Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୋଜନା ବିନା ବିତୁଛି ଅସହାୟ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଯୋଜନା ବିନା ବିତୁଛି ଅସହାୟ ଜୀବନ

Key Points

ଉପାନ୍ତରେ ଅପହଞ୍ଚ ଯୋଜନା
ରାସ୍ତା, ପାଣି, ଆବାସ ଆଜିବି ଅପହଞ୍ଚ

ଯୋଜନା ବିନା ବିତୁଛି ଅସହାୟ ଜୀବନ

ମୁଖ୍ୟରାସ୍ତା ଠାରୁ ପ୍ରାୟ 8କିଲୋମିଟର ଦୂର ହେଲେ ଗାଁକୁ ନାହିଁ ରାସ୍ତା। ଆଜିବି ନାଲିମାଟିର କଚ୍ଚା ରାସ୍ତା ଏଠି ଯିବା ଆସିବା ପାଇଁ ଲାଇଫ୍ ଲାଇନ। ଦେବଗଡ ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅଧୀନରେ ଆସୁଥିବା ବଡପସି ମୁଣ୍ଡାସାହିର ଚିତ୍ର। ଗାଁ ଚାରିପଟେ ପାହାଡ଼, ନିଘଞ୍ଚ ଜଙ୍ଗଲ ତା ମଧ୍ୟରେ ବସବାସ କରୁଛନ୍ତି ପ୍ରାୟ 30 ଆଦିବାସୀ ପରିବାର । ଦୀପତଳ ଅନ୍ଧାର ଭଳି ପଞ୍ଚାୟତ ଠାରୁ ମାତ୍ର 8କିମି ର ରାସ୍ତା କିନ୍ତୁ ଏ ପର୍ଯ୍ୟନ୍ତ ଉନ୍ନତି କରଣ ହୋଇପାରିଲା ନାହିଁ । ଗାଁ କୁ ଯିବାକୁ ହେଲେ ଖାଲ ଖମା ମାଟିରାସ୍ତା ଦେଇ ଯିବା ଆସିବା କରିବାକୁ ହୁଏ।

ଦରିଦ୍ରତାର ଜ୍ବଳନ୍ତ ଚିତ୍ର ଏଠି ଦେଖିବାକୁ ମିଳେ । ନୁଆଣିଆ ମାଟିବରଡ଼ା ଘରେ ବିତୁଛି ଜୀବନ। ଘର ଏମିତି ଯାହାର ମାଟିକାନ୍ଥ ଭାଙ୍ଗି ଆଁ କଲାଣି, ଛାତରୁ ପାଲ ଚିରି ଉଡ଼ିଗଲାଣି। ତାଳ ବରଡା ପକା ଛାଉଣି ଭିତର ଚିରି ସୂର୍ଯ୍ୟ ଙ୍କର ଆଲୋକ ସିଧସଳଖ ଘର ଭିତରେ ପଡ଼ୁଛି। ଆଉ ଏଇ ଘରେ ରହି ଆବାସ ସ୍ବପ୍ନ ଦେଖୁଛନ୍ତି ହିତାଧିକାରୀ।

ଜଳ ଯୋଗାଣ ବ୍ୟବସ୍ଥା ଗାଁରେ ନ କହିଲେ ଭଲ। ଜଳ ଯୋଗାଣ ପାଇଁ ଭଳିକି ଭଳି ଷ୍ଟାଣ୍ଡ ପୋଷ୍ଟ ଲାଗିଛି, ପାଇପ୍ ବି ବିଛା ହେଇଛି କିନ୍ତୁ ପାଣି ଟୋପାଏ ଆସିବାର ନାହିଁ। ଗୋଟିଏ ନଳକୂପରେ ସଲାର୍ ସିଷ୍ଟମ ଥିବା ବେଳେ ସେଥିରୁ ଯେଉଁ ପାଣି ଆସୁଛି ତାହା ଓଳିଏ ଆସିଲେ ଓଳିଏ ବନ୍ଦ୍ । ଫଳରେ ପୋଖରୀ ଗାଡିଆ ପାଣି ଭରସାରେ ଗ୍ରାମବାସୀ। ଆଦିବାସୀଙ୍କୁ ପୂର୍ବ ସରକାରଙ୍କ ଧୋକା। ଯୋଜନା ଏଠି ଆଜିବି ଅପହଞ୍ଚ। ଆଜିବି ନାହିଁନାହିଁରେ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
without-a-plan-life-is-a-helpless-one | Argus News