Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଛା ଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା

Rashmita Mishra
Browse all articles by Rashmita Mishra
·10 months ago·2 min read
ଇଛା ଶକ୍ତି  ଆଗରେ ହାର ମାନିଛି ଭିନ୍ନକ୍ଷମତା

Key Points

ବୟସ ପାଖାପାଖି ୭୦ ହେବାକୁ ବସିଲାଣି

ଇଛା ଶକ୍ତି ଆଗରେ ହାର ମାନିଛି ଭିନ୍ନକ୍ଷମତା
ଘର ଆଗରେ ରାତି ପାହିଲେ ଛାତ୍ରଛାତ୍ରୀଙ୍କ ଭିଡ଼

ଅନ୍ଧ ଶିକ୍ଷକ ଭାସ୍କର ସାର । ବୟସ ପାଖାପାଖି ୭୦ ହେବାକୁ ବସିଲାଣି । ଦେହ ହାତ ଝାଉଁଳି ଗଲାଣି । ହେଲେ ଘର ଆଗରେ ରାତି ପାହିଲେ ଛାତ୍ରଛାତ୍ରୀଙ୍କ ଭିଡ଼ । ଗଣିତ ହେଉ ବା ଇଂରାଜି କିମ୍ବା ସାହିତ୍ୟ ହେଉ ଅବା ଚିତ୍ରାଙ୍କନ । ସବୁକୁ ସହଜ ଓ ସରଳ ଭାବରେ ପିଲାଙ୍କୁ ବୁଝାଇଥାନ୍ତି। ଭଦ୍ରକ ବାସୁଦେବପୁର ବ୍ଲକର ଲୁଙ୍ଗା ପଞ୍ଚାୟତର ନୂଆସାହି ଗାଁର ଭାସ୍କର ସାର । ଭାସ୍କର ସାର ଜିଲ୍ଲାର ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ । ଦୃଷ୍ଟିହୀନ ହେଲେ ବି ତାଙ୍କ ଠାରୁ ଛାତ୍ରଛାତ୍ରୀ ମାନେ ପାଠ ପଢି ବହୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ ହେଇଛନ୍ତି ।

ଆଖିରେ କଳା ଚଷମା, ଆଉ ହାତରେ ଆଶାବାଡି । ସାଧାରଣ ଲୋକଟିଏ ଦେଖିଲେ ଆଶ୍ଚର୍ଯ୍ୟ ହେବ ନିଶ୍ଚିତ । ଏତେ ଗୁଡିଏ ପିଲାଙ୍କୁ ସେ କିପରି ପାଠ ପଢ଼ାଉଛନ୍ତି । ଯୁକ୍ତ ୨ପଢୁଥିବା ସମୟରେ ଆଖିରେ ପ୍ରଭାବ ପଡିବା ପରେ କଲେଜର ଅଧ୍ୟାପକ ବିଜ୍ଞାନ ପଢିବାକୁ ମନା କରିଦେଲେ । ପରେ ବିଜେପି କଲେଜରେ ବିକମ୍ ପଢ଼ୁଥିବା ସମୟରେ ଦୁଇ ଆଖିକୁ ଭଲ ଭାବରେ ଦେଖାଗଲା ନାହିଁ । ଫଳରେ ଅର୍ଥ ଅଭାବରୁ ଚିକିତ୍ସା କରି ନପାରି ପାଠ ପଢା ବନ୍ଦ କରି ଘରେ ରହିଲେ ।

ଆଉ ସେତେବେଳେ ବୁଢା ବାପା ମା ଓ ନିଜେ ଚଳିବା ପାଇଁ ଏକମାତ୍ର ଭରଷା ପାଲଟିଲା ଘରୋଇ ଟିଉସନ । ନିଜର ପଢ଼ାଇବା ଶୈଳୀ ଓ ପିଲା ମାନଙ୍କୁ ସ୍ନେହ ଆଦରରେ ସରଳ କରି ଏପରି ପାଠ ପଢ଼ାଇଲେ ଯେ ସରକାରୀ ବିଦ୍ୟାଳୟର ତାଲିମ ପ୍ରାପ୍ତ ଶିକ୍ଷକଙ୍କ ଠାରୁ ପିଲାମାନେ ଭାସ୍କର ସାରଙ୍କ ନିକଟକୁ ଆସିଲେ। ଜୀବନର ଏକମାତ୍ର ଲକ୍ଷ ମେଧାବୀ ଛାତ୍ର ତିଆରି କରିବା । ତେବେ ଗୁରୁଦିବସ ଭଳି ଦିନରେ ସେଭଳି ଶିକ୍ଷକଙ୍କୁ ଶତ ଶତ ପ୍ରଣାମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Willpower Triumphs Over Disability | Inspiring Story | Argus News | Argus News