Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କମିଲା ଶୀତ, ବଢିଲା କୁହୁଡ଼ି

Odisha

କମିଲା ଶୀତ, ବଢିଲା କୁହୁଡ଼ି

Rashmita Mishra
Browse all articles by Rashmita Mishra
·1 year ago·1 min read
 କମିଲା ଶୀତ, ବଢିଲା କୁହୁଡ଼ି

ଅର୍ଗସ ବ୍ୟୁରୋ: ଟୁଇନ ସିଟିରେ ଘନ କୁହୁଡ଼ି । କୁହୁଡ଼ିର ଚାଦରରେ ଘୋଡ଼ାଇ ହୋଇ ରହିଛି ଟୁଇନ ସିଟି । ରାଜ୍ୟରେ ଶୀତ ଲହରୀ ଜାରି ରହିଥିଲା ବେଳେ ସକାଳୁ ଭୁବନେଶ୍ବର ଏବଂ କଟକରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଯୋଗୁଁ ରାସ୍ତା ଘାଟ ଦୃଶ୍ୟମାନ ହେଉନାହିଁ । ଯିବାଆସିବାରେ ସମସ୍ୟା ଦେଖା ଦେଉଛି ।


ବଦଳିଲା ପାଣିପାଗର ମିଜାଜ । କମିଲା ଶୀତ, ବଢିଲା କୁହୁଡ଼ି । ଭୁବନେଶ୍ୱର ଏବଂ କଟକ ଟୁଇନ୍ ସିଟିରେ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୪.୪ ଏବଂ ୧୪.୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ସାତ ଦିନ ପାଇଁ ଟୁଇନ୍ ସିଟିରେ ରାତିର ତାପମାତ୍ରା ୧୪ରୁ ୧୫ ଡିଗ୍ରି ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଆସ୍ତରଣ । ପ୍ରବଳ କହୁଡି ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକମାନେ ଯାତାୟତରେ ଅସବିଧାର ସମ୍ମୁଖୀନ ହେଉଛନ୍ତି । ୫୦ ମିଟର ଦୂରତା ପର୍ଯ୍ୟନ୍ତ ଭିଜିବିଲଟି ଶୂନ୍ ରହିଛି । ଘନ କହୁଡ଼ି ପାଇଁ ୪ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ କେନ୍ଦ୍ର । କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ଏସଆରସି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


ସେପଟେ ଶୀତରେ ଗ୍ରୀଷ୍ଣ ଅନୁଭୂତ ହୋଇଛି । ଗତକାଲି କୋରାପୁଟରେ ସର୍ବୋଚ୍ଚ ତାପମତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁପୂର୍ବାନୁମାନ କରାଯାଇଛି ଯେ ଆଗାମୀ ୭ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ।


Sponsored
winter-will-subside-warning-for-dense-fog-continues | Argus News