Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତଳି ରୋଇବାକୁ ଯାଇ ବଜ୍ରପାତରେ ମହିଳା ମୃତ

Ritu Das
Browse all articles by Ritu Das
·1 year ago·1 min read
ତଳି ରୋଇବାକୁ ଯାଇ ବଜ୍ରପାତରେ ମହିଳା ମୃତ

Key Points

ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ

ତଳି ରୋଇବାକୁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା

ମହିଳା ଜଣକ ତିରିଂ ଥାନା ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ରାମରାଇ ଟୁଡୁଙ୍କୁ ସହଧର୍ମିଣୀ ଦୁଲାରୀ ଟୁଡୁ

ପୁଣି ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ତଳି ରୋଇବାକୁ ଯାଇ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସ୍ୱାମୀ ସ୍ତ୍ରୀ ତଳି ରୋଇବାକୁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା କଲେଜ ପଛ ପଟେ ଥିବା ବିଲରେ। ବଜ୍ରପାତରେ ମୃତ୍ୟ ବରଣ କରିଥିବା ମହିଳା ଜଣକ ତିରିଂ ଥାନା ଅନ୍ତର୍ଗତ ଭଗାବନ୍ଦୀ ଗ୍ରାମର ରାମରାଇ ଟୁଡୁଙ୍କୁ ସହଧର୍ମିଣୀ ଦୁଲାରୀ ଟୁଡୁ (55) ବୋଲି ସୂଚନା ମିଳିଛି।


ଘଟଣା ସ୍ଥାନରୁ ତିରିଂ ପୋଲିସ ଓ ବହଳଦା ପୋଲିସ ଗାଁ ଲୋକଙ୍କ ସହଯୋଗରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାଟି ଘଟିଛି ବହଳଦା ଆର ଆଇ ଅଧୀନରେ ଥିବା ପ୍ଲଟ ନମ୍ବର-87 ଚାଷ ଜମିରେ। ବହଳଦା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-dies-after-being-struck-by-lightning-while-going-to-the-paddy firming | Argus News