Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସଙ୍କ ହତ୍ୟାର ଖୋଲିବ କି ଗୁମର ?

Ritu Das
Browse all articles by Ritu Das
·1 year ago·2 min read
ନବ ଦାସଙ୍କ ହତ୍ୟାର ଖୋଲିବ କି ଗୁମର ?

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ଦିନକୁ ଦିନ ବଢୁଛି ଲାଗିଛି ବିବାଦ । ଦିନକୁ ଦିନ ଉଠୁଛି ଅନେକ ପ୍ରଶ୍ନ। ଲମ୍ବୁଛି ଅଭିଯୋଗର ତାଲିକା । ଆଜି ଏଥିରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳଙ୍କ ଓକିଲ । ନରେଶ ନାୟକ ଆଣିଛନ୍ତି ସାଂଘାତିକ ଅଭିଯୋଗ, କୁଆଡ଼େ ଗାଏବ ହୋଇଯାଇଛି ନବଙ୍କ ECG ରିପୋର୍ଟ । ଝାରସୁଗୁଡା କୋର୍ଟରେ ଦାଖଲ ପ୍ରାଥମିକ ଚାର୍ଜ ସିଟରେ ECG ରିପୋର୍ଟ ଦାଖଲ କରିନାହିଁ କ୍ରାଇମବ୍ରାଞ୍ଚ । ଆପଣ ଦେଖୁଥିବା ଇଏ ହେଉଛି ସେହି ନବ ଦାସଙ୍କ ସେହି ଭାଇରାଲ୍ ECG ରିପୋର୍ଟ । କେବଳ ଆଉଟଡୋର ଟିକେଟ ଓ ଇଞ୍ଜୁରୀ ରିପୋର୍ଟ କୋର୍ଟରେ ଦାଖଲ ହୋଇଥିବା ବେଳେ ଜାଣିଶୁଣି ECG ରିପୋର୍ଟ ଗାଏବ ଘଟଣା ସନ୍ଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ଓକିଲ ନରେଶ ନାୟକ ।
ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି ନବ ଦାସଙ୍କ ପରିବାର। ସେପଟେ ଝାରସୁଗୁଡ଼ା ସରବାହାଲସ୍ଥିତ ବାସଭବନରେ ଆଜି ଦ୍ବିତୀୟ ଦିନ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍। ଗତକାଲି ନବଙ୍କ ପରିବାର ଲୋକଙ୍କୁ ଜେରା କରାଯାଇଥିବାବେଳେ ଆଜି ବି ପତ୍ନୀ ମୀନତି ଦାସଙ୍କୁ ପଚରାଉଚୁରା କରିଛନ୍ତି। ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ତଦନ୍ତ କରାଯାଇଛି । ସେତେବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଦୁଇ ଡାକ୍ତର ଡୋଳାମଣି ତାଣ୍ଡି ଏବଂ ସିଲବନ୍ତି ଯୋଜୋଙ୍କୁ ଝାରସୁଗୁଡ଼ା ଡାକି ଚିକିତ୍ସା ସମ୍ପର୍କରେ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ଘଟଣା ସହ ସମ୍ପୃକ୍ତ ସମସ୍ତଙ୍କୁ ପଚରାଉଚୁରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ ।
ନବ ଦାସଙ୍କ ହତ୍ୟାର କ୍ରାଇମବ୍ରାଞ୍ଚ ସାନି ତଦନ୍ତ ଆରମ୍ଭ କରିଥିବାବେଳେ ମାମଲାକୁ ନେଇ ରହିଛି ଅନେକ ଅସମାହିତ ପ୍ରଶ୍ନ।
ପ୍ରଶ୍ନ – 1
ଗୁଳିକାଣ୍ଡ ପରେ ଝାରସୁଗୁଡ଼ା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ନା ନାହିଁ ?
ପ୍ରଶ୍ନ - 2
ଯଦି ଅବସ୍ଥା ଏତେ ସାଂଘାତିକ ଥିଲା ତେବେ ନିକଟସ୍ଥ ବୁର୍ଲା ମେଡିକାଲ ବଦଳରେ ବିନା ଏୟାର ଆମ୍ବୁଲାନସରେ କାହିଁକି ଅଣାଯାଇଥିଲା ଭୁବନେଶ୍ବର ?
ପ୍ରଶ୍ନ - 3
ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ନବଙ୍କର ଅପରେସନ କରାଯାଇଥିବା କଥା ସତ ନା ମିଛ ?
ପ୍ରଶ୍ନ - 4
ଦେଖିବାକୁ ଯିବା ବେଳେ କାହିଁକି ନମସ୍କାର କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ନବ ଦାସଙ୍କ ମୃତ୍ୟୁ ହୋଇସାରିଥିବା ନବୀନ ଜାଣିଥିଲେ କି ?
ପ୍ରଶ୍ନ - 5
କାହିଁକି ପୋଡ଼ି ଦିଆଯାଇଥିଲା ନବଙ୍କ ରକ୍ତ ଭିଜା ସାର୍ଟ ?
ପ୍ରଶ୍ନ - 6
କୁଆଡ଼େ ଗଲା ନବ ଦାସଙ୍କ ଟାୱେଲ୍ ?
ପ୍ରଶ୍ନ - 7
ECG ରିପୋର୍ଟ ଗାଏବ ହେବା ସତ ନା ମିଛ ?
ପ୍ରଶ୍ନ - 8
ନବ ଦାସଙ୍କୁ ଗୋପାଳ ଖାଲି ହତ୍ୟା କରିଥିଲା ନା ହତ୍ୟା ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର ?
ଏବେ ପ୍ରଶ୍ନ ସାନି ତଦନ୍ତରେ ଏ ସବୁର ଗୁମର ଖୋଲିବ କି ? କ୍ରାଇମବ୍ରାଞ୍ଚର ନୂଆ ତଦନ୍ତକାରୀ ଅଧିକାରୀ ଏ ସବୁ ପ୍ରଶ୍ନ ଉପରୁ ପରଦା ଉଠାଇ ପାରିବେ ତ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
will-the-murder-of-naba-das-be-solved | Argus News