Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା

Manini Pattanayak
Browse all articles by Manini Pattanayak
·1 year ago·2 min read
ଚୂନ ମାରି ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା

ନୂଆପଡା: ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ନୂଆପଡ଼ା ଜିଲ୍ଲାରୁ ଆସିଲା ସରକାରୀ ଅର୍ଥ ହରିଲୁଟର ସାଘାଂତିକ ଅଭିଯୋଗ।   ଗୁଣାତ୍ମକ ଶିକ୍ଷାର ବିକାଶ ଲାଗି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଏଠି ନିମ୍ନମାନର ସାମଗ୍ରୀ ଯୋଗାଇ ମାଲେମାଲ୍ ଇଞ୍ଜିନିୟର୍ । ଯାହାର ପ୍ରମାଣ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାରେ । ନିମ୍ନମାନର ଟେବୁଲ୍, ର୍ୟାକ୍, ପଙ୍ଖା, କଳାପଟାକୁ । ଏ ହେଉଛି ସଦର ବ୍ଲକ ପଗାରପାଣି ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟ । FLN ସ୍କିମରେ 1,23,500 ଟଙ୍କା ମଞ୍ଜୁର ହୋଇ ଖର୍ଚ୍ଚ ହୋଇଛି । ହେଲେ ଶ୍ରେଣୀ ଗୃହକୁ ନିମ୍ନମାନର ସାମଗ୍ରୀ ଯୋଗାଇ କୋଟି କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭାପତି ।

ଇଏ କୋମନା ବ୍ଲକ୍ ଭୋଜପୂର୍ ଘାଟି ସ୍କୁଲ । ଏଠି FLN ସ୍କିମରେ ଖର୍ଚ୍ଚ ହୋଇଛି 1,21,500 ଟଙ୍କା । ହେଲେ ଏଠି ବି ସମାନ ଅବସ୍ଥା, ନିମ୍ନମାନର ସାମଗ୍ରୀ ଯୋଗାଇ ମାଲାମାଲ ହୋଇଛନ୍ତି ଇଞ୍ଜିନିୟର ବାବୁ । ସେହି କୋମନା ବ୍ଲକ ବେଲମୁଣ୍ଡିଆପଡ଼ା ସ୍କୁଲରେ ଦୁଇଟି ଶ୍ରେଣୀ ପାଇଁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ କାମ ହୋଇଛି ଅତ୍ୟନ୍ତ ନିମ୍ନ ମାନର, କମ୍ ଟଙ୍କା ଖର୍ଚ୍ଚ ହେବା ସହ ତାଙ୍କୁ ଦସ୍ତଖତ କରିବା ପାଇଁ କହିଥିବା କହିଛନ୍ତି ପ୍ରଧାନ ଶିକ୍ଷକ । କେବଳ ପଗାରପାଣି କି ଭୋଜପୁରଘାଟି ସ୍କୁଲ ନୁହେଁ । ନୂଆପଡ଼ା ଜିଲ୍ଲାର 5ଟି ବ୍ଲକରେ 345 ଗୋଟି ଶ୍ରେଣୀଗୃହ ପାଇଁ 4 କୋଟି ଟଙ୍କା ମଞ୍ଜୁର ହୋଇଛି । ସବୁଠି ଦୁର୍ନୀତିର ଅଭିଯୋଗ । ପ୍ରଧାନ ଶିକ୍ଷକ କିମ୍ବା ପରିଚାଳନା କମିଟି ଆଖିରେ ଆଙ୍ଗୁଠି ଗେଞ୍ଜି ଇଞ୍ଜିନିୟର ବାସୁଦେବ ପଣ୍ଡା ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି ।. ଏ ସଂପର୍କରେ ପଚାରିବାରୁ ବୁମ୍ ଠେଲିଦେଲେ ଜିଲ୍ଲା ଶିକ୍ଷାଧିକାରୀ କରୁଣା ଭୁଏ । ସେପଟେ ଟିମ୍ ଗଠନ କରି ତଦନ୍ତ କରାଯିବ କହିଛନ୍ତି  ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା ।  ଏଠି ପ୍ରଶ୍ନ, ଏତେ ବଡ଼ ସ୍କାମ୍ ପାଇଁ ଜଣେ ଇଞ୍ଜିନିୟର ସାହସ କେଉଁଠି ପାଇଲେ ? ଏଥିରେ ଆଉ କେଉଁ କେଉଁ ଅଧିକାରୀ ସଂପୃକ୍ତ ଅଛନ୍ତି ? ତଦନ୍ତ କରି ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Widespread corruption in the name of developmental work in schools | Argus News