Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ନେତାଙ୍କ ବିରୋଧରେ ହେବ କି କଡ଼ା କାର୍ଯ୍ୟାନୁଷ୍ଠାନ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଜେଡି ନେତାଙ୍କ ବିରୋଧରେ ହେବ କି କଡ଼ା କାର୍ଯ୍ୟାନୁଷ୍ଠାନ ?

ବିଜେଡି ସରକାରଙ୍କ ପ୍ରଚ୍ଛନ୍ନ ସହଯୋଗ ଓ ସମର୍ଥନରେ କେମିତି ହୋଇଥିଲା କେନ୍ଦୁଝର ଶୁଆକାଟି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଘୋଟାଲା ଘୋଟାଲାରେ ସମ୍ପୃକ୍ତ ବିଜେଡି ନେତାଙ୍କୁ ଘଣ୍ଟ ଘୋଡ଼ାଇବାକୁ କେମିତି ହୋଇଥିଲା ଷଡ଼ଯନ୍ତ୍ର ତାର ପ୍ରମାଣ ହେଉଛି ଦସ୍ତାବିଜ । ବିଜେଡି ଶାସନରେ ଏ ଦୁର୍ନୀତି ବାବଦରେ ସ୍ୱର ଉଠାଇଥିଲେ କେନ୍ଦୁଝର ସଦର ବିଧାୟକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରର ଯୋଗାଣ ମନ୍ତ୍ରୀ ରାଜା ସ୍ବାଇଁଙ୍କୁ କରିଥିଲେ ଲିଖିତ ଅଭିଯୋଗ । କୋଟି କୋଟି ଟଙ୍କା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ।


ଏହି ଆଧାରରେ ଓଡ଼ିଶା ସରକାରଙ୍କ ଡାଇରେକ୍ଟରେଟ ଅଫ କୋ-ଅପରେଟିଭ ଅଡିଟ୍ ଦ୍ଵାରା ୨୦୧୭-୧୮ରୁ ୨୦୨୦-୨୧ ପର୍ଯ୍ୟନ୍ତ ସ୍ବତନ୍ତ୍ର ଅଡିଟ୍ କରା‌ଯାଇଥିଲା । ଯେଉଁଥିରେ ହୋଇଥିଲା ଘୋଟାଲାର ପର୍ଦ୍ଦାଫାସ୍। ତେବେ ତତ୍କାଳୀନ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ଚାପରେ ପଡ଼ି ମାତ୍ର ମାତ୍ର ୧୧ ଲକ୍ଷ ୮୨ ହଜାର ଟଙ୍କାର ଅନିୟମିତତା ହୋଇଥିବା ଦର୍ଶାଇଥିଲେ ଅଡିଟର । ଏହାସହ ସୋସାଇଟିର ୩ ଜଣଙ୍କଠାରୁ ଅର୍ଥ ଆଦାୟ ସହ ୧୭ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏବେ ସୁଦ୍ଧା ହୋଇଥିବା EOW ଯାଞ୍ଚରେ ୩୫ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଥିବା କଥା ସାମ୍ନାକୁ ଆସିଛି । ପୁଣି ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା ସେନେଇ ବି ଚୁପ୍ ରହିଥିଲା ବିଜେଡି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


OMC ଖଣି ପାର୍ଶ୍ଵରେ ଥିବା ଗ୍ରାମବାସୀଙ୍କ ବିକାଶ ଓ ଆଦିବାସୀଙ୍କ ହକ୍ କୁ ଆଖି ଆଗରେ ରଖି ଲୋଡିଂ ଏଜେନ୍ସି ବା ସୋସାଇଟି ୨୦୦୬ ମସିହାରେ ସରକାରୀ ପଞ୍ଜିକୃତ ହୋଇଥିଲା । କିନ୍ତୁ ପର୍ଯ୍ୟାୟକ୍ରମେ ଏହି ସଂସ୍ଥା ଉପରେ ପଡ଼ିଥିଲା ଲୋଲୁପ ଦୃଷ୍ଟି । ୨୦୧୯ରୁ ଏଜେନ୍ସିରେ ଏଣ୍ଟ୍ରି ମାରିଥିଲେ ବିଜେଡି ନେତା ରାଜା ଚକ୍ର । ମୁଖ୍ୟ ସହୋଯୋଗୀ ସୁଶାନ୍ତ ସାମଲ ସହିତ ‌ମିଶି ରାଜା ଆରମ୍ଭ କରିଥିଲେ କୋଟି କୋଟି ଟଙ୍କା ଅର୍ଥ ହଡ଼ପର ଯୋଜନା।

Sponsored
will-strict-action-be-taken-against-bjd-leaders | Argus News