Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାଦର ଅନ୍ତ ନଘଟିଲେ ବୁଡ଼ିଯିବ କି ଯାତ୍ରା ?

Rashmita Mishra
Browse all articles by Rashmita Mishra
·1 year ago·1 min read
ବିବାଦର ଅନ୍ତ ନଘଟିଲେ ବୁଡ଼ିଯିବ କି ଯାତ୍ରା ?

Key Points

ଥମିବାର ନାଁ ନେଉନି ଯାତ୍ରା ବିବାଦ
କେବେ ପଡ଼ିବ ବିବାଦରେ ପୂର୍ଣ୍ଣଛେଦ
ବିବାଦର ଅନ୍ତ ନଘଟିଲେ ବୁଡ଼ିଯିବ କି ଯାତ୍ରା ?
ସମାଧାନ ପାଇଁ ମାଲିକ ସଂଘକୁ ଯାତ୍ରା କମିଟି ମେମ୍ବରଙ୍କ ଅନୁରୋଧ

କଳାକାର ଓ ଯାତ୍ରା ମାଲିକ ସଂଘ କଳିରେ ବଳି ପଡୁଛି ଯାତ୍ରା କମିଟି। ଯାତ୍ରା ଦେଖିବାକୁ ଦର୍ଶକଙ୍କ କମିଲାଣି ଆଗ୍ରହ। ଭଲ ଦର୍ଶକ ହେଉନଥିବାରୁ କ୍ଷତି ସହୁଛନ୍ତି ଯାତ୍ରା କମିଟି। ଯାତ୍ରା ମାଲିକଙ୍କ ଏକଚାଟିଆ କାରବାର ପାଇଁ ଆରମ୍ଭ ହୋଇଛି ବିବାଦ । ବିବାଦ ଛାଡ଼ି ଯାତ୍ରା ମାଲିକ ସଂଘ ସମସ୍ୟାର ସମାଧାନ ନକଲେ ଯାତ୍ରା ବୁଡ଼ି ଯିବ ବୋଲି କହିଲେ ଯାତ୍ରା କମିଟି ମହସଂଘ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ। ଯାତ୍ରା କଳାକାର ଓ ମାଲିକ ସଂଘ ଦୁହେଁ ପରସ୍ପର ପରିପୂରକ ହୋଇଥିବା ବେଳେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ମତ ରଖିଛନ୍ତି ଯାତ୍ରା ପ୍ରେମୀ ।

ଏପଟେ ଯାତ୍ରା କଳାକାର ବାପି ପଣ୍ଡାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପାର୍ବତୀ ଓ ରାଜଧାନୀ ଅପେରାର ମୁଖ୍ୟ ପରିଚାଳକ ଜଗତ ଜୀବନ ପଣ୍ଡା। ଗତ ଦୁଇ ଦିନ ତଳେ କଳାକାର ବାପି ପଣ୍ଡାଙ୍କ ବିରୁଦ୍ଧରେ ମୁହଁ ଖୋଲମଖୋଲା ଚ୍ୟାଲେଞ୍ଚ କରିଥିଲେ। ସେ କହିଥିଲେ ମାଲିକ ମାନଙ୍କୁ ବାପି ପଣ୍ଡା କ୍ଷମା ପ୍ରାର୍ଥନା ନକଲେ ସେ ଯାତ୍ରା ପେଣ୍ଡାଲକୁ ମୁହଁରେ ପାଉଡର ଲଗାଇ ଯାଇ ପାରିବେ ନାହିଁ । ତେବେ ଆଜି ନିଜେ କହିଥିବା କଥାକୁ ଫେରାଇ ନେଇଛନ୍ତି ଜଗତ ଜୀବନ ପଣ୍ଡା। ଖୁବଶିଘ୍ର ମାଲିକ ଓ କଳାକାର ଘଟଣାର ସମାଧାନ ହେବ ବୋଲି କହିଛନ୍ତି । ଓଡ଼ିଶାର ସବୁଠୁ ବଡ଼ ମନୋରଞ୍ଜନର ମାଧ୍ୟମ ହେଉଛି ଯାତ୍ରା। ତେଣୁ କେବେ ଏହି ଯାତ୍ରା ବିବାଦରେ ପୂର୍ଣ୍ଣଛେଦ ପଡ଼ୁଛି ତାହା ଦେଖିବାକୁ ବାକି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will-the-journey-sink-if-the-conflict-doesnt-end | Argus News