Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଡ଼ି ହେବ ସିଜ୍, ଡ୍ରାଇଭର ଯିବେ ଜେଲ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଗାଡ଼ି ହେବ ସିଜ୍, ଡ୍ରାଇଭର ଯିବେ ଜେଲ 

ଭୁବନେଶ୍ୱର:  ସାବଧାନ ମଦ୍ୟପ ଡ୍ରାଇଭର।  ଏଥର ଆଉ ନିସ୍ତାର ନାହିଁ।  ମଦ  ପିଇ ଗାଡି ଚଲେଇଲେ  ସିଜ୍‌ ହେବ ଗାଡି।  ରାଜଧାନୀ ରାତିରେ ନିଶାଡି ଡ୍ରାଇଭରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି ।  ମଦୁଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ଛାଟ ବସେଇବ  କମିଶନରେଟ ପୋଲିସ।  ଟୁଇନ ସିଟିରେ  ମଦ୍ୟପାନ କରି ଗଡି ଚଲେଇଲେ ଗାଡ଼ି  ସିଜ୍ ହେବ .. ଜେଲ ଯିବେ  ଡ୍ରାଇଭର। ।  ମାସକ ଭିତରେ ରାଜଧାନୀରେ ସିଜ ହେଲାଣି ୬୮୬ ଗାଡ଼ି । ୧୦୦ ଜଣଙ୍କ ବିରୋଧରେ ହୋଇଛି ମାମଲା । ଛକ ଛକରେ ପୋଲିସର ପଇଁତରା । ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ସ୍ୱତନ୍ତ୍ର ଧ୍ୟାନରେ ରଖାଯାଇଛି। ହାବୁଡେ ପଡିଲେ ସିଧା ସିଜ ହେଉଛି ଗାଡି ।  ଡ୍ରିଙ୍କ ଏଣ୍ଡ ଡ୍ରାଇଭ୍ ରେ ରାତି ରେ ଚେକୀଙ୍ଗ ବ୍ଲକିଂ କଡା କଡ଼ି ପରେ ଗିରଫ ହେଉଛନ୍ତି ଡ୍ରାଇଭର।  ଗତ କାଲି ରାତିରେ ରାଜଧାନୀ ର ବିଭିନ୍ନ ସ୍ଥାନରୁ ୨୫ ଟି ଗାଡ଼ି ଓ ଡ୍ରାଇଭର ଙ୍କୁ ଗିରଫ କରିଛି ପୋଲିସ। 

 କେବେଳ ବାଇକ ନୁହେଁ ବରଂ BMW, ଫରଚ୍ୟୁନର ଭଳି ଦାମୀ ଗାଡ଼ିକୁ ମଧ୍ୟ ନିସ୍ତାର ଦେଇନାହିଁ ପୋଲିସ। ଛୋଟ ହଉ କି ବଡ଼ ସମସ୍ତଙ୍କୁ ସମାନ ଦଣ୍ଡ | ଗାଡି ସିଜ ନଚେତ ସିଧା ଜେଲ | ଏମିତି କି ମଦ୍ୟପାନ କରି ବାରମ୍ବାର ଧରା ପଡିଲେ ଗାଡ଼ି ଲାଇସେନ୍ସକୁ ରଦ୍ଧ କରୁଛି ପୋଲିସ | ସେପଟେ ଅଧା ରାତି ଯାଏଁ ଅନେକ ଡ୍ୟାନ୍ସ ବାର ଓ ପବ ଖୋଲା ରହୁଥିବାରୁ ଏଭଳି ଅସାମାଜିକ ବ୍ୟକ୍ତି ଓ ମଦ୍ୟପ ଡ୍ରାଇଭର ଙ୍କ ସଂଖ୍ୟା ବଢୁଛି ତେଣୁ ଅବକାରୀ ବିଭାଗ ସହ ଏ ସମ୍ପର୍କରେ ଆଲୋଚନା କରାଯାଇ ଚଢ଼ାଉ କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହିଛନ୍ତି କମିଶନର । ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ | ମଦୁଆ ଡ୍ରାଇଭରଙ୍କ ପାଇଁ ଶକ୍ତ ହୋଇଛି ଟ୍ୱିନ ସିଟି ପୋଲିସ ।ହେଲେ ଏହି ଚେକିଂ ବ୍ଲକିଂ କେତେ ଦିନ ତାହା ଦେଖିବାକୁ ବାକି ରହିଲା।

ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Within a month, 686 lanes have been closed in the capital. A case has been filed against 100 people. | Argus News