Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଦ୍ୟ ଦେବାକୁ ଆସିଥିବାବେଳେ ମହିଳାଙ୍କୁ କଲେ ମରଣାନ୍ତକ ଆକ୍ରମଣ

Rashmita Mishra
Browse all articles by Rashmita Mishra
·11 months ago·2 min read
ଖାଦ୍ୟ ଦେବାକୁ ଆସିଥିବାବେଳେ ମହିଳାଙ୍କୁ କଲେ ମରଣାନ୍ତକ ଆକ୍ରମଣ

Key Points

ରାଜଧାନୀରେ ଡେଲିଭରି ବୟର ଉନ୍ମତ୍ତ କାଣ୍ଡ 

ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିବାବେଳେ ମହିଳାଙ୍କୁ କଲେ ଆକ୍ରମଣ

ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

ରାଜଧାନୀରେ ଡେଲିଭରି ବୟର ଉନ୍ମତ୍ତ କାଣ୍ଡ । ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିବାବେଳେ ମହିଳାଙ୍କୁ କଲେ ଆକ୍ରମଣ। ଏଥିରେ ମହିଳା ଜଣକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଭରତପୁର ଥାନା ଶାମପୁର ଅଞ୍ଚଳ‌ରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ଶାମପୁର ଅଞ୍ଚଳରେ ବିନୋଦିନୀ ରଥ ଗୁରୁବାର କିଛି ଖାଦ୍ୟ ଅନଲାଇନରେ ମଗାଇଥିଲେ। ଆଉ ଏହି ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିଲା ଡେଲିଭରୀ ବୟ। ହେଲେ ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଡେଲିଭରୀ ବୟ ଜଣକ ଏକ ଧାରୁଆ କଟୁରୀରେ ମହିଳାଙ୍କୁ ୩ ଚୋଟ ପକାଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଭରତପୁର ଥାନା ଶାମପୁର ଅଞ୍ଚଳ‌ରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ଶାମପୁର ଅଞ୍ଚଳରେ ବିନୋଦିନୀ ରଥ ଗୁରୁବାର କିଛି ଖାଦ୍ୟ ଅନଲାଇନରେ ମଗାଇଥିଲେ। ଆଉ ଏହି ଖାଦ୍ୟ ଡେଲିଭରୀ ଦେବାକୁ ଆସିଥିଲା ଡେଲିଭରୀ ବୟ। ହେଲେ ଫୁଡ ଡେଲିଭରି ଦେବାରେ ବିଳମ୍ବ ହେବାରୁ ପ୍ରଥମେ ମହିଳା ଏବଂ ଫୁଡ ଡେଲିଭରି ବୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଡେଲିଭରୀ ବୟ ଜଣକ ଏକ ଧାରୁଆ କଟୁରୀରେ ମହିଳାଙ୍କୁ ୩ ଚୋଟ ପକାଇଥିବା ଅଭିଯୋଗ ହୋଇଛି।

ମହିଳାଙ୍କ ମୁଣ୍ଡ, ବେକ ଏବଂ ହାତରେ ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଅଭିଯୋଗକୁ ଭିତ୍ତି କରି ପୋଲିସ ଫୁଡ ଡେଲିଭରି ବୟଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
woman-fatally-attacked-while-delivering-food | Argus News