Videos
|
Odisha

ଆଜିଠୁ ବଢିବ ଶୀତ: ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ରାତି ତାପମାତ୍ରା

Ritu Das
Browse all articles by Ritu Das
·1 year ago·1 min read
ଆଜିଠୁ ବଢିବ ଶୀତ: ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ରାତି ତାପମାତ୍ରା

ଆଜିଠୁ ବଢିବ ଶୀତ। ୩ ରୁ ୫ ଡିଗ୍ରୀ ହ୍ରାସ ପାଇବ ରାତି ତାପମାତ୍ରା। ଥରିବ ଜିରୋ ନାଇଟ। ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ଆସନ୍ତା କାଲିଠାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ । ପ୍ରଭାବରେ ରାତିର ତାପମାତ୍ରା ଅହେତୁକ ଭାବରେ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ଜାଡ ନୂଆ ବର୍ଷର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ପ୍ରବଳ ଶୀତ ଏବଂ ଶୁଖିଲା ପାଗ ସହ ଇଂରାଜୀ ନବବର୍ଷକୁ ସ୍ବାଗତ କରିବେ ରାଜ୍ୟବାସୀ । ସମ୍ପୂର୍ଣ୍ଣ ରାଜ୍ୟରେ ଶୁଖିଲା ପାଗ ରହିବା ସହ ରାତି ତାପମାତ୍ରା 3 ରୁ 5 ଡିଗ୍ରୀ ଖସିବ।


ଅନ୍ୟପଟେ ଚଳିତବର୍ଷ ରାଜ୍ୟରେ କମ୍ ଶୀତ ଅନୁଭୂତ ହେବାର ଆକଳନ କରାଯାଇଥିବା ବେଳେ ଶୀତ କମିବାର ମୁଖ୍ୟ କାରକ ପଶ୍ଚିମ ଝଡ଼ ପ୍ରଭାବ ବୋଲି କହିଛନ୍ତି ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ପଶ୍ଚିମା ଝଡର ପ୍ରଭାବ ପାଇଁ କମୁଚି ଶୀତ। ରାଜ୍ୟରେ ପଶ୍ଚିମାଝଡ଼ ସକ୍ରିୟ ଥିବାବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ଏହି ୪ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୩୧.୬ ଡିଗ୍ରୀ ସେଲିୟସ ରେକର୍ଡ ହୋଇଥିବା ବେଳେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ରେକର୍ଡ ହୋଇଛି।ସେହିପରି ଭୁବନେଶ୍ୱରରେ ୧୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ କଟକରେ ୧୭.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Winter will increase from today: Night temperature will decrease by 3 to 5 degrees | Argus News