ରାସ୍ତା ଉପରେ ଗୋଠଛଡା ଦନ୍ତା: ଲୋକେ ଭୟଭୀତ

Key Points
ରାସ୍ତା ଉପରେ ଗୋଠଛଡା ଦନ୍ତା
ଲୋକେ ଭୟଭୀତ
ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ଦନ୍ତା ରାସ୍ତା ଉପରେ ଆତଙ୍କ ସୃଷ୍ଟି କରିଥିଲା
ରଣପୁର ଚାନ୍ଦପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା
ବର୍ଷା ଦିନ ଆରମ୍ଭରୁ ଜଙ୍ଗଲରେ ଦେଖା ଦେଇଛି ଖାଦ୍ୟ ଅଭାବ। ଜଙ୍ଗଲୀ ହାତୀ ପଲ ଖାଦ୍ୟ ଲୋଭରେ ହେଉଛନ୍ତି ଗାଁ ମୁହାଁ। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ମୟୁରଝାଲିଆ ନିକଟ କାଞ୍ଚନପୁର ନିକଟରେ ୧୬ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି। ହାତୀପଲ ମଧ୍ୟରୁ ଗୋଟିଏ ଗୋଠଛଡା ଦନ୍ତା ଗୋଠରୁ ବାହାରି ଆସି ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଗୋଟିଏ ଗୋଠଛଡା ଦନ୍ତାହାତୀ ଗୋଠରୁ ବାହାରି ଆସି ଚାନ୍ଦପୁର ରଣପୁର ରାସ୍ତାର ଶନିମନ୍ଦିର ଓଭରବ୍ରିଜ ନିକଟ ରାସ୍ତାରେ ଆତଙ୍କ ଖେଳାଇଥିଲା। ରାତି ୧୨ଟାରୁ ୧ଟା ପର୍ଯ୍ୟନ୍ତ ଦନ୍ତା ରାସ୍ତା ଉପରେ ଆତଙ୍କ ସୃଷ୍ଟି କରିଥିଲା। ଫଳରେ ରଣପୁର ଚାନ୍ଦପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଥିଲା।
ଦନ୍ତା ଆତଙ୍କରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦନ୍ତାକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦନ୍ତା କୌଣସି କଥାକୁ ଭ୍ରୂକ୍ଷେପ ନ କରି ରାସ୍ତା ଉପରେ ଠିଆ ହୋଇ ରହିଥିଲା ଏବଂ ଲୋକଙ୍କୁ ମାରିବାକୁ ଗୋଡ଼ାଇ ଥିଲା। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ କୌଣସି ବନବିଭାଗ କର୍ମଚାରୀ ପହଞ୍ଚି ନ ଥିଲେ। ସ୍ଥାନୀୟ ଲୋକେ ବାଧ୍ୟ ହୋଇ ବାଜା ବାଣ ଫୁଟାଇବାରୁ ଦନ୍ତାଟି ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଥିଲା।