Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାତ୍ର ୨୦ ଟଙ୍କା ପାଇଁ କଳି, ଆଉ ଶେଷରେ ବିଷ ପିଇ ଜୀବନ ହାରିଲା ସ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
 ମାତ୍ର ୨୦ ଟଙ୍କା ପାଇଁ କଳି, ଆଉ ଶେଷରେ ବିଷ ପିଇ ଜୀବନ ହାରିଲା ସ୍ତ୍ରୀ

ମାତ୍ର ୨୦ ଟଙ୍କା ପାଇଁ ସ୍ବାମୀ ସ୍ତ୍ରୀ ଭିତରେ କଳି । ଆଉ ଶେଷରେ ବିଷ ପିଇ ଆତ୍ମହତ୍ୟା କଲା ସ୍ତ୍ରୀ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଗୋବରଘୋଟି ଗ୍ରାମର ରମାକାନ୍ତ ମଣ୍ଡଳଙ୍କ ପୁଅ ଜଗନ ୨୦୧୭ ମସିହାରେ ରୁପସା ଥାନା କେନ୍ଦୁ ଡାଙ୍ଗିରି ଗ୍ରାମର ବରେନ୍ଦ୍ର ବେହେରାଙ୍କ ଝିଅ ରିଙ୍କିକୁ ବିବାହ କରିଥିଲେ,ବିବାହ ପର ଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ସବୁ ସମୟରେ ପିଟି ତୁଣ୍ଡ ଲାଗି ରହୁଥିଲା, ଏନେଇ ରିଙ୍କି ବାପଘରକୁ ଜଣାଇ ଆସୁଥିଲେ,ଉଭୟ ବାପଘର ଓ ଶାଶୁଘର ଲୋକଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା।

ତେବେ ଗତକାଲି ସନ୍ଧ୍ୟାରେ ରିଙ୍କି ଙ୍କ ଦୁଇ ଝିଅ ଦୋକାନ ରୁ କଣ କିଣାକିଣି କରିବା ପାଇଁ କହିବାରୁ ରିଙ୍କି ଜଗନଙ୍କୁ ୨୦ ଟଙ୍କା ମାଗିଥିଲେ,ଏହି କଥାକୁ ନେଇ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପିଟି ତୁଣ୍ଡ ହୋଇଥିଲା,ପରେ ଘରେ ଏକୁଟିଆ ର ସୁଯୋଗ ନେଇ ଚାଷ ଜମି ପାଇଁ ରହିଥିବା କିଟ ନାଶକ ପିଇ ଦେଇଥିଲା ରିଙ୍କି,ପରିବାର ଲୋକେ ଜାଣିପାରି ବସ୍ତା ଡାକ୍ତରଖାନା କୁ ନେଇଥିଲେ,ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ହତ୍ୟା ଅଭିଯୋଗ ଆଣି ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ। ସୂଚନାନୁଯାୟୀ ସ୍ବାମୀ କୁ ଥାନାରେ ଅଟକ ରଖି ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-dies-after-drinking-poison-after-quarrel-over-just-20-rupees | Argus News