Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / କାହିଁକି ବଡ଼ଦାଣ୍ଡରେ ଲାଗିଛି ଅସମ୍ଭାଳ ଭିଡ଼, ଭୁଲ କାହାର ?

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
କାହିଁକି ବଡ଼ଦାଣ୍ଡରେ ଲାଗିଛି ଅସମ୍ଭାଳ ଭିଡ଼, ଭୁଲ କାହାର ?
Puri Srimandir

Key Points

ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେଲେ ଭକ୍ତଙ୍କ ଦର୍ଶନରେ ମଧ୍ୟ ଶୃଙ୍ଖଳା ଆସିପାରିବ ବୋଲି କୁହାଯାଉଛି ।

ପୁରୀ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି। ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀମନ୍ଦିର ଆସିଥିବା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିଛି ବଡ଼ଦାଣ୍ଡରେ।‌ ମହାପ୍ରଭୁଙ୍କ ସକାଳଧୂପ ନୀତି ଚାଲିଥିବାରୁ ଦୀର୍ଘ ସମୟ ଧରି ଶ୍ରଦ୍ଧାଳୁଙ୍କୁ ବଡ଼ଦାଣ୍ଡରେ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିଛି। ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଯୋଗୁଁ ଶ୍ରୀକୃଷ୍ଣ ସିନେମା ହଲ୍‌ ଗଳି ପର୍ଯ୍ୟନ୍ତ ଧାଡ଼ି ଲମ୍ବିଛି।

ତେବେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କିନ୍ତୁ ବୟସ୍କ ବ୍ୟକ୍ତି ଦୀର୍ଘ ସମୟ ଧରି ଧାଡ଼ିରେ ଠିଆ ହେବା ସମ୍ଭବ ନୁହେଁ। ଦିବ୍ୟାଙ୍ଗ ତଥା ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ପାଇଁ ଦାବି ହୋଇଛି।

ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ହୋଇପାରୁନଥିବା ଯୋଗୁ ଭକ୍ତମାନେ କଲବଲ ହେଉଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଶ୍ରଦ୍ଧାଳୁମାନେ ମତ ରଖିଛନ୍ତି। ତେବେ ଗତକାଲି ରାତି ୧.୫୫ ରେ ପହୁଡ ହୋଇଥିବା ବେଳେ ଆଜି ସକାଳ ୬.୧୦ ରେ ଦ୍ୱାରଫିଟା ନୀତି ସମ୍ପର୍ଣ୍ଣ ହୋଇଛି। ସେବାୟତ ମାନେ ଯଦି ନିଜନିଜ ଭିତରେ ଉତ୍ତମ ସମନ୍ୱୟ ରଖିବେ, ତାହେଲେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହୋଇପାରିବ। ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେଲେ ଭକ୍ତଙ୍କ ଦର୍ଶନରେ ମଧ୍ୟ ଶୃଙ୍ଖଳା ଆସିପାରିବ ବୋଲି କୁହାଯାଉଛି ।

ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇସାରିଛି ବୈଠକ । ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ଉପରେ ପ୍ରାଥମିକ ଭାବେ ବୈଠକରେ ଆଲୋଚନା ହୋଇଛି । ଆଦର୍ଶ ଗୁରୁକୂଳ ପାଇଁ ଜମି ଅଧିଗ୍ରହଣ ସମସ୍ୟା ଥିବା ବେଳେ ତାହା ସମାଧାନ ହୋଇଛି । ବୈଠକରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କେବେ ହେବ, କେଉଁ ଶୁଭ ମୁହୁର୍ତ୍ତରେ ନେଇ ଆଲୋଚନା ହୋଇଛି ।

ପରିଚାଳନା କମିଟିରେ ଚୂଡାନ୍ତ ମାର୍ଗଦର୍ଶିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବା ସହ ନାଟମଣ୍ଡପରେ ଧାଡି ଦର୍ଶନ, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ, ପୁରୀବାସୀଙ୍କ ସୁବିଧା ଦର୍ଶନ ଉପରେ ମଧ୍ୟ ଆଲୋଚନା ହୋଇଛି । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir | Why is there an impossible crowd in front Of Srimandir Bada Danda ? Whose fault is it? | Argus News