Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ

Rashmita Mishra
Browse all articles by Rashmita Mishra
·10 months ago·1 min read
 ଅକ୍ସିଜେନ୍‌ ଅଭାବରୁ ଚାଲିଗଲା ମହିଳାଙ୍କ ଜୀବନ

Key Points

ଜଗତସିଂହପୁରରୁ କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ନଥିବାରୁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି ।

ଆମ୍ବୁଲାନ୍ସରେ ଚାଲିଗଲା ମହିଳାଙ୍କ ଜୀବନ । ଜଗତସିଂହପୁରରୁ କଟକ ସ୍ଥାନାନ୍ତର ବେଳେ ଆମ୍ବୁଲାନ୍ସରେ ଅକ୍ସିଜେନ୍‌ ନଥିବାରୁ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଥାନାରେ ଭର୍ତ୍ତି କରିଛନ୍ତି । ମୃତ ମହିଳା ବ୍ରାହ୍ମଣଖଣ୍ଡ ଗ୍ରାମର ଆଡଭୋକେଟ ପୀତାମ୍ବର ପଣ୍ଡାଙ୍କ ପତ୍ନୀ କମଳା ପଣ୍ଡା ।


ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗ୍ରାମର କମଳା ପଣ୍ଡା ନାମକ ଜଣେ ୫୮ ବର୍ଷୀୟ ମହିଳା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଜଗତସିଂହପୁର ମେଡିକାଲ ଓ ପରେ OD33 R 3130 ମା କୁତାମଚଣ୍ଡୀ ନାମକ ଏକ ଘରୋଇ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତରିତ ହେଉଥିବା ସମୟରେ ଜଗତସିଂହପୁର ସହର ଗୋପାଳସାଗର ନିକଟରେ ରୋଗୀକୁ ଆମ୍ବୁଲାନ୍ସ ଆବଶ୍ୟକ ପଡିଥିଲା । ମାତ୍ର ଆମ୍ବୁଲାନ୍ସରେ ଅକ୍ସୀଜେନ ନ ଥିବାରୁ ମହିଳାଙ୍କ ଜୀବନ ଚାଲିଇଥିଲା । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ଲୋକମାନେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଭର୍ତ୍ତି କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Dies Due to Oxygen Shortage in Odisha | Argus News | Argus News