Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସ୍ଵାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ 

Odisha

ସ୍ଵାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ 

Manini Pattanayak
Browse all articles by Manini Pattanayak
·1 year ago·1 min read
ସ୍ଵାମୀର ଛୁରା ମାଡ଼ରେ ସ୍ତ୍ରୀ ମୃତ 

ଯାଜପୁର: ପତି ପତ୍ନୀ କଳହର କରୁଣ ପରିଣତି ।  ସ୍ଵାମୀର ଛୁରା ମାଡ଼ରେ ପତ୍ନୀ ମୃତ ।  ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୂର ପଞ୍ଚାୟତର ନାରାୟଣପୁର ଗ୍ରାମରେ । ମୃତକ ହେଲେ ସବିତା ସାହୁ। ଅଭିଯୁକ୍ତ ସ୍ଵାମୀ ଅଭିମନ୍ୟୁ ସାହୁକୁ ଗିରଫ କଲା ମଙ୍ଗଳପୁର ଥାନା । ସୂଚନା ମୁତାବକ ଦତ୍ତପୁର ପଞ୍ଚାୟତ ନାରାୟଣପୁର ଗାଁର ଅଭିମନ୍ୟୁ ସାହୁ ଓ ପତ୍ନୀ ସବିତା ଙ୍କ ମଧ୍ୟରେ କୌଣସି କାରଣରୁ କଥା କଟା କଟି, ଯୁକ୍ତି ତର୍କ ଲାଗିଥିଲା ।

ଅଭିମନ୍ୟୁ ପତ୍ନୀଙ୍କ କଥା ସହି ନପାରି ଏକ ଧାରୁଆ ଛୁରୀ ରେ ଆକ୍ରମଣ କରିଥିଲେ । ପତ୍ନୀ ସବିତାଙ୍କ ବେକ, ଛାତିରେ ଗଭୀର ଆଘାତ ଲାଗିଥିଲା । ରକ୍ତ ଯୁଡୁବୁଡୁ ଅବସ୍ଥାରେ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଏସଡିପିଓ ସତ୍ୟବ୍ରତ ଲେଙ୍କା, ଏସ ଆଇ ବିଭୂତି ଭୂଷଣ ମହାପାତ୍ର ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀ ଅଭିମନ୍ୟୁ ସାହୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Education Next Season 5
Sponsored
Wife dies after being stabbed by her husband | Argus News