Videos
|
Odisha

କାହିଁକି ହୁଏ ଖଣ୍ଡଗିରି ମେଳା?

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
  କାହିଁକି ହୁଏ ଖଣ୍ଡଗିରି ମେଳା?

ମାଘସପ୍ତମୀରୁ ଭୁବେନଶ୍ବର ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି ପବିତ୍ର ଖଣ୍ଡଗିରି ମେଳା। ସାଧୁସନ୍ଥଙ୍କ ମନ୍ତ୍ରଧ୍ବନୀରେ ପ୍ରକମ୍ପିତ ହେଉଛି ଗଗନ ପବନ। ଭଲମନ୍ଦ ବୁଝିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥଙ୍କ ନିକଟରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ। ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ବାରଭୂଜାଙ୍କ ନିକଟରେ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ ହେବା ସହ ହନୁମାନଙ୍କ ନୀକଟରେ ରାମ ଚରିତ ମାନସ ଆରମ୍ଭ ହୋଇଛି। ସେପଟେ ଆଜି ରାତିରୁ ଆରମ୍ଭ ହେଉଛି ଯାତ୍ରା


ଖଣ୍ଡଗିରି ମେଳାର ପୌରାଣିକ କିମ୍ବଦନ୍ତୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜୈନ ଉପାସକ ତତ୍କାଳୀନ କଳିଙ୍ଗ ସମ୍ରାଟ କରକନ୍ଦୁ ଏବଂ ପରେ ମହାମେଘବାହାନ ଐର ଖାରବେଳ ସାଧୁସନ୍ଥମାନଙ୍କ ପାଇଁ ଉଦୟଗିରି ପାହାଡ଼ରେ ବିଭିନ୍ନ ଗୁମ୍ଫା ନିର୍ମାଣ କରାଇଥିଲେ ସେମାନଙ୍କ ରାଜତ୍ବ କାଳରୁ ଖଣ୍ଡଗିରିରେ କୁମ୍ଭମେଳା ଚାଲି ଆସୁଥିବା କୁହାଯାଏ। ତେବେ ସାଧୁସନ୍ଥ ଏଠରେ କେବେ ଠାରୁ ତପସ୍ୟା କରିଆସୁଛନ୍ତି ତାର ସ୍ପଷ୍ଟ ତଥ୍ୟ ମିଳେନାହିଁ। ପରମ୍ପରା ଅନୁସାରେ ସାଧୁସନ୍ଥମାନେ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ଖଣ୍ଡଗିରି ଆସି ତପଜପ କରିଥାନ୍ତି। ବିଶ୍ବାସ କରାଯାଏ ସୂର୍ଯ୍ୟଙ୍କ ପ୍ରଥମ କିରଣ ଏଠାରେ ପଡିଥାଏ। ସକାଳୁ ଏଠାରେ ସୂର୍ଯ୍ୟ ପୂଜା କଲେ କୋଟି ପୂଣ୍ୟ ମିଳେ। ତେଣୁ ସାଧୁସନ୍ଥମାନେ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ପରେ ଖଣ୍ଡଗିରିରେ ଆସି ଧ୍ୟାନ କରନ୍ତି।


ପୌରାଣିକ କିମ୍ବଦନ୍ତୀ ଅନୁସାରେ ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଚନ୍ଦ୍ରଭାଗାରେ ଉପାସନା କରିଥିଲେ। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇ ଖଣ୍ଡଗିରିରେ ଉଦିତ ସୂର୍ଯ୍ୟଙ୍କ ଉପାସନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। ଚନ୍ଦ୍ରଭାଗାରେ ବୁଡ଼ ପକାଇବାର ଅନେକ ତାପର୍ଯ୍ୟ ରହିଛି। ସାରଳା ଦାସଙ୍କ ମହାଭାରତରେ ମଧ୍ୟ ଚନ୍ଦ୍ରଭାଗାରେ ବୁଡ ପକାଇବା ନେଇ ଉଲ୍ଲେଖ ରହିଛି। ପଞ୍ଚୁପାଣ୍ଡବମାନେ ତାଙ୍କ ବନବାସ ସମୟରେ ଏହି ସ୍ଥାନରେ କିଛିଦିନ ଅବସ୍ଥାନ କରିବା ପରେ ଚନ୍ଦ୍ରଭାଗାରେ ମାଘ ସପ୍ତମୀ ଦିନ ବୁଡ ପକାଇଥିଲେ। ଖଣ୍ଡଗିରିରେ ପବିତ୍ର ପାଞ୍ଚଟି କୁଣ୍ଡ ରହିଛି, ଯାହାର ନାମ ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଏବଂ ଲଳିତ କୁଣ୍ଡ । ଖଣ୍ଡଗିରି ମେଳାରେ ସାଧୁସନ୍ଥମାନେ ଏହି କୁଣ୍ଡରେ ସ୍ନାନ କରନ୍ତି। ଏହି କୁଣ୍ଡରେ ସ୍ନାନ କରିବା ଅର୍କକ୍ଷେତ୍ରରେ ବୁଡ ପକାଇବା ସହ ସମାନ।



why-is-there-a-khandagiri-fair | Argus News