ସରି ହେଲା ପରେ ବି ଦଳରେ ଛିଣ୍ଡୁନି ଭାଗବଣ୍ଟା । ମୁଖିଆଙ୍କ ତାଗିଦ୍‌ ପରେ ବି ଚୁପ୍‌ ବସି ପାରୁନାହାନ୍ତି ନେତା । ଏବେ ଜିଲ୍ଲା ସଭାପତି ଚୟନକୁ ନେଇ ଆରମ୍ଭ ହୋଇଛି କେଁ । ଦଳରେ ଛିଣ୍ଡୁନି ଜିଲ୍ଲା ସଭାପତି ଅଙ୍କ । ନେତାଙ୍କ ଭିତରେ ପୁଣି କଥା କଟାକଟି । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ଶଙ୍ଖ ଭବନରେ ଦେଖାଦେଇଛି କେଁ । ବିଜେଡି ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ଭିତରେ ତୁତୁ ମେଁମେଁ ଦେଖିବାକୁ ମିଳିଛି । ପ୍ରାୟ ୧୧ରୁ ୧୨ ସାଂଗଠନିକ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଛି ଅଡୁଆ। ଧ୍ରୁବ ସାହୁ, ଅରୁଣ ସାହୁ, ଦେବି ମିଶ୍ର, ପ୍ରତାପ ଦେବ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ନେତା ବୈଠକରେ ଉପସ୍ଥିତ ଥିବା ବେଳେ କଥା କଟାକଟି ହୋଇଛନ୍ତି ନେତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why is the name of the BJD office Shankha Bhavan? Biju's name is not there... | Argus News