Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ, ଭୟଭୀତ ଅବସ୍ଥାରେ ଲୋକେ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ, ଭୟଭୀତ ଅବସ୍ଥାରେ ଲୋକେ

Key Points

ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ
ଭୟଭୀତ ଅବସ୍ଥାରେ ଲୋକେ
ସନ୍ଧ୍ୟା ହେଲେ ଖାଁ ଖାଁ ଗାଁ
ସମସ୍ତଙ୍କ ଘରେ ପଡିଯାଉଛି ତାଟି କବାଟ


ପାହାଡ଼ ଘେରରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ରେଙ୍ଗସାପାଲି ପଞ୍ଚାୟତ ଅନ୍ତର୍ଗତ ପିତାଗୁଡା ଏବଂ ସଂକ୍ରିପାଲି ଗାଁ । ଗାଁରେ ପ୍ରାୟ ଆଦିମ ଆଦିବାସୀ ବସବାସ କରନ୍ତି । ଏମାନେ ମୁଖ୍ୟତ ଜଙ୍ଗଲ ପାହାଡ଼ ଉପରେ ନିର୍ଭର କରନ୍ତି । ଗାଁକୁ ଘେରି ରହିଛି ଚୋରା ପାହାଡ଼ । ହେଲେ ଧୀରେ ଧୀରେ ଜଙ୍ଗଲ ଉଜୁଡୁଥିବାରୁ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ । ଅନ୍ଧାର ଛାଇଲେ ଗାଁରେ ସମସ୍ତଙ୍କ ଘରେ ପଡିଯାଏ ତାଟି କବାଟ ।

ବର୍ତ୍ତମାନ ଚୋରାପାହାଡ଼ରେ ବାଘ ଘୁରି ବୁଲୁଥିବା ବେଳେ ସନ୍ଧ୍ୟା ହେଲେ ଗାଁ ମୁହାଁ ହେଉଛି । ସଂକ୍ରିପାଲି ଗ୍ରାମର ଯଶୋଦା ଶବରଙ୍କ ଗୁହାଳରୁ ରାତିରେ ବାଘ ଆସି ଏକ ଛେଳିକୁ ନେଇଯାଇଥିବା ଅଭିଯୋଗ କରିଛନ୍ତି । ସେହିଭଳି ପିତାଗୁଡା ଗ୍ରାମର ଶତ୍ରୁଘନ ମାଝୀଙ୍କ ଗୁହାଳରେ ଥିବା ଛେଳିକୁ ମଧ୍ୟ ତଣ୍ଟିରେ ବାଘ କାମୁଡି ଦେଇଛି । ବର୍ତ୍ତମାନ ଏହି ଦୁଇ ଗାଁ ସନ୍ଧ୍ୟା ହେଲେ ଗାଁ ଖାଁ ଖାଁ ରହୁଛି । ଜଙ୍ଗଲ ନଷ୍ଟ ହେଉଥିବାରୁ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସରକାର ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଏବଂ ବୃକ୍ଷ ରୋପଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହା କେବଳ କାଗଜ କଲମ ରହି ଯାଉଛି କି । କାଠ ମାଫିଆ, ଶିକାରୀଙ୍କ ସହ କିଛି ଲାଭଖୋର ବନ ବିଭାଗ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ପାହାଡ଼ ଏବେ ଧ୍ୱଂସ ହେବାକୁ ବସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wild Animal Spotted Near Village, Panic Among Locals | Argus News | Argus News