Videos
|
Odisha

ସ୍ୱାମୀର ଭୁଲ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago·2 min read
ସ୍ୱାମୀର ଭୁଲ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ 

ଭୁବନେଶ୍ୱର:ନୂଆନୂଆ ବାହାଘର ହୋଇଥିଲା...ବାହାଘରକୁ ମାତ୍ର ୨ ବର୍ଷ ପୂରିଥିଲା । ହସ ଖୁସିରେ ଚାଲୁଥିଲା ସଂସାର । କେତେବେଳେ ମାର୍କେଟ୍‌ ଯାଇ ସପିଂ କରୁଥିଲେ ତ ଆଉ କେତେବେଳେ ସଂଧ୍ୟାରେ ଖାଉଥିଲେ ସ୍ଲାକ୍ସ । ହେଲେ ବିଧିର ବିଧାନ ଯେମିତି ଖେଳ ଖେଳିଲା ଏ ଦମ୍ପତିଙ୍କ ଭାଗ୍ୟରେ ତାହାକୁ ଦେଖିଲେ କଇଁକଇଁ ହୋଇ କାନ୍ଦିବା ଛଡା ଆଉ କିଛି ଉପାୟ ହିଁ ନାହିଁ । ହାଇଟଟେକ୍‌ ମେଡିକାଲରେ କାମ କରୁଥିଲେ ସ୍ଵାମୀ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ସୁଃଖର ସଂସାର । ହେଲେ ସେହି ସୁଃଖର ସଂସାରରେ ଏମିତି ଦୁଃଖର କଳାବାଦଲ ଘୋଟିଲା ଯେ ଏବେ ସବୁଠି ଚର୍ଚ୍ଚା । ଏ ହେଉଛନ୍ତି ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍‌ ମେଡିକାଲରେ କାମ କରୁଥିଲେ । ହେଲେ ସେଦିନ ହଠାତ୍‌ ବିସ୍ଫୋରଣ ହୋଇଥିଲା, ଆଉ ଦିଲ୍ଲୀପ ଚାଲିଯାଇଥିବାର ଖବର ଆସିଥିଲା । ସାତ ଜନ୍ମର ସାଥୀ ହେବାକୁ ଶପଥ ନେଇଥିବା ସ୍ତ୍ରୀ ସ୍ଵାମୀଙ୍କ ଯିବା ପରେ କେମିତି ରହିବ ସେହି ଚିନ୍ତାରେ ପାଗଳି ପ୍ରା।ୟ ହୋଇଥିଲା ।

ଶେଷରେ ନିଷ୍ପତ୍ତି ନେଇଥିଲା, ଏକା ଏକା ବଂଚିବା ଅପେକ୍ଷା ସ୍ଵାମୀଙ୍କ ପାଖକୁ ଚାଲିଯିବି । ଠିକ୍‌ ସେମିତି ହେଲା, ଜୀବନ ହାରିଦେଲେ ସ୍ତ୍ରୀ । ଦର୍ଶକବନ୍ଧୁ କଥାରେ ଅଛି ଦୈବ ଦୌଡି ମଣିଷ ଗାଈ, ଯେଣିକୁ ଭିଡଇ ତେଣିକି ଯାଇ । ଆଉ ନୁହେଁ ତ କଣ ? ସ୍ତ୍ରୀ ପ୍ରାଣ ହାରିବାର ପ୍ରାୟ ୪ ଦିନ ପରେ ଏବେ ଖବର ମିଳୁଛି କି ସ୍ଵାମୀ ବଂଚିଛି ବୋଲି । ଥରେ ଚିନ୍ତା କରନ୍ତୁ ସେ ସ୍ଵାମୀ ଉପରେ କଣ ବିତୁଥିବ ? ସେ ପରିବାର ଉପରେ କଣ ବିତୁଥିବ ? ଏଇଠି କାହାକୁ ଦୋଷ ଦେବା ? ଭାଗ୍ୟକୁ ନା ମେଡିକାଲ କର୍ତ୍ତୃପକ୍ଷଙ୍କୁ ? ସେପଟେ ଦିଲ୍ଲୀପଙ୍କୁ ପୁଅ ଭାବି ଯେଉଁମାନେ ଶବ ସତ୍କାର କରିଦେଲ ସିଏ ପ୍ରକୃତରେ କାହାର ଶବ ? ଏବେ ତାଙ୍କ ପରିବାର କେମିତି କରିବେ ସତ୍କାର ? କିଛି ଅସମାୟିତ ପ୍ରଶ୍ନ ଏବେ ଉଙ୍କି ମାରୁଥିବା ବେଳେ ସମସ୍ତେ ନୀରବ ଆଉ ନିଶ୍ଚଳ । ସେପଟେ ଏନେଇ ହସ୍ପିଟାଲ ତରଫରୁ ପ୍ରେସମିଟ୍ କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ଭେଣ୍ଟିଲେଟରରୁ ବାହାରିବା ପରେ ଦିଲୀପ ଡାକ୍ତରକୁ କହିଥିଲେ ମୁଁ ଦିଲ୍ଲୀପ ସାମନ୍ତରାୟ । ଏହାପରେ ମାନସିକ ବିଶେଷଜ୍ଞଙ୍କୁ ମଧ୍ୟ ଡାକି ଯାଞ୍ଚ କରାଯାଇଥିଲା। ସେ କେବେ ବାହା ହୋଇଛନ୍ତି । ତାଙ୍କର କେତେ ଭାଇ ଭଉଣୀ ସବୁକିଛି କହିଛନ୍ତି । ତାଙ୍କ କଥାବାର୍ତ୍ତାରୁ ଜଣାପଡିଛି ଯେ ସେ ହିଁ ଦିଲ୍ଲୀପ ସାମନ୍ତରାୟ। 90 ରୁ 95 ପ୍ରତିଶତ ସେ ହିଁ ଦିଲ୍ଲୀପ ସାମନ୍ତରାୟ । କିନ୍ତୁ ଯେହେତୁ ବିବାଦ ଲାଗିଛି ଡିଏନଏ ଟେଷ୍ଟ କରାଯିବ । କିନ୍ତ ସ୍ୱାମୀ ବଞ୍ଚିଥିବା ଖୁସି ଖବର ଶୁଣିବାକୁ ନାହାଁନ୍ତି ସ୍ତ୍ରୀ ସୁନା।

ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Wife commits suicide after hearing wrong news of husband's death | Argus News