କାହିଁକି ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ

Key Points
ଛାତ୍ର ଛାତ୍ରୀଙ୍କ ଭିତରେ କାହିଁକି ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?
ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟ ରେ ସେଫ କ୍ୟାମ୍ପେନ କରିବ ଉଚ୍ଚ ଶିକ୍ଷା ବିଭାଗ
ସ୍କୁଲ ରେ ସଚେତନ କରାଯିବ କହିଲେ ଗଣ ଶିକ୍ଷାମନ୍ତ୍ରୀ
ପୁଲିସ ନିକଟରେ ଥିବା ମହିଳାଙ୍କ ଅଭିଯୋଗର ସମୀକ୍ଷା ପାଇଁ ସବୁ ଏସ ପି ଙ୍କୁ କ୍ରାଇମ୍ବ୍ରାଞ୍ଚର ଚିଠି । ମାନସିକ ଅବସାଦ ରେ ରହୁଛନ୍ତି କି ଯୁବ ପିଢ଼ି ? ବର୍ତ୍ତମାନ ପରିସ୍ଥିତି ରେ ଛାତ୍ର ଛାତ୍ରୀଙ୍କ ଭିତରେ ବଢ଼ୁଥିବ ଆତ୍ମହତ୍ୟା ପ୍ରବଣତା ରୋକିବାକୁ ନୂଆ ପନ୍ଥା ଆପଣେଇଛନ୍ତି ରାଜ୍ୟ ସରକାର । ଏଣିକି ଶକ୍ତିଶ୍ରୀ ସ୍କିମରେ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ କ୍ୟାମ୍ପନ କରିବ ଉଚ୍ଚ ଶିକ୍ଷା ବିଭାଗ ।
ଏଥିପାଇଁ କ୍ୟାମ୍ପସ୍ ଗୁଡ଼ିକରେ ସଚେତନତା ଶିବିର କରାଯିବା ସହ ଛାତ୍ର ଛାତ୍ରୀଙ୍କ ମାନସିକ ସନ୍ତୁଳନ ଠିକ ରହିବା ଦିଗରେ ପଦକ୍ଷେପ ନିଆଯିବ । ସେହିପରି ସ୍କୁଲ ସ୍ତର ରେ ଛାତ୍ର ଛାତ୍ରୀଙ୍କ ମାନସିକତା ପରିବର୍ତନ ପାଇଁ ପଦକ୍ଷେପ ନିଆଯିବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ସେପଟେ ଗତ ଗୋଟିଏ ମାସରେ ରେ ରାଜ୍ୟ ରେ ୪ ଛାତ୍ରୀ ଦେହରେ ନିଆଁ ଲାଗାଇ ଆତ୍ମାହୂତି କରିଛନ୍ତି। ପ୍ରତିଦିନ ଛୋଟ ଛୋଟ ପିଲାଙ୍କ ଆତ୍ମହତ୍ୟା ବି ଚିନ୍ତା ବଢାଇଛି। ଏଥିପାଇଁ ସବୁ ଜିଲ୍ଲା ରେ ଏସ୍ପି ଙ୍କ ସହ ଭୁବନେଶ୍ବର ଓ କଟକର ଡିସିପି ଙ୍କୁ ଚିଠି ଲେଖିଛି କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା। ପୁଲିସ ନିକଟରେ ପଡ଼ିଥିବା ମହିଳା ଓ ଯୁବତୀ ଅଭିଯୋଗର ସମୀକ୍ଷା କରିବା ଆବଶ୍ୟକୀୟ ପଦକ୍ଷେପ ନେବାକୁ ଚିଠିରେ କୁହାଯାଇଛି । ବିଦ୍ୟାଳୟ, କଲେଜ ଓ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟଗୁଡିକରେ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦିଆଯାଇଛି। ସେହିପରି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁରୁତ୍ବପୂର୍ଣ୍ଣ ଦିଗଗ୍ରତି ଧ୍ୟାନ ଦେବା ସହ ଆତ୍ମହତ୍ୟା ସମ୍ବନ୍ଧିତ ନକରାତ୍ମକ ପ୍ରଭାବକୁ ବୁଝି ରିପୋର୍ଟଂ କରିବାକୁ ଅନୁରାଧ କରାଯାଇଛି।
📱 Get Argus News App
✨ଦୁଇ ଦିନ ତଳେ କମିଶନରେଟ ପେୋଲିସ ତରଫ ରୁ ଆୟେୋଜିତ ଜୀବନ ଜିନ୍ଦାବାଦ କାର୍ଯ୍ୟକ୍ରମରେ ୧୧୦୦ ରୁ ଅଧୀକ ଛାତ୍ର ଛାତ୍ରୀଙ୍କୁ ସଚେତନ କରିଥିଲେ ମୁଖ୍ୟମନ୍ତ୍ରୀ। ଏବେ ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଠା ଆରମ୍ଭ ହେୋଇଛି ।