Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ପୋଲିସର ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବାରହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ, ପୋଲିସର ତଦନ୍ତ ଜାରି

Key Points

ବାରହା ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ଗ୍ରାମବାସୀ ଭୟଭୀତ


ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଡୁଙ୍ଗୁରି ଗ୍ରାମରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ସେହି ଗ୍ରାମର ପଦ୍ମାବତୀ ପୋଲାଈ ହୋଇଥିବା ବେଳେ ସେ ଗତକାଲି ସନ୍ଧ୍ୟାରେ ଚାଷ ଜମିକୁ ଯାଇ ଫେରିବା ସମୟରେ ବାରହା ଆକ୍ରମଣର ଶିକାର ହୋଇଥିଲେ l ରାତି ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଚାଷ ଜମିରେ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ତାଙ୍କୁ ସେଠାରୁ ଉଦ୍ଧାରକରି ବିଳମ୍ବିତ ରାତିରେ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l


ତେବେ କିଛି ମାସ ମଧ୍ୟରେ ଅଞ୍ଚଳରେ ବହୁବାର ବାରହା ଆକ୍ରମଣ ଘଟଣା ସାମ୍ନାକୁ ଆସିଛି l ଅନ୍ୟପଟେ ମୃତଦେହ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ପୋଲସରା ରେଞ୍ଜର l ଦିନକୁ ଦିନ ଏଭଳି ଘଟଣା ବାରମ୍ୱାର ସାମ୍ନାକୁ ଆସୁଥିବାବେଳେ ଏହାକୁ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ଗ୍ରାମବାସୀ ଦାବି କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Loses Life in wild boar Attack, Police Investigation Underway | Argus News | Argus News