Malkangiri Incident / ମାଲକାନିଗିରିରେ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ !

Key Points
ମାଲକାନିଗିରିରେ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ !
ପଡିଆ ବ୍ଲକ ନାମକୋଣ୍ଡା ଗାଁ କୋଟେରୁ ନଦୀରେ ଭାସୁଛି ମୁଣ୍ଡ
ସେପଟେ ଆଲୋଚନା ପରେ ମାଲକାନଗିରି କୋରକଣ୍ଡାରେ ଫରୁଛି ଶାନ୍ତି
ମାଲକାନିଗିରିରେ ମିଳିଲା ମୃତ ମହିଳାଙ୍କ କଟା ମୁଣ୍ଡ ! । ପଡିଆ ବ୍ଲକ ନାମକୋଣ୍ଡା ଗାଁ କୋଟେରୁ ନଦୀରେ ଭାସୁଛି ମୁଣ୍ଡ । ଏହି କଟା ମୁଣ୍ଡ ମୃତ ମହିଳାଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ କାଲିମେଳା ପୋଲିସ ପହଞ୍ଚି ତନାଘନା ଚଳାଇଛି ।
ସେପଟେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ତୁଟିବା ପରେ କୋରକଣ୍ଡାକୁ ଫେରୁଛି ଶାନ୍ତି । ପୂର୍ବଭଳି ଭାଇଚାରା ବଜାୟ ରଖିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ଗତକାଲି ଜିଲ୍ଲା ପ୍ରଶାସନ, ଡି.ଆଇ.ଜି , ମାଲକାନଗିରି ବିଧାୟକଙ୍କ ଉପସ୍ଥିତିରେ ବସିଥିଲା ଶାନ୍ତି କମିଟି ବୈଠକ । ଆଦିବାସୀ ମହିଳାଙ୍କୁ ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ଦୁଃଖ ପ୍ରକାଶ କଲେ ଦୁଇ ଗୋଷ୍ଠୀ । ଆଦିବାସୀଙ୍କ ୭ ଦଫା ଦାବିକୁ ନେଇ ପୁନାଙ୍ଗ ଶାନ୍ତି କମିଟି ଗଠନ ପରେ ସମାଧାନ ବାଟ ଫିଟିବ ।
ସୂଚନାନୁଯାୟୀ ମାଲକାନଗିରି ଜିଲ୍ଲା MV26 ଗାଁରେ ରବିବାର ଭଙ୍ଗାରୁଜା ହୋଇଥିବାବେଳେ ସମଗ୍ର ଗାଁ ଜଳିଛି । ହଜାର ହଜାର ଆଦିବାସୀ ଲୋକେ ହାତରେ ଖଣ୍ଡା କାତି ନେଇ ପୋଲିସର ବ୍ୟାରିକେଟ ଭାଙ୍ଗି ଧସେଇ ପସିଥିଲେ MV26 ଗାଁ ଭିତରେ । ପ୍ରଥମେ ଆରମ୍ଭ ହୋଇଥିଲା ଘରଭଙ୍ଗା ଅଭିଯାନ । ହେଲେ ପୋଲିସ ଏହାକୁ ଅଟକାଇବାକୁ ବିଫଳ ହେବା ପରେ ଉତ୍ୟକ୍ତ ଆଦିବାସୀ ଲୋକେ ଶତାଧିକ ବଙ୍ଗାଳି ଘରକୁ ନିଆଁ ଲଗେଇ ପୋଡି ଦେଇଛନ୍ତି । ଏକ ଜମି ବିବାଦରୁ ଆରମ୍ଭ ହୋଇଥିବା ଏହି କଳହ ହତ୍ୟା ପର୍ଯ୍ୟନ୍ତ ପହଞ୍ଚି ଥିଲା ।
MV26 ଗାଁର ସୁକ ରଞ୍ଜନ ମଣ୍ଡଳ ନାମକ ଜଣେ ବ୍ୟକ୍ତି ରାଖାଲଗୁଡା ଗାଁର ଜଣେ ଆଦିବାସୀ ମହିଳାକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ଆଉ ଗଣ୍ଡିକୁ ଅଲଗା କରି ପୋଟେରୁ ନଦୀରେ ଫିଙ୍ଗୀ ଦେଇଥିବା ଅଭିଯୋଗ କରିଥିଲେ । ହେଲେ ଘଟଣାର ଚାରି ଦିନ ପରେ କରୁକୋଣ୍ଡା ପୋଲିସ ମୁଣ୍ଡ ବିହୀନ ଶବ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦମକଳ ବାହିନୀ ଓ ଅଡ୍ରାଫ ଟିମ ପକ୍ଷରୁ ପୋଟରୁ ନଦୀରେ ମୁଣ୍ଡ ଖୋଜା ଚାଲିଛି ।
ଏହା ପରେ ଗାଁ ଛାଡୁଛନ୍ତି ଲୋକେ । ପୋଡ଼ାଜଳା ପରେ ଜଣ ଜଣ ହୋଇ MV26ଗାଁ ଛାଡୁଛନ୍ତି ଲୋକେ। ସୋମବାର ବସିଛି ଶାନ୍ତି କମିଟି ବୋଲି ସୂଚନା ରହିଛି । ଉପସ୍ଥିତ ରହିଥିଲେ ୨ ଗାଁର ମୁରବି। ପୋଲିସ ଡିଜି, ADGP, ଦକ୍ଷିଣାଞ୍ଚଳ RDC ଏବଂ DIG ମଧ୍ୟ ଉପସ୍ଥିତ ରହିଥିଲେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories