|
logo
Live
Argus News App
GET APP

Argus News - ତେଜୁଥିବା ଗୋଷ୍ଠୀ କନ୍ଦଳ ହେବ କି ବିଜେଡି ପାଇଁ କାଳ ?

Odisha

ତେଜୁଥିବା ଗୋଷ୍ଠୀ କନ୍ଦଳ ହେବ କି ବିଜେଡି ପାଇଁ କାଳ ?

Rashmita Mishra
Browse all articles by Rashmita Mishra
·1 year ago·2 min read
ତେଜୁଥିବା ଗୋଷ୍ଠୀ କନ୍ଦଳ ହେବ କି ବିଜେଡି ପାଇଁ କାଳ ?

Key Points

ବିଜୁ ଜୟନ୍ତୀରେ ସାମ୍ନାକୁ ଆସିଲା ବିଜେଡି ଗୋଷ୍ଠୀ କନ୍ଦଳ
ପାରାଦ୍ବୀପ, କୁଚିଣ୍ଡା ଓ ସିମୁଳିଆରେ ଦଳ ଦୁଇ ଫାଳ
ବିଜେଡି ନେତାଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଡର ?
ବରିଷ୍ଠ ନେତା ସ୍ବୀକାର କଲେ ଦଳରେ ଅଛି ମତାନ୍ତର
ବିଶେଷଜ୍ଞ କହିଥିଲେ କ୍ଷମତାରୁ ଗଲେ ଭାଙ୍ଗିଯିବ ବିଜୁ ଜନତା ଦଳ
ତେଜୁଥିବା ଗୋଷ୍ଠୀ କନ୍ଦଳ ହେବ କି ବିଜେଡି ପାଇଁ କାଳ ?

ବିଜୁ ଜୟନ୍ତୀ ଅବସରରେ ପାରାଦ୍ବୀପ ନିର୍ବାଚନମଣ୍ଡଳୀରେ ବିଜେଡିର ସମାନ୍ତରାଳ ସଭା । ଗୋଟେ ପଟେ କୁଜଙ୍ଗରେ ପୂର୍ବତନ ବିଧାୟକଙ୍କ ନେତୃତ୍ବରେ ପାଳନ ହୋଇଥିଲା ବିଜୁ ପଟ୍ଟନାୟକ ଜୟନ୍ତୀ। ସେପଟେ ଅଠରବାଙ୍କି ବିଜୁ ପଟ୍ଟନାୟକ ପାର୍କରେ ବି ହୋଇଥିଲା ସମାନ୍ତରାଳ ବିଜୁ ଜୟନ୍ତୀ ସମାରୋହ। ପାରାଦ୍ଵୀପ ମ୍ୟୁନସିପାଲଟିର ଅଧ୍ୟକ୍ଷ ଵସନ୍ତ ବିଶ୍ବାଳ ନେଇଥିଲେ ଏହାର ନେତୃତ୍ବ। ଏହା ପାରାଦ୍ବୀପ ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ଏନେଇ ସମ୍ବିତ ରାଉତରାୟ କହିଛନ୍ତି ଏଠି କିଏ କାହାକୁ ଡାକିବ କଣ ପୁଅ ବାହାଘର ହେଉଛି ? ବସନ୍ତ ବିଶ୍ବାଳ ପାରାଦ୍ବୀପ ବିଜେଡିରେ ବିବାଦକୁ ସ୍ବୀକାର କରିବା ସହ ସମୟ ଆସିଲେ ଠିକ୍ ହୋଇଯିବ ବୋଲି ଦେଇଛନ୍ତି ବୟାନ।

ସମ୍ବଲପୁର କୁଚିଣ୍ଡାରେ ବି ସମାନ ପରିସ୍ଥିତି। କୁଚିଣ୍ଡା କୁଣ୍ଡେସର ମନ୍ଦିର ପରିସରରେ ଏନଏସି ଅଧ୍ୟକ୍ଷଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ନାଏକ, ଜମନକିରା ବ୍ଲକ ଅଧ୍ୟକ୍ଷା ଆଶ୍ରିତା ଭୋଇଙ୍କ ସମେତ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ଯୋଗ ଦେଇଥିଲେ। ସେପଟେ କୁଚିଣ୍ଡା ଶ୍ରମିକ ଭବନଠାରେ ପୂର୍ବତନ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ଗତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀଥିବା ରାଜେନ୍ଦ୍ର ଛତ୍ରିଆ, ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଶାନ ପ୍ରମୁଖ ଯୋଗ ଦେଇଥିଲେ। ଗୋଟିଏ ନିର୍ବାଚନ ମଣ୍ଡଳୀରେ ଦୁଇ ଦୁଇଟି ସମାନ୍ତରାଳ ବିଜୁ ଜୟନ୍ତୀ ଆୟୋଜନ ସ୍ପଷ୍ଟ କରିଦେଇଛି କୁଚିଣ୍ଡା ବିଜେଡି ଦୁଇ ଭାଗ। ଏ ନେଇ ରାଜେଦ୍ର ଛତ୍ରିଆ କହିଛନ୍ତି ଯାହାର ଯେମିତି ସୁବିଧା ସେ ସେହି ସ୍ଥାନରେ ଯୋଗଦେଇ ପାରିବେ।

ବିଜେଡିରେ ଥିବା ଗୋଷ୍ଠୀ କନ୍ଦଳର ସ୍ପଷ୍ଟ ଚିତ୍ର ବାଲେଶ୍ବର ସିମୁଳିଆରେ ବି ସାମ୍ନାକୁ ଆସିିଛି। ପୂର୍ବତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ସମର୍ଥକଙ୍କୁ ନେଇ ଖଇରା ବଜାର ସ୍ଥିତ ଦୁର୍ଗାମଣ୍ଡପରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଡାକ୍ତରଖାନା ଯାଇ ରୋଗୀଙ୍କୁ ଫଳ ବାଣ୍ଟିଥିଲେ। ଏହାପରେ ଏକ ସଭାର ଆୟୋଜନ କରିଥିଲେ। ସେହିପରି ଗତ ନିର୍ବାଚନରେ ସିମୁଳିଆରୁ ବିଜେଡି ବିଧାୟକ ପ୍ରାଥିନୀ ସୁବାଶିନୀ ସାହୁ ତାଙ୍କ ସମର୍ଥକଙ୍କୁ ନେଇ ସେହି ସିମୁଳିଆ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ ପରେ ଖଇରା ଦୁର୍ଗାମଣ୍ଡପ ବିଜୁ ପଟ୍ଟନାୟକଙ୍କ ପର୍ତ୍ତିମୂର୍ତ୍ତିରେ ଫୁଲମାଳ ଦେଇଥିଲେ। ପରେ ଜ୍ୟୋତି ପାଣିଗ୍ରାହୀଙ୍କ ସଭା ନିକଟରେ ଆଉ ଏକ ସଭା ଆୟୋଜନ କରିଥିଲେ। ଯାହାକି ସିମୁଳିଆ ବିଜେଡିରେ ଥିବା ତୀବ୍ର ଗୋଷ୍ଠୀକନ୍ଦଳକୁ ପଦାରେ ପକାଇଥିଲା। ଗତ ନିର୍ବାଚନରେ ବିଜେଡି ଜ୍ୟୋତି ପାଣିଗ୍ରାହୀଙ୍କ ବଦଳରେ ସୁବାସିନୀ ସାହୁଙ୍କୁ ଟିକେଟ୍ ଦେଇଥିଲା ସେବେଠାରୁ ସିମୁଳିଆରେ ବିଜେଡିର ସବୁ କାର୍ଯ୍ୟକ୍ରମ ୨ଗୋଷ୍ଠି ଅଲଗା ଅଲଗା କରୁଛନ୍ତି।

ଇଏତ ବିଧାନସଭା ନିର୍ବାଚନ ମଣ୍ଡଳି ସ୍ତରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର। ଶଙ୍ଖ ଭବନରେ ଆୟୋଜିତ ବିଜୁ ଜୟନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ବରିଷ୍ଠ ବିଜେଡି ନେତା ବି ମାନିଛନ୍ତି ଦଳରେ ଅଛି ମତାନ୍ତର। ଏଥିସହ ଦଳ ଭାଙ୍ଗିଯିବା ନେଇ ବିଜେଡି ନେତାଙ୍କ ଭିତରେ ଥିବା ଡର ସ୍ପଷ୍ଟ ଜଣାପଡ଼ିଥିଲା ସେମାନଙ୍କ ଭାଷଣରେ ।


୨୦୨୪ ନିର୍ବାଚନ ପୂର୍ବରୁ ରାଜନୈତିକ ବିଶେଷଜ୍ଞ କରିଥିଲେ ବିଜେଡି କ୍ଷମତାରୁ ଗଲେ ଭାଙ୍ଗିଯିବ। ଆଉ ନିର୍ବାଚନ ହାରିବା ପରଠାରୁ ରାଜ୍ୟସାରା ବିଜେଡିରେ ଯେଉଁଭଳି ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଛି ଏହା ବିଜେଡିର ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ତେଜୁଥିବା ଗୋଷ୍ଠୀ କନ୍ଦଳ ହେବ କି ବିଜେଡି ପାଇଁ କାଳ ? | Argus News