ଥାନା ସମ୍ମୁଖରେ ଜଳିଗଲେ ମହିଳା
·1 year ago

କଟକ: ମାହାଙ୍ଗା ଥାନାରେ ଘଟିଛି ଅଭାବନୀୟ ଘଟଣା । ଥାନା ସମ୍ମୁଖରେ ଜଳିଗଲେ ମହିଳା । ଦେହରେ ପେଟ୍ରୋଲ ଢାଳି ମହିଳାଙ୍କ ଆତ୍ମହୁତି ଉଦ୍ୟମ । ପୋଲିସକୁ ଦାୟୀ କଲେ ପୀଡିତା ମହିଳା । ନିର୍ଦ୍ଦୋଷ ସ୍ୱାମୀକୁ ଗିରଫ ପ୍ରତିବାଦରେ ଚରମ ନିଷ୍ପତି ନେଲେ ମହିଳା । ଏହାସହ ପୋଲିସ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା । ମାହାଙ୍ଗା ସରକାରୀ ହସ୍ପିଟାଲରୁ କଟକ ସ୍ଥାନାନ୍ତର ହୋଇଛନ୍ତି । ନିଆଁରେ ୬0 ଭାଗ ଜଳି ଯାଇଛନ୍ତି ମହିଳା । ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗାଁର ପୀଡିତା ରଶ୍ମିତା ଦାସଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: