Cuttack Dibas / 'କାହିଁକି ବାରାଣାସୀରୁ ବିଡ଼ାନାସୀ, ବକ୍ସି ବଜାର କ'ଣ ପାଇଁ ଉଦ୍ଦିଷ୍ଟ ?' କଟକ ଇତିହାସ କ'ଣ କହୁଛି...

Key Points
ଉଦୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ପ୍ରଥମ କଟକ ଦିବସ ପାଳନ କରାଯାଇଛି ।
ପ୍ରଥମ ଖାଣ୍ଟି କଟକିଆ ସମ୍ମାନରେ ସମ୍ମାନୀତ ହେଲେ ଦେବଦାସ ଛୋଟରାୟ ।
କେବଳ କଟକିଆ ନୁହେଁ, କଟକକୁ ଭଲ ପାଉଥିବା ସମସ୍ତଙ୍କ ପାଇଁ ଦିନଟିଏ । ପ୍ରଥମ କଟକ ଦିବସ । ଉଦୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଏ ପ୍ରୟାସ । ଯାହାର ଉଦ୍ଦେଶ୍ୟ ଥିଲା କଟକ ପ୍ରତି ଭଲପାଇବା ଥିବା ପ୍ରତ୍ୟେକଟି ଲୋକଙ୍କୁ ଗୋଟିଏ ତାରରେ ଯୋଡ଼ିବା । ଯେଉଁଥିରେ କଟକ ଓ କଟକ ସହ ଜଡ଼ିତ ସବୁବର୍ଗର ଲୋକ ସାମିଲ ହୋଇଥିଲେ । ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, କଟକ ଓଡ଼ିଶା ଇତିହାସର ପରିଚୟ । ଡିସେମ୍ବର ୧୦, ୨୦୨୫ରେ ପାଳନ କରାଯାଇଛି ପ୍ରଥମ କଟକ ଦିବସ । ଉଦୟ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ଥିଲା ଏ ପ୍ରୟାସ । କାର୍ଯ୍ୟକ୍ରମରେ ପ୍ରଥମ ଖାଣ୍ଟି କଟକିଆ ସମ୍ମାନରେ ସମ୍ମାନୀତ ହୋଇଥିଲେ ବିଶିଷ୍ଟ କଥାକାର, ଗୀତିକାର ଓ ଲେଖକ ଦେବଦାସ ଛୋଟରାୟ । ଅନ୍ୟମାନଙ୍କ ମଧ୍ୟରେ କଟକ ପ୍ରତି ଅବଦାନ ଥିବା ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଛି ।
କାର୍ଯ୍ୟକ୍ରମର ଆରମ୍ଭରେ କଟକରେ ସବୁ ଅଟକ ଶୀର୍ଷକ ଆଲୋଚନା ଚକ୍ର ରହିଥିଲା । ଯେଉଁଥିରେ ବିଭିନ୍ନ ବର୍ଗରେ କଟକର ଅତୀତ, ଅବଦାନ ଓ ସମ୍ଭାବନାକୁ ନେଇ ନିଜ ସ୍ମୃତି ଓ ଆଶାର କଥା କହିଥିଲେ ଅତିଥି । କଟକ ଦିବସରେ ରିଲିଜ ହୋଇଥିଲା କଟକର ହୃଦୟର ସଙ୍ଗୀତ, କଟକ ଥିମ୍ ସଙ୍ଗ୍ । ଯେଉଁଥିରେ କଣ୍ଠ ଦେଇଛନ୍ତି ଓଡ଼ିଶାର କିଛି ପ୍ରଖ୍ୟାତ ବରିଷ୍ଠ କଣ୍ଠଶିଳ୍ପୀଙ୍କ ସହ ଯୁବ ସ୍ବର । ଏହି ଅବସରରେ କଟକ ଦିବସ ପାଇଁ ସ୍ମରଣିକାର ମଧ୍ୟ ଉନ୍ମୋଚନ କରାଯାଇଛି । ଏଥିରେ କଟକର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏହାସହ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ, କଟକ ସଦର ବିଧାୟକ ପ୍ରକାଶ ସେଠୀ, କଟକ ମେୟର ସୁବାସ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶାର ଗୌରବମୟ ଇତିହାସ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର କଟକର ସେହି ଦିବ୍ୟ ଗୌରବକୁ ଉତ୍ତର ପିଢ଼ିଙ୍କ ପାଇଁ ସତେଜ ରଖିବାର ପ୍ରୟାସ ହେଉଛି କଟକ ଦିବସ । କାର୍ଯ୍ୟକ୍ରମରେ କଟକର ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଥମ 'କଟକ ଦିବସ'ର ସଫଳ ଆୟୋଜନ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ବୋଲି ଲେଖିଛନ୍ତି । ତେବେ ଏହି କାର୍ଯ୍ୟକ୍ରମ ଉଦୟ ଓଡ଼ିଶା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିଲା ।
କଟକରେ ପ୍ରଥମ ଥର ପାଇଁ ଆୟୋଜିତ 'କଟକ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବାର ଅବସର ମିଳିଲା। ଓଡ଼ିଶାର ଗୌରବମୟ ଇତିହାସ, ସଂସ୍କୃତି ଓ ପରମ୍ପରାର ପ୍ରାଣକେନ୍ଦ୍ର କଟକର ସେହି ଦିବ୍ୟ ଗୌରବକୁ ଉତ୍ତର ପିଢ଼ିଙ୍କ ପାଇଁ ସତେଜ ରଖିବାର ଏହା ଥିଲା ପ୍ରୟାସ। କାର୍ଯ୍ଯକ୍ରମରେ କଟକର ବିଶିଷ୍ଟ ବ୍ଯକ୍ତିତ୍ବଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଥମ 'କଟକ…
pic.twitter.com/cQvkWYVo7I— Suryabanshi Suraj (@suryabanshibjp) December 10, 2025
ଖାଲି ସେତିକି ନୁହେଁ ମଞ୍ଚ ଉପରେ ମଧ୍ୟ କଟକକୁ ନେଇ ଅନେକ କଥା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । 'କଟକର ଇତିହାସ ଆମ ସମସ୍ତଙ୍କୁ ଜାଣିବାକୁ ପଡ଼ିବ ବୋଲି ସେ କହିଛନ୍ତି । କଟକ କେବଳ ଏକ ନାଁ ନୁହେଁ, ଏହା ଏକ ପରିଚୟ । କଟକ ସହ ଲୋକଙ୍କ ଇମୋସନ ଯୋଡ଼ି ହୋଇ ରହିଛି । କଟକୁ ଯିଏ ଆସିଛି ସିଏ ଅଟକି ଯାଇଛି । କଟକର ପ୍ରତି ଗଳି କନ୍ଦି ଓ ଛକ ବଜାର ଇତିହାସ ପୃଷ୍ଠାକୁ ମନେ ପକାଇଥାଏ । ସେ ବାରାଣାସୀରୁ ଆଜି ବିଡ଼ାନାସୀ କାହିଁକି ପାଲଟିଛି, ବକ୍ସି ବଜାର ନାଁ କାହିଁକି ରହିଛି, ଆଲମ ବଜାର ନାଁ କ'ଣ ପାଇଁ ଉଦ୍ଧିଷ୍ଟ । ଏତମାମ ଇତିହାସ ଆମ ପରପିଢ଼ି ଜାଣିବା ଆବଶ୍ୟକ' ।
'ସେମାନେ ନିଜ ଇତିହାସକୁ ନେଇ ଗର୍ବ କରିବା ଶିଖିବାକୁ ପଡ଼ିବ । ଆଉ ଏଇଥିପାଇଁ କଟକର ଇତିହାସକୁ ଆମେ ମାନେ ଆମ ପରପିଢ଼ିକୁ ଜଣାଇବାକୁ ହେବ । କଟକରେ କେବଳ କେତେ ବିଲ୍ଡିଂ ହେଲା, କେତେ ଥାକିଆ ରୋଡ୍ ହେଲା ସେଥିପ୍ରତି ଧ୍ୟାନ ଦେଲେ ଚଳିବ ନାହିଁ । ଆମକୁ କଟକର ଐତିହ୍ୟ ଓ ଇତିହାସ ବିଷୟରେ ଜାଣିବାକୁ ପଡ଼ିବ । ଶେଷରେ କଟକର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ' ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସେହିଭଳି କଟକ ସଦର ବିଧାୟକ ପ୍ରକାଶ ସେଠି କହିଛନ୍ତି, 'ଓଡ଼ିଶା ଗଠନ କରିବାରେ କଟକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାର ସ୍ପନ୍ଦନ ଓ ଆତ୍ମା ହେଉଛି କଟକ । ଏଠାରେ ଜନ୍ମ ନେଇଛନ୍ତି ହରେକୃଷ୍ଣ ମହତାବ, ମଧୁସୁଦନ ଦାସ, ଗୋପବନ୍ଧୁ ଦାସ । ଶିକ୍ଷା କ୍ଷେତ୍ରରେ ମଧ୍ୟ କଟକ ଆଗରେ ରହିଛି । ଏଠାରେ ରେଭେନ୍ସା ଭଳି ବିଶ୍ୱାବିଦ୍ୟାଳୟ ରହିଛି । ଅନେକ ସ୍ୱାଧିନତା ସଂଗ୍ରାମୀ ମଧ୍ୟ ଏଠାରେ ଜନ୍ମ ନେଇଛନ୍ତି । ସେମାନଙ୍କ ପ୍ରେରଣା ଓଡ଼ିଶାର ଯୁବକମାନଙ୍କୁ ସାହସ ଯୋଗାଇବ' ।
ଅନ୍ୟପଟେ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋଶ କହିଛନ୍ତି, 'କଟକ ଦିବସ ଭଳି ଏକ କାର୍ଯ୍ୟକ୍ରମ ଆୟଜନ କରିବା ପାଇଁ କମିଟିକୁ ଧନ୍ୟବାଦ । ହଜାରେ ବର୍ଷରୁ ଅଧିକ ଏହି ସହରର ଐତିହ୍ୟ ପରମ୍ପରା କେବେଠାରୁ ଆରମ୍ଭ ହୋଇଛି କହିବା ମୁସ୍କିଲ । ଏହା ଭାଇଚାରାର ସହର । ପୂର୍ବରୁ ଏଇ କଟକ ସହର ରାଜଧାନୀ ମଧ୍ୟ ଥିଲା । ଏହା ଓଡ଼ିଶାର ପ୍ରାଣ କେନ୍ଦ୍ର । ସଂସ୍କୃତିକ, କ୍ରୀଡ଼ା ଓ ରାଜନୈତିକ କ୍ଷେତ୍ରରେ ମଧ୍ୟ କଟକ ବହୁତ ଆଗରେ । ଆଜିର ପିଢ଼ି କଟକର ଇତିହାସ ଜାଣିପାରୁ ନାହାନ୍ତି ସେମାନେ ଏହା ଜାଣିବା ଉଚିତ' ।
📱 Get Argus News App
✨Related Topics
Explore more stories