Videos
|
Odisha

ଆଇଟମ୍‌ ଡ୍ୟାନ୍ସରଙ୍କୁ କାହିଁକି ଖଣ୍ଡଗିରି ମନା

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଆଇଟମ୍‌ ଡ୍ୟାନ୍ସରଙ୍କୁ କାହିଁକି ଖଣ୍ଡଗିରି ମନା

Key Points

ଆଇଟମ୍‌ ଡ୍ୟାନ୍ସରଙ୍କୁ ନେଇ କେବେଠୁ ବିବାଦ ...

ଆଇଟମ୍‌ ଡ୍ୟାନ୍ସରଙ୍କୁ କାହିଁକି ଖଣ୍ଡଗିରି ମନା ?

ଯାତ୍ରାରେ କାହିଁକି ହୁଏ ଆଇଟମ୍ ଡ୍ୟାନସ ?

ଅର୍ଗସ ବ୍ୟୁରୋ : ପାଖେଇ ଆସିଲାଣି ଖଣ୍ଡଗିରି ଯାତ୍ରା ମହାସମର। ଖଣ୍ଡଗିରି ଯାତ୍ରାକୁ ନେଇ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଫେବୃୟାରୀ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଯାତ୍ରା କଳାକାରଙ୍କ ଦମଦାର ସଂଳାପରେ କମ୍ପିବ ମଞ୍ଚ। ୧୩ ଟି ଅପେରା ଦଳ ସାମିଲ ହେବେ ଏହି ଅଘୋଷିତ ଯାତ୍ରା ପ୍ରତିଯାଗିତାରେ । କେଉଁ ଗଣନାଟ୍ୟ କୋଉ ନାଟକକୁ ନେଇ ମୈଦାନକୁ ଓହ୍ଲାଇବେ ତାକୁ ନେଇ ଆଲୋଚନା ସରଗରମ ହୋଇଥିବା ବେଳେ ଏପଟେ ଆଇଟମ୍ ଗାର୍ଲଙ୍କୁ ନେଇ ଦେଖାଦେଇଛି ବିବାଦ। ଏଥର ଖଣ୍ଡଗିରିରେ ନାଚି ପାରିବେ ନାହିଁ ଆଇଟମ୍‌ ଡ୍ୟାନ୍ସର ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ। ପୋଲିସ ସହିତ ଯାତ୍ରା କମିଟି ମାନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ନିଷ୍ପତ୍ତି କେବଳ ଚଳିତ ବର୍ଷ ହୋଇନି, ପୂର୍ବ ବର୍ଷ ଗୁଡିକରେ ମଧ୍ୟ ଆଇଟମ୍ ଡ୍ୟାନ୍ସକୁ ନେଇ ଦେଖାଦେଇଥିଲା ବିବାଦ


ଆଇଟମ ଡ୍ୟାନସକୁ ନେଇ କେବେ ଓ କାହିଁକି ହେଲା ବିବାଦ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୪ ବର୍ଷ ତଳେ ଖଣ୍ଡଗିରି ଯାତ୍ରାରେ ଆଇଟମ ନୃତ୍ୟ ଭିତରେ ଦର୍ଶକଙ୍କ କାନ କାମୁଡିବା ଅଭିଯୋଗକୁ ନେଇ ପ୍ରଥମେ ସୃଷ୍ଟିହୁଏ ବିବାଦ। ଏହି ଘଟଣା ପରେ ଅଧିକ ଚର୍ଚ୍ଚାକୁ ଆସନ୍ତି ଅଭିନେତ୍ରୀ ଆଇଟମ ଡ୍ୟାନ୍ସର ରାଣୀ ପଣ୍ଡା। ଘଟଣାକୁ ନେଇ ମୁହାଁମୁହିଁ ହୁଅନ୍ତି କମିଟି , ଦର୍ଶକ ଓ ସମ୍ପୃକ୍ତ ଅନୁଷ୍ଠାନ । କିଛି ସାମାଜିକ ଅନୁଷ୍ଠାନ ମଧ୍ୟ ପ୍ରତିବାଦ କରନ୍ତି। ପରେ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା ହୋଇଥିଲା । ଓଡ଼ିଶାରେ ଅନ୍ୟ କିଛି ମଞ୍ଚରେ ମଧ୍ୟ ବିରୋଧ କରାଯାଇଥିଲା। ରାଣୀଙ୍କ ପରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଓଡ଼ିଶା ଆଇଟମ୍ ଡ୍ୟାନସ ଜଗତକୁ ଆସିଥିଲେ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ। ତାଙ୍କ ପରେ ୟୁଟ୍ୟୁବରେ କମେଡି ଭିଡିଓରେ ଅଭିନୟ କରି ଚର୍ଚ୍ଚାରେ ଥିବା ସାହୁ ଭାଉଜ ଆଇଟମ ଡ୍ୟାନସକୁ ଆସିଥିଲେ


ଯାତ୍ରାରେ କାହିଁକି ହୁଏ ଆଇଟମ୍ ଡ୍ୟାନସ ?


ଯାତ୍ରାରେ ନାଟକ ଆରମ୍ଭ ହେବା ପୂର୍ବରୁ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ 'ମେଲୋଡି'ରେ ହେଉଥିବା କିଛି ନିର୍ଦ୍ଧିଷ୍ଟ ଗୀତ ଓ ଅଙ୍ଗଭଙ୍ଗୀ ନୃତ୍ୟକୁ ଏବେ ଆଇଟମ ଡ୍ୟାନସ ବୋଲି କୁହାଯାଉଛି । ଯାତ୍ରାରେ ଆଇଟମ ଡ୍ୟାନସ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ଦାବି ହେଉଥିବା ବେଳେ କିଛି କମିଟି ଅଭିଯୋଗ କରୁଛନ୍ତି ଆଇଟମ୍ ଡ୍ୟାନସ ନହେଲେ ଦର୍ଶକ ଆସୁନାହାନ୍ତି, ବ୍ୟବସାୟ ହେଉନି। ବ୍ୟବସାୟଙ୍କୁ ଦୃଷ୍ଟିରେ ରଖି ଆଇଟମ ଡ୍ୟାନସରଙ୍କୁ ଡକାଯାଉଛି। ଗତ ଡିସେମ୍ବର ୨୯ ତାରିଖରେ ମାଲକାନଗିରିରେ ଏକ ଯାତ୍ରା ମଞ୍ଚରେ ନିଶା ମହାରଣାଙ୍କୁ ଜଗିବା ପାଇଁ ପୋଲିସ କ୍ୟାମେରା ଲଗାଇଥିଲା। ଯାହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା