Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଫେରିବ କି ମଧ୍ୟପ୍ରାଚ୍ୟରେ ଶାନ୍ତି ?

Odisha

ଫେରିବ କି ମଧ୍ୟପ୍ରାଚ୍ୟରେ ଶାନ୍ତି ?

Rashmita Mishra
Browse all articles by Rashmita Mishra
·1 year ago·1 min read
ଫେରିବ କି ମଧ୍ୟପ୍ରାଚ୍ୟରେ ଶାନ୍ତି ?

ଅର୍ଗସ ବ୍ୟୁରୋ: ଫେରିବ କି ମଧ୍ୟପ୍ରାଚ୍ୟରେ ଶାନ୍ତି ? ଇସ୍ରାଏଲ- ଲେବାନନ୍ ମଧ୍ୟରେ ଅସ୍ତ୍ରବିରତି ।  ମାସ ମାସ ଧରି ଦୁଇ ଦେଶ ମଧ୍ୟର ଯୁଦ୍ଧ ଲାଗି ରହିବା ପରେ ଗତକାଲି ଇସ୍ରାଏଲ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅସ୍ତ୍ରବିରତି ସପକ୍ଷରେ ୧୦ଟି ଭୋଟ୍ ପଡିଥିବା ବେଳେ ଗୋଟିଏ ଭୋଟ୍ ବିପକ୍ଷରେ ଯାଇଥିଲା । ଅସ୍ତ୍ରବିରତି ସମୟରେ ଉଭୟ ପକ୍ଷ ଆକ୍ରମଣରୁ ବିରତ ରହିବେ । ଲେବାନନର ବିଭିନ୍ନ ଅଂଚଳରେ ରହିଥିବା ଇସ୍ରାଏଲର ସୈନ୍ୟମାନେ ୬୦ ଦିନ ଭିତରେ ଓହରିଯିବେ । ଅସ୍ତ୍ରବିରତିର ଉଲ୍ଲଂଘନ ହେଲେ ହିଜବୁଲ୍ଲାକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଇସ୍ରାଏଲ- ଲେବାନନ ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା । ଏହାର ସମାଧାନ ପାଇଁ ଆମେରିକା ଓ ଫ୍ରାନ୍ସ ଆଲୋଚନା କରିବାକୁ ଉଭୟ ଦେଶକୁ ପ୍ରସ୍ତାବ ଦେଇଥିଲେ। ଗତକାଲି ଇସ୍ରାଏଲ ଓ ଲେବାନନ ମଧ୍ୟରେ ଆଲୋଚନା ବେଳେ ହିଜବୁଲ୍ଲାର କୌଣସି ପ୍ରତିନିଧି ଉପସ୍ଥିତ ନଥିଲେ । ସେପଟେ ଅସ୍ତ୍ରବିରତି ଘୋଷଣାର କିଛି ସମୟ ପୂର୍ବରୁ ଇସ୍ରାଏଲ ପକ୍ଷରୁ ଲେବାନନର ଦକ୍ଷିଣ ବିରୁଟରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will peace return to the Middle East? | Argus News