Videos
|
Odisha

ରେଳ ଧାରଣାରୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

Smruti Parija
Browse all articles by Smruti Parija
·1 year ago·1 min read
ରେଳ ଧାରଣାରୁ ଉଦ୍ଧାର ହେଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ

ଖୋର୍ଦ୍ଧା ରେଳ ଡିଭିଜନ କୁହୁଡି ରେଳ ଷ୍ଟେସନରେ ଘଟିଛି ଅଘଟଣ । ଟ୍ରେନରୁ ଖସି ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡିହାଟ ନୂଆସାହିର ନବ କିଶୋର ମହାରଣା (କାଳିଆ)ଙ୍କ ସପରିବାର ସମ୍ପର୍କୀୟଙ୍କ ଘର ଧଉଳିମୁହଁ ଯାଇଥିଲେ । ସପରିବାର ରାତିରେ ଧଉଳିମୁହଁ ରେଳ ଷ୍ଟେସନରୁ DMU ଟ୍ରେନରେ ନିଜ ଘର କୁହୁଡି ଫେରୁଥିଲେ ।


କୁହୁଡି ଫେରୁଥିବା ବେଳେ କୁହୁଡି ରେଳ ଷ୍ଟେସନ ନିକଟରେ ଅସାବଧାନତା ବଶତଃ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ ପୁଷ୍ପାଞ୍ଜଳି ମହାରଣା । ରେଳ ଧାରଣାରୁ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୃତକଙ୍କ ଚାରି ବର୍ଷର ପୁଅ ଓ ଦଶ ବର୍ଷର ଝିଅଟିଏ ଥିବାବେଳେ ସ୍ୱାମୀ କାଳିଆ ମହାରଣା ଜଣେ ଦିନ ମଜୁରିଆ । ଖବର ପାଇ ନିରାକାରପୁର GRP ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠାଇଛନ୍ତି ।

woman-dies-after-falling-from-train-at-khurda-kuhudi | Argus News