Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Kali Puja Special / କାହିଁକି ହୁଏ କାଳୀ ପୂଜା ? ଜାଣନ୍ତୁ ପୁରା ଘଟଣା...

Banajyotshna Ray
Browse all articles by Banajyotshna Ray
·9 months ago·3 min read
କାହିଁକି ହୁଏ କାଳୀ ପୂଜା ? ଜାଣନ୍ତୁ ପୁରା ଘଟଣା...

Key Points

କାଳୀ ପୂଜା ପାଇଁ ଆରମ୍ଭ ହୋଇଗଲାଣି ଜୋରସୋର ପ୍ରସ୍ତୁତି। ସହରର ବିଭିନ୍ନ ପୂଜାମଣ୍ଡପରେ ଏବେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି କାରିଗର।

ପାଖେଇ ଆସିଲାଣି କାଳୀ ପୂଜା। ଆସନ୍ତା ୨୦ ତାରିଖରେ କାଳୀ ପୂଜା ପାଇଁ କଟକ ସହରରେ ଆରମ୍ଭ ହୋଇ ଗଲାଣି ଜୋରସୋର ପ୍ରସ୍ତୁତି। ସହରର ବିଭିନ୍ନ ପୂଜାମଣ୍ଡପରେ ଏବେ ଶ୍ୟାମାକାଳୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କାମରେ ଲାଗିଛନ୍ତି କାରିଗର। ସେପଟେ ଦଶହରା ଭଷାଣୀ ଗଣ୍ଡଗୋଳ ଘଟଣା ପରେ କାଳୀ ପୂଜାକୁ ସୁରୁଖୁରୁରେ କରିବା ପାଇଁ ସାହିମୁରବି ଓ ଲୋକ ପ୍ରତିନିଧି ଶାନ୍ତି କମିଟି ଓ ପୂଜା କମିଟି ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏକ ବୈଠକ କରିବା ପାଇଁ ନିବେଦନ କରିଛନ୍ତି ପୂର୍ବା ଅଞ୍ଚଳ ଶାନ୍ତି କମିଟି ସମ୍ପାଦକ।


କଟକରେ କାଳୀ ପୂଜା ପ୍ରସ୍ତୁତି ଯୋରସୋରରେ ଚାଲିଛି। 20 ତାରିଖରେ କଟକର ବିଭିନ୍ନ ପୂଜା ମଣ୍ଡପ ରେ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଏଥି ପାଇଁ ସହରର ପୂଜା ମଣ୍ଡପ ଗୁଡିକ ରେ କାରିଗର ଓ ତାଙ୍କର ସହଯୋଗୀମାନେ ମୂର୍ତ୍ତି ନିର୍ମାଣ ରେ ଲାଗିଛନ୍ତି। କେଉଁଠି ଏକ ମାଟିଆ କାମ ସରିବା ପରେ ଦୋମାଟିଆ କାମ ଚାଲିଛି ତ କେଉଁଠି ମୂର୍ତ୍ତିରେ ଖଡିଚଢା ଓ ରଙ୍ଗକାମ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ସିଲଭର ସିଟିର ପ୍ରାୟ 70 ରୁ ଉର୍ଦ୍ଧ୍ୱ ପୂଜା ମଣ୍ଡପରେ ଶ୍ୟାମାକାଳୀ ଲକ୍ଷ୍ମୀନାରାୟଣଙ୍କ ପୂଜା ଅନୁଷ୍ଠିତ ହେବ।

ସେପଟେ ଆଲୋକର ପର୍ବ ଦୀପାବଳି ପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଦୀପ କାରିଗର। ଛୋଟ ରୁ ବଡ଼ ଭଳିକି ଭଳି ଦୀପ ପ୍ରସ୍ତୁତ କରୁଛନ୍ତି କାରିଗର। 2 ଟଙ୍କା ରୁ ଆରମ୍ଭ କରି 50 ଟଙ୍କା ପର୍ଯ୍ୟନ୍ତ ଦୀପ ରହିଛି । ବଜ଼ାର ରେ ଫ୍ୟାନସି ଦୀପ ବିକ୍ରି ହେବା ଶ୍ୱେତେ ମାଟି ଦୀପ ର ଅଧିକ ଚାହିଦା ରହିଛି ବୋଲି କହିଛନ୍ତି ଦୀପ କାରିଗର।
ଦଶହରା ଅଘଟଣ କୁ ଦୃଷ୍ଟି ରେ ରଖି କାଳୀ ପୂଜା ପାଇଁ କଟକ ସହର ରେ ଏବେ ଠାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି।


କଟକରେ ଦୁର୍ଗାପୂଜା ଭସାଣି ଓ ଏହା ପରେ ହୋଇ ଥିବା ଗଣ୍ଡଗୋଳ ଯୋଗୁଁ ସୃଷ୍ଟି ହୋଇ ଥିବା ଅଶାନ୍ତି ଧୀରେ ଧୀରେ କରି ସୁଧୁରିବା ଆରମ୍ଭ କରିଛି। ଏହାରି ଭିତରେ କଟକରେ ଆୟୋଜିତ ହେବାକୁ ଯାଉଛି କାଳୀପୂଜା ଓ ତା ପରବର୍ତ୍ତୀ କାଳୀ ପୂଜା ଭସାଣ ଉତ୍ସବ। ଦୁର୍ଗାପୂଜା ଢଙ୍ଗରେ କାଳୀ ପୂଜା ଓ ଭସାଣି ହୋଇ ଆସୁ ଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଓ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଡ଼ା ନିର୍ଦ୍ଦେଶ । ଦୀପାବଳିରେ ବାଣ ଫୁଟାଇବା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେଉଁଥିରେ ରାତି ୭ ଟାରୁ ୯ଟା ଯାଏଁ ବାଣ ଫୁଟାଇବା ନିର୍ଦ୍ଦେଶ ଜାରି କରାଯାଇଛି ।


ଦୀପାବଳିରେ କାହିଁକି ହୁଏ କାଳୀ ପୂଜା:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଙ୍ଗୀୟ ପରମ୍ପରା ଅନୁଯାୟୀ ଦୀପାବଳିକୁ କାଳୀ ପୂଜା କୁହାଯାଏ। କାଳୀ ପୂଜାକୁ ଶ୍ୟାମା ପୂଜା ମଧ୍ୟ କୁହାଯାଏ। ପୌରାଣିକ କାହାଣୀ ଅନୁଯାୟୀ, ଏହି ଦିନ ମା’ କାଳୀ ୬୪ ହଜାର ଯୋଗିନୀଙ୍କ ସହିତ ପ୍ରକଟ ହୋଇଥିଲେ ଏବଂ ରକ୍ତବୀଜ ଭଳି ରାକ୍ଷସ ଏବଂ ମନ୍ଦବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ବିଶ୍ୱାସ କରାଯାଏ ଯେ ମଧ୍ୟରାତ୍ରିରେ ମା’ କାଳୀଙ୍କୁ ପୂଜା କଲେ ସମସ୍ତ ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଥାଏ। ମାତା ଅମ୍ବା ରକ୍ତ ଏବଂ ବିଜ ନାମକ ରାକ୍ଷସମାନଙ୍କୁ ହତ୍ୟା କରିବା ପାଇଁ ମା’ କାଳୀଙ୍କ ରୂପ ନେଇଥିଲେ। ମା’ କାଳୀ ସର୍ବଦା ତାଙ୍କର ଭୟଙ୍କର ରୂପରେ ରୁହନ୍ତି, ତେଣୁ ତାଙ୍କୁ ପୂଜା କରିବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରାଯାଏ। ଏହି ରାକ୍ଷସମାନଙ୍କୁ ହତ୍ୟା କରିବା ପରେ ମଧ୍ୟ ଯେତେବେଳେ ମା’ କାଳୀଙ୍କ କ୍ରୋଧ କମିନଥିଲା, ଭଗବାନ ଶିବ ତାଙ୍କ ଆଗରେ ଶୋଇ ଯାଇଥିଲେ। ଏହା ପରେ ମା’ କାଳୀ ଶାନ୍ତ ରୂପକୁ ଆସିଥିଲେ। ଏନେଇ ଦୀପାବଳି ଦିନ ମା’ କାଳୀଙ୍କ ଶାନ୍ତ ଅବତାର ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ।



କାଳୀ ପୂଜାର ମହତ୍ତ୍ୱ:


ସମସ୍ତ ବିକାର ଏବଂ କଷ୍ଟକୁ ଦୂର କରିବା ପାଇଁ କାଳୀ ମା’ଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ଯମରାଜଙ୍କ ପାଇଁ ଦୀପ ଦାନ କରନ୍ତି। ଏହି ଦିନ ସମସ୍ତ ନକାରାତ୍ମକ ଶକ୍ତିକୁ ଜାଳିଦିଆଯାଏ କାରଣ ଖରାପ ଶକ୍ତିରୁ ମୁକ୍ତି ପାଇବା ପାଇଁ ଏହା ହେଉଛି ସର୍ବୋତ୍ତମ ସମୟ।


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories

Sponsored
Kali Puja Special | Why is Kali Puja Celebrated? Know the Complete Story Behind the Festival | Argus News | Argus News