Videos
|
Odisha

'ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ'

Smruti Parija
Browse all articles by Smruti Parija
·2 years ago·1 min read
'ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ମାଫିଆଙ୍କ ଅଣ୍ଟା ଭଙ୍ଗାଯିବ'

କଟକ: କଟକରେ ବିଜେଡି ସରକାର ଉପରେ ଜୋରଦାର ବର୍ଷିଲେ ପ୍ରଧାନମନ୍ତ୍ରୀ ।  ବିଜେଡି ସରକାର କେମିତ କାମ କରୁଛି ତାହାର କଳା ଚିଠା ସାମନାକୁ ଆସୁଛି । ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି । ଚିଟ୍‌ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି । ଗତ 25 ବର୍ଷରେ ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି । ବିଜେଡି ଦୁର୍ନୀତିରେ ସମ୍ପୂର୍ଣ୍ଣ ବୁଡି ରହିଛି ।  

ସେହିପରି କଟକର ପ୍ରମୁଖ ସମସ୍ୟା କଥା ଉଠାଇଲେ ପ୍ରଧାନମନ୍ତ୍ରୀ । କଟକ ଚାରିପଟେ ନଦୀ । ହେଲେ ଏଠି ପାଣିର ସମସ୍ୟା ଲାଗି ରହୁଛି । କାରଣ ଏଠିକା ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି ବୋଲି କହିଛନ୍ତି ମୋଦି । 

ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ ହିଁ ଏ ଲୁଟ୍ ପାଟ୍ ବନ୍ଦ କରିବ । ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ । ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି ବୋଲି ସଫା ସଫା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ଅନ୍ୟପଟେ ଲୋକଙ୍କ ଉତ୍ସାହ ଦେଖି ଆଗାମୀ 25 ବର୍ଷ ଓଡିଶା ଇତିହାସ ରଚିବ । ଜୁନ 10ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ବୋଲି କହିଛନ୍ତି ମୋଦି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Will end mafia raj in Odisha, says PM Modi in Cuttack | Argus News