ବିଜେପି ସରକାର ନେବ କି ତାମିଲ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ?

ଅର୍ଗସ ବ୍ୟୁରୋ: କ୍ଷମତା ଥିଲା ବେଳେ ନବୀନଙ୍କ ସାଙ୍ଗରେ ଛାଇ ଭଳି ରହୁଥିବା ପାଣ୍ଡିଆନ୍ ଏବେ ଗଲେ କୁଆଡେ। ଯେତେବେଳେ ଦରକାର ନଥିଲା ନବୀନଙ୍କ ମୁହଁ ଆଗରେ ମାଇକ୍ ଲଗେଇ ଛିଡ଼ାହେଉଥିଲେ। ଏବେ କାହିଁକି ନବୀନଙ୍କୁ ନିଜେ ମାଇକ୍ ଧରି କହିବାକୁ ପଡୁଛି ? କେଉଁଠି ଲୁଚିଛନ୍ତି ଭୈରବ କାର୍ତ୍ତିକେୟନ୍ ? ବୁଧବାର ନବୀନ ନିବାସରେ ଥିଲା ବିଜେଡି ବିଧାୟକ ଦଳ ବୈଠକ। ଗଣମାଧ୍ୟମ ଅପେକ୍ଷା କରିଥିଲେ କେତେବେଳେ ବାହାରକୁ ଆସିବେ ପାଣ୍ଡିଆନ। କିନ୍ତୁ ତାମିଲ ବାବୁ ଅନ୍ଧାର କରି କ୍ୟାମେରା ସାମ୍ନାରୁ ଖସି ପଳାଇଲେ। ନିର୍ବାଚନ ବେଳେ ଯାହାଙ୍କ ଉପରୁ କ୍ୟାମେରା ଆଦୌ ହଟୁ ନଥିଲା ଏବେ ତାଙ୍କର କ୍ୟାମେରାକୁ ଏତେ ଡର କାହିଁକି ? କାହିଁକି ମିଡିଆକୁ ଲୁଚିଛପି ଯାଉଛନ୍ତି ନବୀନ ନିବାସ ? ଯେଉଁ କଥା ଆଶଙ୍କା କରାଯାଉଥିଲା ସେୟା ହିଁ ଘଟିଛି।
ବିଜେଡି ଭିତରୁ ପାଣ୍ଡିଆନଙ୍କୁ ବିରୋଧ ଆରମ୍ଭ ହୋଇସାରିଛି ସେଥିପାଇଁ ଡରରେ ଚୋର ଭଳି ମୁହଁ ଲୁଚାଇ ବୁଲୁଛନ୍ତି କି ଭୈରବ ? କୁହାଯାଏ ତାମିଲ ପାଣ୍ଡିଆନଙ୍କ ଗୁରୁ ହେଉଛନ୍ତି ଓଡ଼ିଶାରେ ଆଉଜଣେ ଚର୍ଚ୍ଚିତ ପୂର୍ବତନ ତାମିଲ ବ୍ୟୁରୋକ୍ରାଟ୍ ଆର. ବାଲକ୍ରିଷ୍ଣନ୍। ଯାହାଙ୍କୁ ଭାରବ ବାଲା ସାର୍ ବୋଲି କରିଥାନ୍ତି ସମ୍ବୋଧନ। ଶିଷ୍ୟ କ୍ୟାମେରାକୁ ଲୁଚି ଅନ୍ଧାରରେ ଫେରାର ତ ଗୁରୁ ବିଜେଡି ହାରିବା ପରେ ସିଏମଓ ମୁଖ୍ୟ ପରାମର୍ଶଦାତା ପଦରୁ ପଦରୁ ଇସ୍ତଫା ଦେଇ ପାର। ଅବସରପ୍ରାପ୍ତ ଆଇଏଏସ ଆର ବାଲକ୍ରିଷ୍ଣନ ତଥା ପାଣ୍ଡିଆନଙ୍କ ଗୁରୁ ବାଲା ସାରଙ୍କୁ କାହିଁକି ଘାରିଛି ଡର। ଚର୍ଚ୍ଚା ହୋଇଥିଲା ବିଜେଡି ଶାସନକୁ କବଜା କରିଥିଲେ 5 ତାମିଲ। ସେଥିମଧ୍ୟରୁ ପାଣ୍ଡିଆନଙ୍କ ଛଡ଼ା ଅନ୍ୟ ଜଣେ ଥିଲେ ଆର. ବାଲକ୍ରିଷ୍ଣନ୍। ଓଡ଼ିଶାରେ ବିଜେପି ସରକାର ଆସିଲେ ନବୀନଙ୍କ ଛତ୍ରଛାୟାରେ ରହି ଓଡ଼ିଶାକୁ ଲୁଟ୍ କରୁଥିବା ମାଫିଆଙ୍କ ଅଣ୍ଟା ଭାଙ୍ଗିଦିଆଯିବ ବୋଲି ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ?
ଅଣ୍ଟା ଭାଙ୍ଗିବା ଭୟରେ ଇସ୍ତଫା ଦେଇ ଖସି ପଳାଇଗଲେ କି ବାଲା ସାର୍। ସେପଟେ ଏବେ ଚର୍ଚ୍ଚାରେ ଏକ୍ସରେ ବାଲକ୍ରିଷ୍ଣନଙ୍କ ଏକ ତାମିଲ ପୋଷ୍ଟ। ଯେଉଁଥିରେ ସେ ମେନଷ୍ଟ୍ରିମ୍ ମିଡିଆକୁ ଭର୍ଚ୍ଚନା କରିବା ସହ ଏକ ୟୁଟ୍ୟୁବ୍ ଚ୍ୟାନେଲକୁ କରିଛନ୍ତି ପ୍ରଶଂସା। ଏହି ଚ୍ୟାନେଲ ମୋଦି ସରକାରଙ୍କର ବଡ଼ ସମାଲୋଚକ ଭାବେ ଜଣାଶୁଣା। ସେହି ଚ୍ୟାନେଲକୁ ଗଣତନ୍ତ୍ରର ରକ୍ଷକ ବୋଲି ଆଖ୍ୟା ଦେଇ ପରୋକ୍ଷରେ ବିଜେପିକୁ ସମାଲୋଚନା କରିବାକୁ ଉଦ୍ୟମ କରିଛନ୍ତି କି ଆର. ବାଲକ୍ରିଷ୍ଣନ୍। ଅର୍ଥାତ୍ ଯେଉଁ ଅଭିଯୋଗ ହେଉଥିଲା ଓଡ଼ିଶାର ଅମଲାତନ୍ତ୍ରର ସଂପୂର୍ଣ୍ଣ ରୂପେ ବିଜେଡି ପ୍ରତି ଥିଲା ଆନୁଗତ୍ୟ।
📱 Get Argus News App
✨ସେମାନେ ଜନସେବାର ଭାବନା ନୁହେଁ ଦଳୀୟ ଭାବନା ନେଇ କାମ କରୁଥିଲେ ଏବେ ସେମାନଙ୍କ ରଙ୍ଗ ଧୀରେ ଧୀରେ ପଦାକୁ ଆସୁଛି। ବାଲକ୍ରିଷ୍ଣଙ୍କ ଏହି ପୋଷ୍ଟ ତାର ବଡ଼ ଉଦାହରଣ। ସେହିପରି ବିଜେଡିର ମାଫିଆ ସାଜି ଡି.ଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କ ପରି ଆଇପିଏସ୍ ଥାନା ଅଧିକାରୀ ଓ ଏସପି ମାନଙ୍କୁ ଶାସକ ଦଳର କାମରେ ଲଗାଉଥିବା ନେଇ ହୋଇଥିଲା ଅଭିଯୋଗ। ଯେଉଁ ଆଧାରରେ ନିର୍ବାଚନ କମିଶନ ଏହି ଦୁଇ ଆଇପିଏସଙ୍କ ବିରୋଧରେ ନେଇଥିଲେ ଆକ୍ସନ। ସବୂୁ ମାଫିଆଙ୍କର ଅସଲ ଚେହେରା ଧରାପଡ଼ିସାରିଥିବା ବେଳେ ଏବେ ଏବେ ପ୍ରଶ୍ନ ଓଡ଼ିଶାରେ ବିଜେପି ସରକାର ଆସିଲେ ଭାଙ୍ଗିବକି ଏହି ମାଫିଆମାନଙ୍କ ଅଣ୍ଟା ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର