|
logo
Live
Argus News App
GET APP

Argus News - BJDରେ ଉତ୍ତରାଧିକାରୀ ଝଡ଼, ନବୀନ ଥାଉ ଥାଉ ଆସିବେ କି ନୂଆ ମୁଖିଆ ?

Odisha

Odisha Politics / BJDରେ ଉତ୍ତରାଧିକାରୀ ଝଡ଼, ନବୀନ ଥାଉ ଥାଉ ଆସିବେ କି ନୂଆ ମୁଖିଆ ?

Satyendu Sekhar Mishra
Browse all articles by Satyendu Sekhar Mishra
·4 months ago·2 min read
BJDରେ ଉତ୍ତରାଧିକାରୀ ଝଡ଼, ନବୀନ ଥାଉ ଥାଉ ଆସିବେ କି ନୂଆ ମୁଖିଆ ?

Key Points

ବିଜେଡି କଳିର ନିଆଁରେ ଘିଅ ଢାଳିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
'ସ୍ୱାମୀ ପାଣ୍ଡିଆନଙ୍କ ଦାଗ ଧୋଇ ପାରିବେନି ସୁଜାତା' ।

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ବିଦ୍ରୋହର ଆଭାସ । ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ବାକ୍ ବିତଣ୍ଡା । ପ୍ରଦୀପ ଓ ମନୋହର କହିଲେ, ନବୀନ ଥାଉ ଥାଉ ଆବଶ୍ୟକ ନାହିଁ ଉତ୍ତରାଧିକାରୀ । ସେପଟେ ବିଜେଡି କଳି ନିଆଁରେ ଘିଅ ଢାଳିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । କହିଛନ୍ତି , ସ୍ୱାମୀ ପାଣ୍ଡିଆନଙ୍କ ଦାଗ ଧୋଇ ପାରିବେନି ସୁଜାତା।

ତେବେ ସୁଜାତା ସାଜିବେ କି ବିଜେଡିର ଉତ୍ତରାଧିକାରୀ ? ନବୀନଙ୍କ ଉପସ୍ଥିତରେ ବିଜେଡିରେ ଏଣ୍ଟ୍ରି କରିବେ କି ସୁଜାତା କାର୍ତ୍ତିକେୟାନ ? ଡିସେମ୍ବର ୨୬ ବିଜେଡିର ପ୍ରତିଷ୍ଠା ଦିବସ ହେବ କି ସେହି ଦିନ ? ଏଭଳି କିଛି ଚର୍ଚ୍ଚା ଆଲୋଚନା ରାଜ୍ୟ ରାଜନୀତିକୁ କରିଛି ବେଶ ସରଗରମ । ବିଜେଡି ଶିବିରରେ ବି ସୁଜାତାଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ବାକ୍ ବିତଣ୍ଡା । ସୁଜାତାଙ୍କ ଏଣ୍ଟ୍ରି ପୂର୍ବରୁ ଦେଖା ଦେଇଛି ବିଦ୍ରୋହର ଆଭାସ ।

ସେପଟେ ବିଜେଡିର ଉତ୍ତରାଧିକାରୀ କଳିର ନିଆଁରେ ଘିଅ ଢ଼ାଳିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ପ୍ରଦୀପ କହିଛନ୍ତି ସ୍ୱାମୀ ପାଣ୍ଡିଆନଙ୍କ ଦେହରେ ଲାଗିଥିବା ଦାଗ ଲିଭେଇ ପାରିବେନି ସୁଜାତା । ବିଜେଡି ବର୍ତ୍ତମାନ ଅସ୍ତଗାମୀ ସୂର୍ଯ୍ୟ । ୮୦ ପ୍ରତିଶତ ନେତା ବିଜେପି ସହ ଯୋଗାଯୋଗରେ ଅଛନ୍ତି, ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଛି ଯୋଗ ଦେବେ ଓ ୨୦୨୯ ବେଳକୁ ବିଜେଡି ଇତିହାସ ହୋଇଯିବ ।

୨୦୨୪ ନିର୍ବାଚନରେ ଏକ ନମ୍ବରରୁ ଦୁଇ ନମ୍ବରକୁ ଖସିଥିଲା ବିଜେଡି । ଯେଉଁଥିପାଇଁ ଭୈରବ ପାଣ୍ଡିଆନଙ୍କୁ ଦାୟୀ କରି ବହୁ ନେତା ବିଦ୍ରୋହର ଡାକରା ଦେଇଥିଲେ । ଆଉ ତାପରେ ନୂଆପଡ଼ାର ଲଜ୍ଜା ଜନକ ହାର ପରେ ବରିଷ୍ଠ ଓ କନିଷ୍ଠ, ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଥିଲେ । ତେବେ ଏସବୁକୁ ଖାତିର ନକରି ପାଣ୍ଡିଆନ, ସୁଜାତାଙ୍କୁ ବିଜେଡିରେ ଏଣ୍ଟ୍ରି କରାଇବା ଯୋଜନା ଆଗକୁ କେଉଁ ମୋଡ଼ ନେଉଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics: BJDରେ ଉତ୍ତରାଧିକାରୀ ଝଡ଼, ନବୀନ ଥାଉ ଥାଉ ଆସିବେ କି ନୂଆ ମୁଖିଆ ? | Argus News