Baby Born / କଟକ ରେଳ ଷ୍ଟେସନରେ ସନ୍ତାନ ପ୍ରସବ କଲେ ମହିଳା

Key Points
ରାଉରକେଲା ଗୁଣୁପୁର ରାଜାରାଣୀ ଏକ୍ସପ୍ରେସରେ ସନ୍ତାନ ପ୍ରସବ କଲେ ମହିଳା
ଜେନେରାଲ ବଗିରେ ରେଲୱେ ପୋଲିସ ସହାୟତାରେ ସନ୍ତାନକୁ ଜନ୍ମ ଦେଲେ
ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା ... ସହାୟତା ଯୋଗାଇଲା ରେଲୱେ ପୋଲିସ । ରାଉରକେଲା ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ ଟ୍ରେନର ଜେନେରାଲ ବଗିରେ କଲେ ପ୍ରସବ । କଟକ ରେଳ ଷ୍ଟେସନର ଘଟଣା । ମହିଳାଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କଲା ପୋଲିସ । ମେଡିକାଲରେ ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଲେ ମହିଳା ।
ସୂଚନାଥାଉ କି କଟକ ରେଲୱେ ଷ୍ଟେସନରେ ଚଳନ୍ତା ଟ୍ରେନରେ ସନ୍ତାନ ପ୍ରସବ କଲେ ମହିଳା । ରାଉରକେଲା ଗୁଣୁପୁର ରାଜାରାଣୀ ଏକ୍ସପ୍ରେସ ଟ୍ରେନ କଟକ ରେଲୱେ ଷ୍ଟେସନରେ ଆଜି ସକାଳେ ଛିଡ଼ା ହୋଇଥିବା ବେଳେ ଟ୍ରେନର ଜେନେରାଲ ବଗିରେ ମହିଳାଙ୍କ ପ୍ରସବ କଷ୍ଟ ଅନୁଭବ କରିଥିଲେ ।
ଖବର ପାଇ ରେଳବାଇ ସୁରକ୍ଷା ପୋଲିସ ଓ ରେଲୱେ କର୍ମଚାରୀ ସେଠାରେ ପହଞ୍ଚି ଥିଲେ । ସେତେବେଳେ ଟ୍ରେନ୍ ବଗିରେ ମହିଳା ଜଣକ ପ୍ରଥମ ସନ୍ତାନ ଜନ୍ମ ଦେଇସାରିଥିଲେ । ଏହା ପରେ ପୁଣି ପ୍ରସବ କଷ୍ଟ ହେବାରୁ ମହିଳା କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ମହିଳା ଜଣକ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଥିଲେ । କଟକ ରେଳବାଇ ସୁରକ୍ଷା ପୋଲିସର ସହାୟତାରେ ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ନିଜର ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । କିନ୍ତୁ ପ୍ରଥମ ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ସନ୍ତାନ ଅସୁସ୍ଥ ଥିବା ସୂଚନା ମିଳିଛି ।
📱 Get Argus News App
✨Related Topics
Explore more stories
