Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ganjam Politics: ଗଞ୍ଜାମ ରାଜନୀତିରେ ହେବ କି ବଡ ହଲଚଲ୍ ?

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Ganjam Politics: ଗଞ୍ଜାମ ରାଜନୀତିରେ ହେବ କି ବଡ ହଲଚଲ୍ ?

Key Points

ବିଜେଡିର ବରିଷ୍ଠ ନେତା ରମେଶ ଚ୍ୟାଉପଟ୍ଟନାୟକଙ୍କୁ ନେଇ ବଢିଲା ଚର୍ଚ୍ଚା ।
୪ ଦିନ ଭିତରେ ଦୁଇ ଥର ବିଜେପି ନେତାଙ୍କ ସହ ସାମିଲ ହେଲେଣି ।
କହିଲେ, ଭେଟଘାଟ କେବଳ ଚର୍ଚ୍ଚା, ସେମିତି କିଛି ଯୋଜନା ନାହିଁ ।

ଗଞ୍ଜାମ ରାଜନୀତିରେ ବଡ଼ ହଲଚଲ । ଗଞ୍ଜାମ ବିଜେଡିର ବରିଷ୍ଠ ତଥା ଟାଣୁଆ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଏବେ ବିଜେପି ମୁହାଁ ହେଉଥିବା ଚର୍ଚ୍ଚା । ଗତ ୪ ଦିନ ଭିତରେ ଦୁଇ ଦୁଇ ଥର ବିଜେପି ନେତାଙ୍କ ଗହଣରେ ସାମିଲ ହେବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।

ଗଂଜାମ ବିଜେଡିର ବରିଷ୍ଠ ତଥା ଟାଣୁଆ ନେତା ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ନେଇ ଜିଲ୍ଲାରେ ଏବେ ଜୋର ଧରିଛି ଚର୍ଚ୍ଚା । ୫ ଥରର ବିଜେଡି ବିଧାୟକ ତଥା ଗଞ୍ଜାମର ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଥିବା ଏହି ବରିଷ୍ଠ ନେତାଙ୍କୁ ଗତ ଚାରି ଦିନ ମଧ୍ୟରେ ଦୁଇ ଥର ବିଜେପି ନେତାଙ୍କ ସହ ସାମିଲ ହୋଇଛନ୍ତି ।

ଅଗଷ୍ଟ ୧୬ରେ ରାମଲିଙ୍ଗେଶ୍ଵର ପାର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗଦେଇ ପୁଷ୍ମମାଲ୍ୟ ଅର୍ପଣ କରିଥିଲେ । ତାର ଦିନକ ପରେ ଅର୍ଥାତ୍ ଅଗଷ୍ଟ ୧୭ରେ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ଜନ୍ମ ଦିନରେ ବହୁ କର୍ପୋରେଟରଙ୍କ ସମେତ ବିଜେପି ବିଧାୟକ କେ.ଅନୀଲ କୁମାର ସାମିଲ ହୋଇଥିଲେ ।

କେକ୍ କାଟିବା ଓ କେକ୍ ଖୁଆଇବା ଦୃଶ୍ୟ ଏହି ଚର୍ଚ୍ଚାକୁ ଆଉ ଟିକିଏ ଖୋରାକ ଯୋଗାଇଛି। ସେପଟେ ଏହି ଭେଟଘାଟ କେବଳ ଚର୍ଚ୍ଚା, ସେ ଏବେ ସେମିତି କିଛି ବି ଯୋଜନା କରି ନଥିବା କହିଛନ୍ତି ବିଜେଡିର ଏହି ବରିଷ୍ଠ ନେତା ।

୫ଥରର ବିଧାୟକ ରହିଥିବା ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ କିଛିଦିନ ଚଳେ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦେଇ ବିକ୍ରମ ପଣ୍ଡାଙ୍କୁ ଜିଲ୍ଲା ସଭାପତି ପଦବୀ ଦିଆଯାଇଛି । ଏହାକୁ ନେଇ ସେ ଏବେ ବିଜେପି ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will there be a big change in Ganjam politics? | Argus News