Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଦେଶରେ ଭୋଟ୍ ପାଇଁ ନୋଟ୍‌ର ବ୍ୟାପକ କାରବାର

Ritu Das
Browse all articles by Ritu Das
·2 years ago·2 min read
ସାରା ଦେଶରେ ଭୋଟ୍ ପାଇଁ ନୋଟ୍‌ର ବ୍ୟାପକ କାରବାର

ଅର୍ଗସ ବ୍ୟୁରୋ: ନିର୍ବାଚନରେ ପୁଳା ପୁଳା ଟଙ୍କା ବାଣ୍ଟିଛନ୍ତି ନେତା । ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀରୁ ଆସିଲା ଆଖି ତରାଟି ଦେଲା ଭଳି ତଥ୍ୟ । ଦେଶରେ 10 ହଜାର କୋଟିର ବେଆଇନ ସାମଗ୍ରୀ ଜବତ ହୋଇଥିବା ବେଳେ ରାଜ୍ୟରେ ବି 280 କୋଟିର କଳା ଟଙ୍କାର ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ନଗଦ କ୍ୟାସ 20 କୋଟି 52 ଲକ୍ଷ ଜବତ ହୋଇଥିବା ବେଳେ 42 କୋଟି 33 ଲକ୍ଷର ମଦ ଜବତ ହୋଇଛି । ସେହିପରି ବ୍ରାଉନସୁଗାର, ଗଞ୍ଜେଇ 78 କୋଟି 82 କୋଟି ଟଙ୍କାର ଜବତ ହୋଇଥିବା ବେଳେ 14 କୋଟି 74 ଲକ୍ଷ ଟଙ୍କାର ସୁନା ଗହଣା ଜବତ ହୋଇଛି । 122 କୋଟି ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ବେଳେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଣ୍ଟାହେବାକୁ ଥିବା 70 ଲକ୍ଷ ଟଙ୍କାର ଶା଼ଢୀ ଧୋତି ମଧ୍ୟ ଜବତ କରାଯାଇଛି । 

ସେପଟେ ଦେଶରେ 10 ହଜାର କୋଟିର କଳା ଟଙ୍କା ଜବତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ନିର୍ବାଚନ ଆୟୋଗ । ଯାହାକି 2019 ତୁଳନାରେ ତିନି ଗୁଣା ଅଧିକ ବୋଲି କହିଛନ୍ତି ରାଜୀବ କୁମାର । ବାଲିକୁଦାରେ ଏସଏଚଜି ଗ୍ରୁପର ସିଆରପିଙ୍କ ଟଙ୍କା ନେଣ ଦେଣ ନେଇ ଅଡିଓ କଲ ଭାଇରାଲ ପରେ ଖୋଲିଛି ବିଜେଡିର ନୋଟ ଫର ଭୋଟ ରାଜନୀତିର କଳୁଷିତ ଚେହେରା। 

ଏ ଅଡିଓ ଭାଇରାଲ ପରେ ତାତିଛନ୍ତି  ଟଙ୍କା ପାଇ ନ ଥିବା ଗ୍ରୁପର ମହିଳା। 20ରୁ ଅଧିକ ଗ୍ରୁପକୁ ଟଙ୍କା ନ ଦେଇ ହରଡଘଣାରେ ଶାସକ ଦଳ । ଭୋଟ ସରିଥିଲେ ବି ଟଙ୍କା ନ ମିଳିଥିବାରୁ ବିକ୍ଷୋଭ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ । ନିର୍ବାଚନ ବେଳେ ଯଦି ଏତେ ମାତ୍ରାରେ କଳା ଧନ ଜବତ ହୋଇଛି ତେବେ ଜବତ ନ ହୋଇ ପାରିଥିବା କଳା ଟଙ୍କାର ମାତ୍ର କେତେ ହୋଇଥିବା ତାହା ଅନୁମେୟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 

Sponsored
Wide circulation of | Argus News