ଶଙ୍ଖ ଫରୁଆରେ ସମୀରଙ୍କ ଗୁଣ୍ଡା ବାହିନୀ

Key Points
- ଶଙ୍ଖ ଫରୁଆରେ ସମୀରଙ୍କ ଗୁଣ୍ଡା ବାହିନୀ
- ସମୀର ଦାସଙ୍କ ସୁରକ୍ଷାରେ ହତ୍ୟା ଉଦ୍ୟମ ଅଭିଯୁକ୍ତ ବିଜେଡି ନେତା
- ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ପରେ କାହିଁକି ଚୁପ୍ ପୋଲିସ
- କାହିଁକି ଗିରଫ ହେଉନାହାନ୍ତି ଦେବାଶିଷ, ଆଦୀପ୍ ଓ ମନଦୀପ୍
- କେବଳ ଜଣଙ୍କୁ ଗିରଫ କରି କାମ ସାରିଦେଲା କି ଗୋପ ପୋଲିସ
ଅର୍ଗସ ବ୍ୟୁରୋ: ସମୀର ଦାଶଙ୍କ ସହ ଡ୍ୟାନସରେ ମସଗୁଲ୍ ହତ୍ୟା ଉଦ୍ୟମକାରୀ ସେଖ୍ ଆଦୀପ୍। ସମୀରଙ୍କ ବଳରେ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛି ତାଙ୍କ ଗୁଣ୍ଡାବାହିନୀ। ଆଉ ଚୁପ୍ ଗୋପ ପୋଲିସ।
ନିମାପଡା ନିର୍ବାଚନମଣ୍ଡଳୀର ଗୋପ ଏରବଙ୍ଗରେ ବିଜେଡି ବିଧାୟକ ସମୀର ଦାଶଙ୍କ ଉପସ୍ଥିତିରେ ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି। କଳାପତାର ଦେଖାଉଥିବା ବିଜେଡି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଲେ, ଲହୁଲୁହାଣ କଲେ । ଦେବାଶିଷ, ମନଦୀପ, ଆଦୀପ ସମେତ ଅନ୍ୟମାନଙ୍କ ନାଁରେ ଦଫା 307, 506, ଆର୍ମସ ଆକ୍ଟ, ଏସସି ଏସଟି ଆଟ୍ରୋସିଟି ଆକ୍ଟରେ ମାମଲା ରୁଜ୍ଜୁ କରିଛି । ଘଟଣାର 3 ଦିନ ପରେ ବି ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ ପୋଲିସ। କେବଳ ଜଣଙ୍କୁ ଗିରଫ କରି କାମ ସାରିଦେଇଛି ପୋଲିସ । ଯାହାକୁ ନେଇ ଗୋପ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାରଠାରୁ ଅହୋରାତ୍ର ଧାରଣା ଦେବ ବିଜେପି।
ବିଜେଡି ନେତାଙ୍କ ଗୁଣ୍ଡାଗର୍ଦ୍ଦି ବେଳେ ସେଠାରେ ଉପସ୍ଥିତ ଥିଲେ ନିଜେ ସମୀର ଦାଶ। ଯାହାକୁ ନେଇ ବିବାଗ ବଢିବାରେ ଲାଗିଛି ।
ଅଭିଯୋଗ-1
ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା
ପୂର୍ବରୁ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲେ ସମୀର। ଆତ୍ମହତ୍ୟା ପାଇଁ ସମୀର ଦାୟୀ ବୋଲି କହିଥିଲେ ଧର୍ମେନ୍ଦ୍ର ସାହୁ। ତା ସହିତ ଯୌନ ବ୍ୟଭିଚାରର ବି ଆସିଥିଲା ସଂଗୀନ ଅଭିଯୋଗ।
📱 Get Argus News App
✨ଅଭିଯୋଗ-2
ବିଜେଡି ନେତ୍ରୀଙ୍କୁ ଆକ୍ରମଣ
କିଛି ମାସ ତଳେ ବିଜେଡି ନେତ୍ରୀ ଜ୍ୟୋତ୍ସାରାଣୀ ନାୟକଙ୍କ ଉପରେ ହୋଇଥିଲା ଆକ୍ରମଣ। ସମୀର ଦାଶଙ୍କ ନିର୍ଦ୍ଦେଶରେ ତାଙ୍କ ଗୁଣ୍ଡା ବାହିନୀ ଏଇ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଚୁପ୍ ରହିଲା।
ଅଭିଯୋଗ-3
ମହିଳାଙ୍କୁ ଅସଦାଚରଣ ନେଇ 2007ରୁ ତାଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି।