ପୋଲିସ ବାରାକରେ ଜୀବନ ହାରିଲେ ମହିଳା କନେଷ୍ଟବଳ
·1 year ago·1 min read

ଜୀବନ ହାରିଲେ ମହିଳା କନେଷ୍ଟବଳ । ବାଲେଶ୍ଵର ପୋଲିସ ବାରାକରେ ମହିଳା କନେଷ୍ଟବଳଙ୍କ ଜୀବନ ହାରିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଉଛନ୍ତି ଯଶୋଦା ଦାସ, ତାଙ୍କ ଘର ରେମୁଣା ।
ସୂଚନା ଅନୁସାରେ ଗତକାଲି ରାତିରେ ଯଶୋଦା ବାରାକ ମଧ୍ୟରେ ରୁମ ରେ ଥିବାବେଳେ ତାଙ୍କର ସହଯୋଗୀ ମାନେ ଡିଉଟି ପାଇଁ ବାହାରକୁ ଯାଇଥିଲେ ଏହି ସମୟରେ ଏକୁଟିଆ ଯଶୋଦା ବେକରେ ରଶି ଲଗାଇ ଜୀବନ ହାରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଆଜି ସକାଳେ ଡିଉଟିରୁ ଫେରି ଅନ୍ୟସାଥୀ ସହଯୋଗୀ ମାନେ ଦେଖିବା ପରେ ମୃତଦେହକୁ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ।
ତେବେ ବର୍ତ୍ତମାନ ସୁଦ୍ଧା ଜୀବନ ହାରିବାର କାରଣ ନେଇ ପୋଲିସ କୌଣସି ସୂଚନା ଦେଇନଥିବା ବେଳେ ମୃତ ଯଶୋଦାଙ୍କ ଭାଇ ପ୍ରେମ ପାଇଁ ଆତ୍ମହତ୍ୟା କାରଣ ହୋଇଥାଇପାରେ ବୋଲି ଅଭିଯୋଗ ଆଣିଛନ୍ତି। 2023 ରୁ ରେମୁଣା ମନ୍ଦାରପୁର ଅଞ୍ଚଳର ଜୋସଦା ପୋଲିସ ବିଭାଗରେ କାର୍ଯ୍ୟରତ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: