Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ମହିଳା ମୃତ

Ritu Das
Browse all articles by Ritu Das
·1 year ago
ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ମହିଳା ମୃତ

ଅର୍ଗସ ବ୍ୟୁରୋ: ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଅଳ୍ପକେ ବର୍ତ୍ତିଲେ ପୁଅ ବୋହୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବଡ଼ବିଲ ଗ୍ରାମରେ। 

ସୂଚନା ଅନୁସାରେ ଗତ କାଲି ରାତିରେ ଖାଇ ପିଇକି ପରିବାରର ୬ ଜଣ ସଦସ୍ୟ ଶୋଇଥିଲେ। ରାତି ୩ଟା ୩୦ ସମୟରେ ଲଗାଣ ବର୍ଷାରେ ମାଟି କାନ୍ଥ ଭୁଶୁଡି ପଡ଼ିଯିବାରୁ ପରିବାରର ତିନି ଜଣ ସଦସ୍ୟଙ୍କୁ ଚାପି ଦେଇଥିଲା। ଘଟଣାସ୍ଥଳରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ପୁଅ ବୋହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ମହିଳା ହେଲେ ପାଙ୍ଗଲା ପିଙ୍ଗୁଆ (୫୦) ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଗୋରୁମହିଷାଣୀ ପୋଲିସ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ବେବଚ୍ଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman dies after | Argus News